ଭୁବନେଶ୍ୱର, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ମାଲକାନାଗିରି ଜିଲ୍ଲାର ବରିଷ୍ଠ ଅଧୁକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ତ୍ରୀ ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, କୃଷି, ଶିକ୍ଷା, ଜଳସେଚନ, ଗମନାଗମନ, ମୋବାଇଲ୍ ନେଟ୍ୱାର୍କ ସେବା, ଜୀବନଜୀବିକା, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ଜନଜାତି କଲ୍ୟାଣ ଆଦି ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଅଧୁକାରୀମାନଙ୍କ ସହ ଆଲୋଚନା କରିଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜିଲ୍ଲାର ବିକାଶଧାରାକୁ ଆଗେଇ ନେବା ଲାଗି ସ୍ଵତନ୍ତ୍ର ଧ୍ୟାନ ଦେଉଥିବାବେଳେ ଆମ ସମସ୍ତଙ୍କୁ ଆଗଭର ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଅଧୁକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶାସନ ଭାର ହାତକୁ ନେବା ପରେ ଜିଲ୍ଲାରେ ବହୁତଗୁଡ଼ିଏ ଉନ୍ନତିମୂଳକ କାର୍ଯ୍ୟ ସମ୍ଭବ ହୋଇପାରିଛି । ଜିଲ୍ଲାର ଅଧକାରୀ ଓ କର୍ମଚାରୀଙ୍କ ଆନ୍ତରିକ ଉଦ୍ୟମ ଓ ଜନସାଧାରଣଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
ଜିଲ୍ଲା ପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ମନ୍ତ୍ରୀ ଶ୍ରୀ ବେହେରା ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ବୈଠକରେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପାଳ ଶ୍ରୀ ବିଶାଲ ସିଂଙ୍କ ସମେତ ବହୁ ବରିଷ୍ଠ ଅଧୁକାରୀମାନେ ଉପସ୍ଥିତ ଥିଲେ । ପରେ ମନ୍ତ୍ରୀ ଶ୍ରୀ ବେହେରା ମାଲକାନଗିରି ବାଳିକା ହାଇସ୍କୁଲରେ ବୃକ୍ଷରୋପଣ କରିବା ସହିତ ବିଦ୍ୟାଳୟର ଭିତ୍ତିଭୂମି ସଂପର୍କରେ ପଚାରି ବୁଝିଥିଲେ ।
Post a Comment