loading...

ନ୍ୟାୟପାଳିକା, ପୋଲିସ, ଜେଲ ଓ ଆଇନ ସହାୟତା ସଂପର୍କିତ ସମ୍ମିଳନୀ

ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଓଡ଼ିଶା ଏବଂ ଇଣ୍ଡିଆ ଜଷ୍ଟିସ ରିପୋର୍ଟ ଟିମ୍‌ର ମିଳିତ ଆନୁକୂଲ୍ୟରେ ଗତ ୨୪ ତାରିଖରେ ଏକ ସମ୍ମିଳନୀ ଅନୁଷ୍ଠିତହୋଇଯାଇଛି

ନ୍ୟାୟପାଳିକା, ପୋଲିସ, ଜେଲ ଓ ଆଇନ ସହାୟତା ସଂପର୍କିତ ସମ୍ମିଳନୀ

ଭୁବନେଶ୍ବର, ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଓଡ଼ିଶା ଏବଂ ଇଣ୍ଡିଆ ଜଷ୍ଟିସ ରିପୋର୍ଟ ଟିମ୍‌ର ମିଳିତ ଆନୁକୂଲ୍ୟରେ ଗତ ୨୪ ତାରିଖରେ ଏକ ସମ୍ମିଳନୀ ଅନୁଷ୍ଠିତହୋଇଯାଇଛି । ଏହି ସମ୍ମିଳନୀରେ ସାଧାରଣ ବିଚାର ବ୍ୟବସ୍ଥାର ୪ଟି ସ୍ତମ୍ଭ ନ୍ୟାୟପାଳିକା, ପୋଲିସ, ଜେଲ ଓ ଆଇନ ସହାୟତା ସଂପର୍କରେ ଗୁରୁତ୍ବାରୋପ କରାଯାଇଥିଲା । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ନ୍ୟାୟମୂର୍ତ୍ତି ଡକ୍ଟର ଏସ୍. ମୁରଲିଧର ଏହି ସମ୍ମିଳନୀରେ ଅଭିଭାଷଣରେ ଭାରତୀୟ ବିବ୍ୟବସ୍ଥାରେ ବାର ଭୂମିକା ବେଶ୍ ମହତ୍ତ୍ୱପୂର୍ଣ୍ଣ ବୋଲି କହିଥିଲେ । ପୂରା ଦିନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରୁ ଖ୍ୟାତିସମ୍ପନ୍ନ ପ୍ରତିଷ୍ଠିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । 

ପ୍ରଥମ ଅବେଶନରେ ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟର ମୁଖ୍ୟ ସଂପାଦକ ଶ୍ରୀମତୀ ଏମ୍. ଦାରୁୱାଲା ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ- ୨୦୨୦ ସମ୍ପର୍କରେ ସମ୍ମିଳନୀକୁ ଅବଗତ କରାଇଥିଲେ । ହାଇକୋର୍ଟର ମାନ୍ୟବର ନ୍ୟାୟମୂର୍ତ୍ତି ସଂଗ୍ରାମ କୁମାର ସାହୁ, ମାନ୍ୟବର ନ୍ୟାୟମୂର୍ତ୍ତି ବିଭୁ ପ୍ରସାଦ ରାଉତରାୟ ବିଚାରାଧୀନ କେଶଗୁଡ଼ିକୁ ହ୍ରାସ କରାଯିବା ପାଇଁ ଦୃଢ଼ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ବାରୋପ କରିଥିଲେ । ଓଡ଼ିଶା ହାଇକୋର୍ଟର ମାନ୍ୟବର ନ୍ୟାୟମୂର୍ଭ ସଞ୍ଜୟ କୁମାର ମିଶ୍ର ଏବଂ ଜେଲ୍‌ ସଂସ୍କାର କାର୍ଯ୍ୟକ୍ରମର ମୁଖ୍ୟ ମଧୁରିମା ଧନୁକା ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟକୁ ପ୍ରଶଂସା କରିଥିଲେ । ଦ୍ଵିତୀୟ ଅଧୂବେଶନରେ ଓଡ଼ିଶାର ପୋଲିସ ଡି.ଜି. ଶ୍ରୀ ଅଭୟ ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟକୁ ସ୍ଵାଗତ କରିବା ସହ ପୋଲିସ୍ ବିଭାଗର ସମସ୍ତ କାର୍ଯ୍ୟକୁ କେବଳ ପରିସଂଖ୍ୟାନ ମଧ୍ୟରେ ସୀମିତ କରିହେବ ନାହିଁ ବୋଲି ମତବ୍ୟକ୍ତ ଦେଇଥିଲେ ।

ଡି.ଜି(ଜେଲ୍) ଶ୍ରୀ ସନ୍ତୋଷ କୁମାର ଉପାଧ୍ୟାୟ ଅନ୍ତେବାସୀମାନଙ୍କ ପାଇଁ ଜେଲ୍‌ରେ ସ୍ଥାନ ଅଭାବ, ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ଆଦି ବିଭିନ୍ନ ବିଷୟରେ ମତ ରଖୁଥୁଲେ । ସମ୍ମିଳନୀ ଅତ୍ୟନ୍ତ ଫଳପ୍ରଦ ହୋଇଥୁବାବେଳେ ନାଗରିକ ସମୁଦାୟ ଏବଂ ଛାତ୍ରଛାତ୍ରୀ ମାନେ ଏଥିରେ ଯୋଗଦେଇଥିଲେ । ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ବେଦକୁମାରୀ  ସମ୍ମିଳନୀ ଶେଷରେ ବକ୍ତବ୍ୟ ରଖୁଥୁବେଳେ ପ୍ରଫେସର (ଡକ୍ଟର) ଯୋଗେଶ ପ୍ରତାପ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget