ଭୂବନେଶ୍ୱର, ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ କାୟା ବିସ୍ତାର କରୁଛି ଡେଙ୍ଗୁ । ଆଜି ବ୍ୟାପୁଥିବା ଡେଙ୍ଗୁ ଜ୍ବର ସଂପୂର୍ଣ୍ଣଭାବେ ମନୁଷ୍ୟକୃତ ଏବଂ ସରକାର ଏହାକୁ ନିଜେ ସୃଷ୍ଟି କରିଛନ୍ତି ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି । ଅନ୍ୟପଟେ ଡେଙ୍ଗୁ ରୋଗରେ ରୋଗୀଙ୍କ ମୃତ୍ୟୁ ହେଲେ ବି ବିଏମସି ଓ ରାଜ୍ୟ ସରକାର ବାସ୍ତବତାକୁ ସ୍ୱୀକାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା । ପ୍ରତିବର୍ଷ ଡେଙ୍ଗୁ ଏବଂ ବର୍ଷା ଜନିତ ରୋଗକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସୁଥିବା ଅନୁଦାନ ଅର୍ଥକୁ ବିଏମସି ହରି ଲୁଟ୍ କରିଚାଲିଛି । ପରିମଳ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । କିନ୍ତୁ ଏହାର ଲାଭ ରାଜଧାନୀବାସୀ ନୁହେଁ ବରଂ କିଛି ହାତଗଣତି କମ୍ପାନୀ ଉଠାଉଛନ୍ତି ।
ଅନ୍ୟପଟେ କୁମ୍ଭକର୍ଣ୍ଣ ଭଳି ନିଦରେ ଶୋଇଥିବା ବିଏମସି ପ୍ରଶାସନ ଓ ରାଜ୍ୟ ସରକାରଙ୍କର ଅବହେଳା କାରଣରୁ ଟ୍ରେନ୍ ସଫେଇ, ମଶାଧୂଆଁ ଛାଡିବା, ମଶା ତେଲ ପକାଇବା, ଟାୟାର ଦୋକାନ, ପଇଡ ଦୋକାନ, କବାଡି ଦୋକାନ ଭଳି ହଟ୍ପଟ୍ ଜାଗା ଗୁଡିକୁ ଚିହ୍ନଟ କରି ସଫେଇ କାର୍ଯ୍ୟ ସମ୍ଭବ ହୋଇପାରିଲାନାହିଁ । ଭାରତୀୟ ଜନତାପାର୍ଟି ତରଫରୁ ବାରମ୍ବାର ବିଏମସି ପ୍ରଶାସନ ନିକଟରେ ଅଭିଯୋଗ କରାଯିବା ସତ୍ତ୍ୱେ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଗଲାନାହିଁ । ଏହା ଅତ୍ୟନ୍ତ ଦାୟିତ୍ବହୀନତାର ପରିଚୟ ରାଜ୍ୟସରକାର ଓ ବିଏମସି ପ୍ରଶାସନ ଜାଣିଶୁଣି ମିଳିତ ଭାବରେ କରାନା ସଙ୍କଟ ସମୟରେ ଡେଙ୍ଗୁ ରୋଗକୁ ରାଜଧାନୀ ବାସୀଙ୍କ ଉପରେ ଲଦି ଦେଇଛନ୍ତି, ଏହାକୁ ରାଜଧାନୀବାସୀ କେବେହେଲେ କ୍ଷମା ଦେବେନାହିଁ ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି ।
ବିଏମସିର ଉଦାସୀନତା ଓ ଚରମ ଅବହେଳା ପ୍ରଦର୍ଶନ ପ୍ରତିବାଦରେ ଭୁବନେଶ୍ବର ଜିଲ୍ଲା ବିଜେପି ତରଫରୁ ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ଆଜି ଭୁବନେଶ୍ବରର ୧୨ ଟି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମାଷ୍ଟର କ୍ୟାଟିନ ଛକରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ସିଂଙ୍କ ସମେତ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ମହିଳା ମୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ଓବିସି ମୋର୍ଚ୍ଚା ସଭାପତି ରଶ୍ମୀରଂଜନ ମୁଦୁଲି, ଶ୍ରୀରାମ ମଣ୍ଡଳ ସଭାପତି ଫିରୋଜ ଖାନ୍, ବନଦୁର୍ଗା ମଣ୍ଡଳ ସଭାପତି ଶଶିପ୍ରଭା ରଥ ପ୍ରମୁଖଙ୍କ ସମେତ ଉପସ୍ଥିତ ଥିଲେ ।
ସେହିପରି କଳ୍ପନା ଛକରେ ମଣ୍ଡଳ ସଭାପତି ସନ୍ତୋଷ ଜେନା ଏବଂ ଯୁବମୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀରଂଜନ ମହାପାତ୍ର, ସିଆରପି ଛକରେ ମଣ୍ଡଳ ସଭାପତି ଜଗନ୍ନାଥ ବେହେରା ଡମଣା ଛକରେ ଜିଲ୍ଲା ସାଧାରଣ ସଂପାଦକ ଦିଲୀପ ବେହେରା ଓ ମଣ୍ଡଳ ସଭାପତି ଦାମୋଦର ବେହେରା; ଇନ୍ଦ୍ରଧନୁ ମାର୍କେଟ ଛକରେ ମଣ୍ଡଳ ସଭାପତି ଅଂଜନ ନାଥ; ରସୁଲଗଡ ଛକରେ ଜିଲ୍ଲା ଉପସଭାପତି ଦେବେନ୍ଦ୍ର ପତି ଏବଂ ମଣ୍ଡଳ ସଭାପତି ବିଜୟ କୁମାର ରାଉତ, କଳାରାଙ୍ଗ ଛକରେ ମଣ୍ଡଳ ସଭାପତି ଯତୀନ୍ଦ୍ର ମହାନ୍ତି; ସୁନ୍ଦରପଦା ହାଟ ଛକରେ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଖଣ୍ଡଗିରି ଛକରେ ଜିଲ୍ଲା ସାଧାରଣ ସଂପାଦକ ହିମାଂଶୁ ଶେଖର ଛୋଟରାୟ ଓ ମଣ୍ଡଳ ସଭାପତି ରାମଚନ୍ଦ୍ର ରଣସିଂହ, ବରଗଡ ବ୍ରିଟ ଚାରିଛକରେ ମଣ୍ଡଳ ସଭାପତି ଅମରଜ୍ୟୋତି ଜଗଦ୍ଦେବ; ଲିଙ୍ଗିପୁର ଚାରିଛକରେ ମଣ୍ଡଳ ସଭାପତି ଅରୁଣ ପୁରୋହିତ ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ମନୋଜ ପଶ୍ଚିମକବାଟଙ୍କ ନେତୃତ୍ବରେ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କୋଭିଡର ସମସ୍ତ ନିୟମ ପାଳନ କରି ଉଆଲ ମାଧ୍ୟମରେ ଡେଙ୍ଗୁ ସଚେତନତା ପାଇଁ ଜନସଭା କରିବ ଜିଲ୍ଲା ବିଜେପି । ଆଜି ସହରାଂଚଳର ପ୍ରମୁଖ ୧୨ଟି ସ୍ଥାନରେ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଗାମୀ ଦିନରେ ବିଜେପି କାର୍ଯ୍ୟକର୍ତାମାନେ ଭୁବନେଶ୍ଵରର ପ୍ରତ୍ୟେକ ଔର୍ଡ ସୂର୍ଡ ବୁଲି ବୁଲି ବିଏମସିର ଉଦାସୀନତା ବିରୋଧରେ ପ୍ରଚାର କରିବା ସହ ଡେଙ୍ଗୁ ରୋଗ ପ୍ରତିଷେଧକ ପାଇଁ ଜନସଚେତନ ସୃଷ୍ଟି କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି ।
Post a Comment