loading...

କଟକରେ ଏସ୍ ସି ଏସ୍ ଟି ଆକ୍ଟର କାର୍ଯ୍ୟକାରିତା ନିମନ୍ତେ ଦିନିକିଆ ଆଡ଼ଭୋକେଟ ପରାମର୍ଶ ବୈଠକ ଅନୁଷ୍ଠିତ

ରାଜ୍ୟରେ ଅନୁସୂଚିତ ବର୍ଗଙ୍କ ଉପରେ ନିର୍ଯ୍ୟାତନା ଘଟଣା ବଢି ଗଲୁଥିବା ପରିପ୍ରେକ୍ଷୀରେ ଏସି, ଏସ୍‌ଟି (ନିର୍ଯ୍ୟାତନା ନିବାରଣ) ଆଇନର କାର୍ଯ୍ୟକାରିତା ସମ୍ପର୍କରେ

କଟକରେ ଏସ୍ ସି ଏସ୍ ଟି ଆକ୍ଟର କାର୍ଯ୍ୟକାରିତା ନିମନ୍ତେ ଦିନିକିଆ ଆଡ଼ଭୋକେଟ ପରାମର୍ଶ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ରାଜ୍ୟରେ ଅନୁସୂଚିତ ବର୍ଗଙ୍କ ଉପରେ ନିର୍ଯ୍ୟାତନା ଘଟଣା ବଢି ଗଲୁଥିବା ପରିପ୍ରେକ୍ଷୀରେ ଏସି, ଏସ୍‌ଟି (ନିର୍ଯ୍ୟାତନା ନିବାରଣ) ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଏକ ଦିନିକିଆ ଅବକ୍ତା ପରାମର୍ଶ ବୈଠକ କଟକସ୍ଥିତ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଛି । ରାଜ୍ୟ ମାନବ ଅଧୁକାର କମିଶନ ସଦସ୍ୟ ଶ୍ରୀ ଅସୀମ ଅମିତାଭ ଦାଶ ଓ ପ୍ରାକନ୍ତ ଖାଦ୍ୟ କମିଶନ ସଦସ୍ୟ ଡ. ସିପ୍ରା ମଲିକ ଏଥୁରେ ଅତିଥି ଭାବେ ଯୋଗଦାନ କରି ଆଇନ ଓ ସମ୍ବିଧାନର ସଠିକ ପ୍ରୟୋଗ ନିମନ୍ତେ ସ୍ବତନ୍ତ୍ର ଭାବରେ ଦୃଢ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରିଥିଲେ ଏବଂ ଆଡ଼ଭୋକେଟମାନେ କିଭଳି ସକ୍ରିୟ ଭୂମିକା ନେବା ଆବଶ୍ୟକ ସେ ବିଷୟରେ ପରାମର୍ଶ ଦେଇଥିଲେ ।

ରାଜ୍ୟର ଅଗ୍ରଣୀ ଗଣସଂଗଠନ ଆମ୍ବେଦକର ଲୋହିଆ ବିଶ୍ଚରମଞ୍ଚ ଓ ରାଷ୍ଟ୍ରୀୟ ଦଳିତ ନ୍ୟାୟ ଆନ୍ଦୋଳନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ୬ଟି ଜିଲ୍ଲାରୁ ଆଡ଼ଭୋକେଟମାନେ ଯୋଗ ଦେଇ ବିଶ୍ବର ବିମର୍ଷରେ ଭାଗ ନେଇଥିଲେ । ବିଷ୍ଟର ମଞ୍ଚର ସଭାପତି ସଂଗ୍ରାମ ମଲିକ ଏଥିରେ ସଭାପତିତ୍ବ କରି ରାଜ୍ୟରେ ନିର୍ଯ୍ୟାତନା ମାମଲା ବଢି ଗଲିଥିଲା ବେଳେ ଖୁବ୍ କମ୍ ସଂଖ୍ୟକ ମାମଲାର ବିଶ୍ବର ଶେଷ ହେଉଛି ଓ ଅତି ନଗଣ୍ୟ ଦୋଷୀସାବ୍ୟସ୍ତ ହାର ରହିଛି ବୋଲି ଉଦବେଗ ପ୍ରକାଶ କରିଥିଲେ । ୨୦୧୯ ମସିହାର ଏନ.ସି.ଆର.ବି ତଥ୍ୟ ଆଧାରରେ ସେହିବର୍ଷ ମାତ୍ର ୧୨ଟି ମାମଲାର ରାୟ ପ୍ରକାଶ ପାଇଥିଲା ଯାହା ମଧ୍ୟରୁ ୨ଟି ମାମଲାରେ ଅଭିଯୁକ୍ତମାନେ ଦୋଷୀସାବ୍ୟସ୍ତ ହୋଇଥିଲେ; ଅପର ପକ୍ଷରେ ସତର ହଜାରରୁ ଅଧିକ ମାମଲା ଏସ୍‌ସି, ଏଟି ଆକ୍ଟ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ବିରରାଳୟଗୁଡ଼ିକରେ ପଡ଼ି ରହିଥିଲା । 

ଏଣୁ ଦୈନନ୍ଦିନ ଶୁଣାଣୀ କରାଯାଇ ତ୍ବରିତ ବିଗର ପାଇଁ ଆଡ଼ଭୋକେଟମାନେ କୋର୍ଟ ନିକଟରେ ଉପସ୍ଥାପନ କରିବାକୁ ଶ୍ରୀ ମଲିକ କହିଥିଲେ । ଏହା ସହିତ ନିର୍ଯ୍ୟାତିତ ଓ ସାକ୍ଷୀମାନଙ୍କର ସମ୍ପର୍କୀୟଙ୍କୁ ସୁରକ୍ଷା, ତଦନ୍ତ ଅନୁସନ୍ଧାନ ଓ ବିଶ୍ବର ସମୟରେ ଯାତାୟତ ଖର୍ଚ୍ଚ, ସାମାଜିକ-ଆର୍ଥିକ ଥଇଥାନ ଏବଂ ସ୍ଥାନାନ୍ତରଣ ଆଦି ସମ୍ପର୍କରେ ସ୍ୱତନ୍ତ୍ର କୋର୍ଟର କ୍ଷମତା ରହିଛି ଓ ସେ ସମ୍ପର୍କରେ ପିଟିସନ ଦାଖଲ କରିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ । ଜାତୀୟ ଦଳିତ ନ୍ୟାୟ ଆନ୍ଦୋଳନର ସାଧାରଣ ସମ୍ପାଦକ ଡ. ରାହୁଲ ସିଂ ଏସି, ଏଟି ଆକ୍ଟର ସଂଶୋଧନ ଓ ସେଥିରେ ରହିଥିବା ବିଶେଷ ବ୍ୟବସ୍ଥା ଗୁଡ଼ିକ ଉପସ୍ଥାପନା କରିବା ସହିତ ଏହି ଆଇନ ଅନ୍ତର୍ଗତ ମାମଲାର ସ୍ବତନ୍ତ୍ର ସରକାରୀ ଅଭିଯୋଜକ (ସ୍ପେଶାଲ ପି.ପି) ସଠିକ ଭାବରେ ମାମଲା ପରିଷ୍ଟଳନା ନ କରୁଥିଲେ ତାଙ୍କୁ ପରିବର୍ତ୍ତନ କରି ନିର୍ଯ୍ୟାତିତଙ୍କ ପସନ୍ଦର ସ୍ପେଶାଲ ପି.ପି ସରକାରୀ ଖର୍ଚ୍ଚରେ ନିଯୁକ୍ତି କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

ଏହି ଅବସରରେ ଦେଶରେ ଏହି ଆଇନର ପ୍ରୟୋଗର ସ୍ଥିତି ସମ୍ପର୍କରେ ଏକ ରିପୋର୍ଟ ‘ବୈଷ୍ଟ ଫର୍ ଜଷ୍ଟିସ୍‌’ ଉନ୍ମୋଚନ କରାଯାଇଥିଲା । ଏଥିରେ ଆଡ଼ଭୋକେଟ ନବୀନ ଗୌତମ, ଆଡ଼ଭୋକେଟ କ୍ଷୀରୋଦ ରାଉତ, ଆଡ଼ଭୋକେଟ ହଳଧର ସେଠୀ, ଆଡ଼ଭୋକେଟ ସେବତୀ ସୋରେନ, ଆଡ଼ଭୋକେଟ ପଦ୍ମାବତୀ ନାୟକ, ଆଡ଼ଭୋକେଟ ଶ୍ରୀଜ୍ୟୋତି ସର ପ୍ରମୁଖ ମତାମତ ରଖିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget