loading...

ଓଡ଼ିଶାର ଜନପ୍ରୀୟ ନେତା ବିଧାୟକ ସୁର ଭାଇଙ୍କ ୭୮ତମ ଜନ୍ମ ଜୟନ୍ତୀରେ ହେବ ମେଗା ରକ୍ତଦାନ ଶିବିର

ଓଡ଼ିଶାର ଜନପ୍ରୀୟ ନେତା ବିଧାୟକ ତଥା ସମସ୍ତଙ୍କ ପ୍ରୀୟ ସୁର ଭାଇ ସୁରେଶ କୁମାର ରାଉତରାୟଙ୍କ ୭୮ତମ ଜନ୍ମ ଉତ୍ସବ ପାଇଁ ରାମେଶ୍ୱର ପାଟଣାରେ ପ୍ରସ୍ତୁତି ବୈଠକ

ଓଡ଼ିଶାର ଜନପ୍ରୀୟ ନେତା ବିଧାୟକ ସୁର ଭାଇଙ୍କ ୭୮ତମ ଜନ୍ମ ଜୟନ୍ତୀରେ ହେବ ମେଗା ରକ୍ତଦାନ ଶିବିର

ଭୁବନେଶ୍ୱର, ଓଡ଼ିଶାର ଜନପ୍ରୀୟ ନେତା ବିଧାୟକ ତଥା ସମସ୍ତଙ୍କ ପ୍ରୀୟ ସୁର ଭାଇ ସୁରେଶ କୁମାର ରାଉତରାୟଙ୍କ ୭୮ତମ ଜନ୍ମ ଉତ୍ସବ ପାଇଁ ରାମେଶ୍ୱର ପାଟଣାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅଗଷ୍ଟ ୧୦ତାରିଖରେ ଶ୍ରୀ ରାଉତରାୟଙ୍କ ଜୟନ୍ତୀରେ ମାଉସିମା ଛକଠାରେ ପୂର୍ବାହ୍ନରେ ମେଗା ରକ୍ତଦାନ ଶିବର ହେବ । ଏଥି ସହ ବିଏମ୍‌ସି ହସ୍‌ପିଟାଲ, ଜଟଣୀ ହସ୍‌ପିଟାଲରେ ଓ ଲିଙ୍ଗରାଜ ମନ୍ଦିରଠାରେ ଫଳ ବଂଟନ, ମାଷ୍କ ବଂଟନ ଓ ଦରିଦ୍ର ନାରାୟଣ ସେବା କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । 

ଜୟନ୍ତୀ କମିଟିର ସମ୍ପାଦକ ଜୟକୃଷ୍ଣ ମଲିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦିଲ୍ଲୀପ ମିଶ୍ର, ବିଷ୍ଣୁ ପ୍ରସାଦ ମୁଦୁଲି, କ୍ୟାପଟେନ୍ ମନ୍ମଥ କୁମାର ରାଉତରାୟ, ଶ୍ରୀବତ୍ସ ପତି, କପିଳ ପଣ୍ଡା, ବାବନ ଚନ୍ଦ୍ର ମହାପାତ୍ର, ଗଦାଧର ଦାସ, ଧିରାଜ ମହାପାତ୍ର, ସୁଧାଂଶୁ ମୋହନ ପଟ୍ଟନାୟକ, ତ୍ରିଲୋଚନ ପ୍ରଧାନ, ମନୋରଞ୍ଜନ ବଟୁ, ଗିରିଜା ମହାପାତ୍ର, ସରୋଜ ମହାପାତ୍ର, ପ୍ରକାଶ ଜେନା, ସୂର୍ଯ୍ୟକାନ୍ତ ପାତ୍ର, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ମନୋରଞ୍ଜନ ମଲିଆ, ତପନ ଚକ୍ରବର୍ତି, ବିଷ୍ଣୁ ପ୍ରସାଦ ପାଇକରାୟ, ବସନ୍ତ କୁମାର ସାହୁ, ବିକ୍ରମ ସୁନ୍ଦରାୟ, ସଚ୍ଚିକାନ୍ତ ମଲିଆ ଓ ଶତାଧିକ ବ୍ୟକ୍ତି ସାମିଲ ହୋଇଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget