loading...

ଡେଙ୍ଗୁ ମହାବ୍ୟାଧିର ଭୟବହତା ରୋକିବାକୁ ବିଏମସି କମିଶନରଙ୍କୁ ଭେଟିଲା ଭୁବନେଶ୍ଵର ଜିଲ୍ଲା କଂଗ୍ରେସ

ବର୍ତମାନ ସମୟରେ କରୋନା ମହାମାରୀରେ ବ୍ୟଥିତ ଭୁବନେଶ୍ଵର କନସାଧାରଣ ଏବେ ଡେଙ୍ଗୁ ମହାବ୍ୟାଧୁର ଭୟାବହତାରେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି

ଡେଙ୍ଗୁ ମହାବ୍ୟାଧିର ଭୟବହତା ରୋକିବାକୁ ବିଏମସି କମିଶନରଙ୍କୁ ଭେଟିଲା ଭୁବନେଶ୍ଵର ଜିଲ୍ଲା କଂଗ୍ରେସ

ଭୁବନେଶ୍ୱର, ବର୍ତମାନ ସମୟରେ କରୋନା ମହାମାରୀରେ ବ୍ୟଥିତ ଭୁବନେଶ୍ଵର କନସାଧାରଣ ଏବେ ଡେଙ୍ଗୁ ମହାବ୍ୟାଧୁର ଭୟାବହତାରେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି, ଇତି ମଧର ଭୁବନେଶ୍ବର ସହରରେ ଢେଙ୍ଗୁର କାୟା ବିସ୍ତାର ହୋଇସାରିଲାଣି । ୧୦୦ ରୁ ଉର୍ଦ୍ଧ ଲୋକ ଏଥିରେ ଆକ୍ରାନ୍ତ ହେବା ସହ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ପ୍ରଶାସନ ଏବଂ ଭୁବନେଶ୍ୱର ମହାନଗର ନିଗମ ଏଥିପ୍ରତି ବେଖାତିର ମନୋଭାବ ପ୍ରଦର୍ଶନ କରୁଛନ୍ତି । ଏହି ପ୍ରରୀପ୍ରେକ୍ଷୀରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ବରେ ଏକ ପ୍ରତିନିଧୁ ଦଳ ବିଏମସି କମିଶନରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । 

ଜିଲ୍ଲା କଂଗ୍ରେସ ପ୍ରତିନିଧୂ ଦଳ ଆଜି ବିଏମସି କମିଶନରଙ୍କୁ ଭେଟି ଢେଙ୍ଗୁର ଭୟାବହତା, ଭୁବନେଶ୍ଵର ଜନସାଧାରଣଙ୍କୁ ସୁରକ୍ଷା ଏବଂ ଡେଙ୍ଗୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ବିଷୟରେ ଆଲୋଚନା କରିଛନ୍ତି । ଟ୍ରେନ, ପରିତ୍ୟକ୍ତ ଜଳାଶୟ ଓ ପାଣିଜମିଥୁବା ସ୍ଥାନକୁ ତୁରନ୍ତ ସଫା କରିବା ସହ ମଶାତେଇ ପକାଯାଉ । ଆଗଭଳି ସହରର ସମସ୍ତ ଅଂଚଳରେ ମଶାଧୂଆଁର ବ୍ୟବସ୍ଥା କରାଯାଉ । ଡେଙ୍ଗୁ ହେବାର ପରବର୍ତ୍ତୀ ସମୟରେ ହସପିଟାଲରେ ଡେଙ୍ଗୁ ପାଇଁ ସ୍ବତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଉ । ବିଶେଷଜ୍ଞ ମାନଙ୍କୁ ନେଇ ଅତିଶୀଘ୍ର ଏକ ଟାସ୍କଫୋର୍ସ କମିଟି ଗଠନ କରାଯାଇ ଡେଙ୍ଗୁ ରୋକିବାକୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉ ବୋଲି ସଭାପତି ଶ୍ରୀ ଦାଶ ଦାବି କରିଥିଲେ । 

ଯଦି ଯୁଦ୍ଧକାଳୀନ ଭିତିରେ ଏହି ସବୁ ଆବଶ୍ୟକୀୟ ପଦକ୍ଷେପ ନନିଆଯାଏ ତେବେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ମହାନଗର ନିଗମକୁ ଅଚଳ କରିଦେବ ବୋଲି ଶ୍ରୀ ଦାଶ ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧ ଦଳରେ ସର୍ବଶ୍ରୀ ମୋହନ ଜେନା, ସୁବ୍ରତ ମହାପାତ୍ର, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି ଏବଂ ମିହିର ଆଚାର୍ଯ୍ୟ ପ୍ରମୁଖ ସଭାପତି ଶ୍ରୀ ଦାଶଙ୍କ ନେତୃତ୍ବରେ ବିଏମସି କାର୍ଯ୍ୟାଳୟରରେ କମିଶନରଙ୍କୁ ଭେଟି ଦାବି ପତ୍ର ଜଣାଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget