ଭୁବନେଶ୍ୱର, ୨୦୧୯ ମସିହା ମେ ୩ ତାରିଖରେ ମହାବାତ୍ୟା ଫନିର ପ୍ରଭାବରେ ରାଜ୍ୟର ୧୪ ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ସ୍ଥଳେ ପୁରୀ ଜିଲ୍ଲାର ସମଗ୍ର ୧୧ଟି ବ୍ଲକ ଧସ୍ତବିଧ୍ୱସ୍ତ ହୋଇଯାଥିଲା । ରାଜ୍ୟ ସରକାର ବାତ୍ୟାର ଦିନକ ପରେ ବାତ୍ୟା କ୍ଷତିଗ୍ରସ୍ତ ଚିହ୍ନଟ ଆରମ୍ଭ କରିଥିଲେ । ସୂଚନା ଅଧୁକାର ତଥ୍ୟ ଯାହା କହୁଛି ଏବେ ମଧ୍ୟ ତାହା କ୍ଟଲୁ ରହିଛି । ରାଜ୍ୟ ସରକାର ୧୪ ଲକ୍ଷ ଯୋଗ୍ୟ ହିତାଧୁକାରୀଙ୍କୁ ପକ୍କାଘର ଯୋଗାଇ ଦେବାପାଇଁ ଦୁଇବର୍ଷ ହେଲା ପ୍ରୟାସ ଆରମ୍ଭ କରିଛନ୍ତି । ଫଚାୟତରାଜ ବିଭାଗ, ରାଜସ୍ୱ ବିଭାଗ, ଜିଲ୍ଲାସ୍ତରୀୟ ଅଧୁକାରୀ ଏବଂ ବ୍ଲକ ଅଧୁକାରୀଙ୍କ ସମନ୍ବୟର ଅଭାବ ହେଉ କି କେହି କାହାକୁ ବିଶ୍ଵାସକୁ ନନେବା କାରଣରୁ ହେଉ ହିତାଧୁକାରୀ ଚୟନରେ ବ୍ୟାପକ ଦୁର୍ନୀତି ଯୋଗୁଁ ଏବେ ମଧ୍ୟ କେଉଁମାନେ ପକ୍କାଘର ଖଣ୍ଡେ ପାଇବେ ତାହାର ତାଲିକା ପ୍ରସ୍ତୁତ ହୋଇପାରୁ ନାହିଁ ବୋଲି କଂଗ୍ରେସ କହିବା ସହିତ ରାଜ୍ୟ ସରକାର କେବଳ ଗର୍ଭଧାରଣ କରିବାରେ ସିଦ୍ଧହସ୍ତ । କିନ୍ତୁ ଛୁଆଜନ୍ମ କରିବା ଘର ଶୂନ ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ସିଧାସଳଖ ଭାବେ ରାଜ୍ୟ ସରକାରଙ୍କୁ ତଥ୍ୟଭିତିକ ନିଶାଣ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଗତ ୯.୭.୨୦୨୧ ଅଂଚାୟତ ରାଜ ବିଭାଗ ସମସ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ସମସ୍ତ ବିଡ଼ିଓଙ୍କୁ ପତ୍ର ମାଧମରେ ପକ୍କାଘର ହିତାଧୁକାରୀ ଚୟନରେ ଅନିୟମିତତା ହୋଇଛି ବୋଲି ଅନୁଭବ କରିବା ସହିତ ଅଯୋଗ୍ୟ ହିତାଧୁକାରୀଙ୍କୁ ତଦନ୍ତ କରି ତାଲିକାରୁ ବାଦ ଦେବା ଏବଂ ଯୋଗ୍ୟ ହିତାଧୁକାରୀଙ୍କୁ ଚୟନ କରି ତାଲିକାରେ ଯୋଡ଼ିବା ପାଇଁ ସ୍ପଷ୍ଟ ଉଲ୍ଲେଖ କରିଥିଲେ । କିନ୍ତୁ ଠିକ ୭ ଦିନ ପରେ ଅର୍ଥାତ ତା ୧୫.୭.୨୦୨୧ ରିଖ ରେ ସେହି ବିଭାଗ ତା. ୯.୭.୨୦୨୧ ରିଖରେ ଦିଆଯାଇଥିବା ଚିଠିକୁ ଅକାମି କରି ନୂତନ ନିର୍ଦ୍ଦେଶନାମା ଜାରିକରି କହିଲେ ଜିଲ୍ଲା ଅଧୁକାରୀ ଏବଂ ବ୍ଲକସ୍ତରର ଅଧୁକାରୀମାନେ କେବଳ ଅଯୋଗ୍ୟ ହିତାଧୁକାରୀ ତାଲିକାରୁ ବାଦ ଦେବା ପାଇଁ ଏବଂ ପୂର୍ବ ଚିଠିରେ କୁହାଯାଇଥିବା ଯୋଗ୍ୟ ହିତାଧୁକାରୀଙ୍କୁ ତାଲିକାରେ ସଂଯୋଗ କରିବା କଥା କହିଲେ ନାହିଁ ।
ଏଠାରେ ଗୋଟାଏ କଥା କୁହାଯାଇପାରେ କିଛି ନିର୍ଦ୍ଦିଷ୍ଟ ଅଧୁକାରୀ ରାଜନେତାଙ୍କ କଳାକାରନାମା ଯୋଗୁଁ ଏବେ ରାଜ୍ୟରେ ଲକ୍ଷଲକ୍ଷ ବାସହରା ଘର ପାଇବାରୁ ବଂଚିତ ହେଉଛନ୍ତି ଏବଂ ତାଠାରୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କଥା ଫନି ବାତ୍ୟାରେ ଘର ଭାଙ୍ଗିଥିବା ପରିବାରକୁ ପକ୍କାଘର ଯୋଗାଇ ଦେବାର ବ୍ୟବସ୍ଥା ଥିଲେ। ମଧ୍ୟ ଫନି କ୍ଷତିଗ୍ରସ୍ତଙ୍କ ତାଲିକା ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରୁ ନାହିଁ । ଯାହା ସୂଚନା ଅଧୁକାର ତଥ୍ୟ କହୁଛି । ରାଜ୍ୟ ସରକାର ତୁରନ୍ତ ଫନି କ୍ଷତିଗ୍ରସ୍ତଙ୍କ ତାଲିକା ଚୂଡ଼ାନ୍ତ କରନ୍ତୁ । ପକ୍କାଘର ତାଲିକାରେ ଅଯୋଗ୍ୟ ହିତାଧୁକାରୀଙ୍କୁ କାଟି ଯୋଗ୍ୟ ହିତାଧୁକାରୀଙ୍କୁ ସାମିଲ କରି ପକ୍କାଘର ଯୋଗାଇ ଦିଅନ୍ତୁ ବୋଲି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସଶ୍ମିଳନୀରେ ଦଳ ପକ୍ଷରୁ ଦାବି କରାଯାଇଛି । ଏହି ସାମ୍ବାଦିକ ସର୍ଭିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ରଜନୀ କୁମାର ମହାନ୍ତି, ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥୁଲେ ।
Post a Comment