loading...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡିଶା ଦ୍ୱାରା ଆଭାସୀରେ ଗୁରୁପୂର୍ଣ୍ଣିମା ପାଳିତ ! ପତ୍ରିକା ଉନ୍ମୋଚିତ

ଗୁରୁପୂର୍ଣ୍ଣିମା ଅବସରରେ ୨୪ଜୁଲାଇ ସନ୍ଧ୍ୟାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡିଶା ଦ୍ୱାରା ଆଭାସୀ ମାଧ୍ଯମରେ ଆଜି ଗୁରୁପୂର୍ଣ୍ଣିମା ପର୍ବ ପାଳିତ

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡିଶା ଦ୍ୱାରା ଆଭାସୀରେ ଗୁରୁପୂର୍ଣ୍ଣିମା ପାଳିତ ! ପତ୍ରିକା ଉନ୍ମୋଚିତ

ଭୁବନେଶ୍ୱର, ଭାରତୀୟ ପରମ୍ପରାର ଅନ୍ଯତମ ପର୍ବ ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ୨୪ଜୁଲାଇ ସଂଧ୍ଯାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡିଶା ଦ୍ୱାରା ଆଭାସୀ ମାଧ୍ଯମରେ ଆଜି ଗୁରୁପୂର୍ଣ୍ଣିମା ପର୍ବ ପାଳିତ ହୋଇଯାଇଛି। ଏହି ଅବସରରେ ପରିଷଦର ଉପାଧ୍ଯକ୍ଷା ତଥା ରେଭେନ୍ସା ବିଶ୍ୱବିଦ୍ଯାଳୟର ଅବସରପ୍ରାପ୍ତ କୁଳସଚିବ ଡ. ସଂଘମିତ୍ରା ମିଶ୍ରଙ୍କ ଅଧ୍ଯକ୍ଷତାରେ ଏକ ଆଭାସୀ ଆଲୋଚନା ଚକ୍ର ଜୁମ୍ ରେ ଆୟୋଜିତ ହୋଇଥିଲା। ଡ. ସଂଘମିତ୍ରା ମହାପାତ୍ରଙ୍କ ସରସ୍ଵତୀ ବନ୍ଦନା ଏବଂ ଇଂ. ପ୍ରଦୀପ୍ତ ଦାସଙ୍କ ସ୍ୱାଗତ ଅଭିଭାଷଣ ପରେ ଓଁପ୍ରକାଶ ବିଶ୍ୱାଳ ଅତିଥି ପରିଚୟ କରିଥିଲେ। ଉତ୍କଳ ବିଶ୍ୱବିଦ୍ଯାଳୟ ସଂସ୍କୃତ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ଯ ଡ. ରଘୁନାଥ ପଣ୍ଡା ବ୍ଯାସଦେବଙ୍କୁ ଗୁରୁ ଭାବରେ କାହିଁକି ପୂଜା କରାଯାଏ ତା’ର ଐତିହାସିକ ଦିଗ ଉପରେ ତାତ୍ତ୍ୱିକ ଆଲୋଚନା କରିଥିଲେ। 

ସେହିପରି କେନ୍ଦ୍ରୀୟ ବିଦ୍ଯାଳୟର ଅବସରପ୍ରାପ୍ତ ଅଧ୍ଯକ୍ଷ, ବାଗ୍ମୀ, ସୁବକ୍ତା ତଥା ପରିଷଦର ଆଜୀବନ ସଦସ୍ଯ ଶ୍ରୀଯୁକ୍ତ ଦୁର୍ଯୋଧନ କାଠୁଆ ଭାରତବର୍ଷ ଗୁରୁ ପରମ୍ପରାରେ ବ୍ରହ୍ମାଙ୍କ ଠାରୁ ଆରମ୍ଭକରି ରାମକୃଷ୍ଣ ପରମହଂସ ଓ ବାୟାବାବାଙ୍କ ପର୍ଯ୍ଯନ୍ତ ଗୁରୁଙ୍କ ବିଷୟରେ ଏକ ସାରଗର୍ଭକ ଆଲୋଚନା କରିଥିଲେ। ସମସ୍ତ ଗୁରୁଙ୍କୁ ଆମ ଉତ୍କଳ ମାଟି ସମ୍ମାନିତ କରିଛି ଏବଂ ସମସ୍ତ ଗୁରୁଙ୍କ ପାଦ ପୁରୀ ଶ୍ରୀକ୍ଷେତ୍ରରେ ପଡିଛି ବୋଲି ସେ କହିଥିଲେ। ଏହି ଅବସରରେ ପରିଷଦର ଅନୁଗୋଳ ଶାଖାର ତ୍ରୈୟମାସିକ ପତ୍ରିକା ଶୈଳସମ୍ଭବାର ଉନ୍ମୋଚନ ହୋଇଥିଲା। ଏଥିରେ ସମ୍ପାଦକ ଶ୍ରୀଯୁକ୍ତ ରମେଶଚନ୍ଦ୍ର ମିଶ୍ର ଓ ଶ୍ରୀଯୁକ୍ତ ରାମକୃଷ୍ଣ ତ୍ରିପାଠୀ ତାଙ୍କର ସମ୍ପାଦକୀୟ ବକ୍ତବ୍ଯ ପ୍ରଦାନ କରିଥିଲେ। 

ଶେଷରେ ପରିଷଦର ସାଧାରଣ ସମ୍ପାଦକ ଡ. ସନ୍ତୋଷ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋଚନଚକ୍ରରେ ଅନ୍ୟମାନଙ୍କ ମଧ୍ଯରେ ପରିଷଦର ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ନାୟକ, ସମ୍ପାଦିକା ପ୍ରତିଭା ପ୍ରିୟଦର୍ଶିନୀ, ସମ୍ପାଦକ ଇଂ. ସତ୍ୟଜିତ ନାୟକ, ଅବିନାଶ ଦାସ, ଇଂ. ଜିତେନ୍ଦ୍ର କୁମାର ପାଢୀ ପ୍ରଭୃତିଙ୍କ ସମେତ ରାଜ୍ଯ ଓ ରାଜ୍ଯ ବାହାରର ବହୁ ବ୍ଯକ୍ତିବିଶେଷ ଯୋଗ ଦେଇଥିଲେ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget