loading...

ଡେଙ୍ଗୁ ରୋଗକୁ ମହାମାରୀ ଭାବେ ଘୋଷଣା କରି ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗଇ ଦିଅନ୍ତୁ ରାଜ୍ୟ ସରକାର

ସରକାର ଚାରିପାଦ ଆଗରେ ରହି ଯେପରି ଟିକସ ଆଦାୟ କରୁଛନ୍ତି ସେହିପରି ଢଙ୍ଗରେ ରାଜଧାନୀ ବାସୀଙ୍କୁ ସ୍ବାସ୍ଥ୍ୟ ସେବା କାହିଁକି ଯୋଗାଇ ପାରୁନାହାଁନ୍ତି

ଡେଙ୍ଗୁ ରୋଗକୁ ମହାମାରୀ ଭାବେ ଘୋଷଣା କରି ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗଇ ଦିଅନ୍ତୁ ରାଜ୍ୟ ସରକାର

ଭୁବନେଶ୍ଵର, ପ୍ରଥମେ ମହାମାରୀ କରୋନା ଏବଂ ବର୍ତ୍ତମାନ ଡେଙ୍ଗୁ କାରଣରୁ ରାଜଧାନୀ ବାସିନ୍ଦା ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ରାଜଧାନୀରେ କରୋନା ପରେ ଡେଙ୍ଗୁ ଜ୍ବର ଏକ ବଡ ସମସ୍ୟା ପାଲଟିଛି । କିନ୍ତୁ ଦୁର୍ଭାଗ୍ୟର କଥା ବିଏମସି ଏ ଦିଗରେ କୌଣସି ପଦକ୍ଷେପ ନନେଇ ଚୁପ୍ ବସିଛି । ଡେଙ୍ଗୁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିବର୍ଷ ବର୍ଷାଦିନ ପୂର୍ବରୁ ଗୋଟିଏ ପ୍ରସ୍ତୁତି ବୈଠକ ହୁଏ ଏବଂ ସେହି ପ୍ରସ୍ତୁତିରେ ସଲିଡ୍ ୱେଷ୍ଟ ଓ । ଲିକ୍ୟୁଡ୍ ୱେଷ୍ଟର କିପରି ସ୍ଥାନାନ୍ତରିତ କରାଯିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଏ । କିନ୍ତୁ ଏବର୍ଷ କରୋନାର ଆଳରେ ବିଏମସିର ଅଧୁକାରୀ । ମାନେ ତାହା କଲେ ନାହିଁ । ଆଜି ବ୍ୟାପୁଥିବା ଡେଙ୍ଗୁ ଜ୍ବର ସଂପୂର୍ଣ୍ଣଭାବେ ମନୁଷ୍ୟକୃତ ଏବଂ ସରକାର ଏହାକୁ ନିଜେ ସୃଷ୍ଟି କରିଛନ୍ତି । ମଶା ସୃଷ୍ଟି ହେଉଥିବା ସ୍ଥାନ ଗୁଡିକୁ ହଟସ୍ପଟ୍ କହି ଚିହ୍ନଟ କରି ମଶାର ଲାର୍ଭାକୁ ମାରିବା ନେଇ କୌଣସି ବ୍ୟବସ୍ଥା ହେଲା ନାହିଁ । 

ଟାୟାର ଦୋକାନ, ପଇଡ । ଦୋକାନ, କବାଡି ଦୋକାନ ଭଳି ଜାଗା ଗୁଡିକୁ ଚିହ୍ନଟ କରି ସଫେଇ କରିବା ସହିତ ବିଶେଷ ମଶାମରା ଟ୍ରିଟମେଟ୍ କରାଯାଏ ତାହା ହୋଇନାହିଁ । ମଶାଧୂଆଁ ଛାଡିବା, ମଶା ତେଲ ପକାଇବା ଆଦି କାର୍ଯ୍ୟ ବିଏମସି କରିନାହିଁ । ଯାହା ଫଳରେ ଡେଙ୍ଗୁ ମହାମାରୀ ବ୍ୟାପକ ହେବାରେ ଲାଗିଛି । ସର୍ବୋପରି ପ୍ରତି ଘରକୁ ଘର ଯାଇ ସର୍ଭେ କରି ଯେଉଁ ସଚେତନତା କରିବା କଥା ତାହା ମଧ୍ୟ ବିଏମସି କରି ନାହିଁ । ପ୍ରତିବର୍ଷ ସଚେତନତା ପାଇଁ ଯେଉଁ ଅର୍ଥ ରାଜ୍ୟ ସରକାରଙ୍କ ପକ୍ଷରୁ ଆସେ ଚଳିତ ବର୍ଷ ସେହି ଅର୍ଥକୁ ମଧ୍ୟ ବିଏମସି ହରି ଲୁଟ୍ କରିଛି । ପରିମଳ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । କିନ୍ତୁ ଏହାର ଲାଭ ରାଜଧାନୀବାସୀ ନୁହେଁ ବରଂ କିଛି ହାତଗଣତି କମ୍ପାନୀ ଉଠାଉଛନ୍ତି ବୋଲି ଜିଲ୍ଲା ସଭାପତି ବାବୁ ସିଂ ଅଭିଯୋଗ କରିଛନ୍ତି ।

ମହାନଗର ନିଗମରେ କେତୋଟି ଡିଫା ମେସିନ୍ ଅଛି ? ଡିଫା ମେସିନ୍ ଦ୍ଵାରା ଯେଉଁ ମଶା ଧୂଆଁ ଛଡାଯାଏ ତାହା ସହର ମାନଙ୍କରେ ଆଉ ଦେଖାଯାଉନାହିଁ । ତା ମଧ୍ୟରେ କେତୋଟି କାର୍ଯ୍ୟକ୍ରମ ହୋଇଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଭୁବନେଶ୍ବର ସମେତ ରାଉରକେଲାରେ ବି ଡେଙ୍ଗୁ ବ୍ୟାପିଲାଣି । ଏଥିପାଇଁ ରାଜ୍ୟ ସରକାରଙ୍କର ନଗର ଉନ୍ନୟନ ବିଭାଗ ଏବଂ ସ୍ବାସ୍ଥ୍ୟ ବିଭାଗ ଦାୟୀ । ଅନ୍ୟପଟେ ଡେଙ୍ଗୁ ରୋଗରେ ରୋଗୀଙ୍କ ମୃତ୍ୟୁ ହେଲେ ବି ବିଏମସି ଓ ରାଜ୍ୟ ସରକାର ବାସ୍ତବତାକୁ ସ୍ବୀକାର ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ସିଂ ଅଭିଯୋଗ କରିଛନ୍ତି । କୋଭିଡ ପରି ଡେଙ୍ଗୁ ରୋଗକୁ ମହାମାରୀ ଭାବେ ଘୋଷଣା କରାଯାଉ । ରାଜଧାନୀରେ ଏଥିପାଇଁ ଏକ ସ୍ବତନ୍ତ୍ର କଂଟ୍ରୋଲ ରୁମ ଖୋଲାଯାଉ । 

ଟେଷ୍ଟ୍ ସଂଟରକୁ ମଧ୍ୟ ପର୍ଯ୍ୟାପ୍ତ କରାଯାଉ । ଡେଙ୍ଗୁ ପାଇଁ ସ୍ବତନ୍ତ ହେଡେକ୍ସ ଖୋଲାଯାଉ । ବିଏମସି ହେଲପଲାଇନ୍ ନମ୍ବର ଗୋଟିଏ ଘୋଷଣା କରୁ । ଡେଙ୍ଗୁ ଟେଷ୍ଟି କିଟ୍ କୁ ପର୍ଯ୍ୟାପ୍ତ ପରିମାଣରେ ସରକାରୀ ହସ୍ପିଟାଲରେ ରଖାଯାଉ । କୋଭିଡ ପରି ଡେଙ୍ଗୁ ଚିକିତ୍ସାକୁ ମାଗଣାରେ ଯୋଗାଇ ଦିଆଯାଉ । ଆବଶ୍ୟକତା ଅନୁସାରେ ରକ୍ତଭଣ୍ଡାରକୁ ମଧ୍ୟ ପ୍ରସ୍ତୁତ ରଖ୍ ଡେଙ୍ଗୁ ରୋଗୀଙ୍କୁ ସ୍ୱତନ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ । ଶ୍ରୀ ସିଂ ଦାବି କରିଛନ୍ତି । କୋଭିଡର ସମସ୍ତ ନିୟମ ପାଳନ କରି ଭବ୍ଲିଆଲ ମାଧ୍ୟମରେ ଡେଙ୍ଗୁ ସଚେତନତା ପାଇଁ କନସଭା କରିବ ଜିଲ୍ଲା ବିଜେପି । ସହରାଂଚଳର ପ୍ରତ୍ୟେକ ୱାର୍ଡରେ ବିଭିନ୍ନ ଛକ, ବଜାର ଏବଂ ଲୋକଗହଳି ସ୍ଥାନ ଗୁଡିକରେ ସଚେତନତାର କାର୍ଯ୍ୟକ୍ରମ କରାଯିବ । ୱାର୍ଡରେ ଥିବା ପ୍ରତ୍ୟେକ ଘରକୁ ଯାଇ ସଚେତନତା ସହିତ ସଫେଇ କାର୍ଯ୍ୟକ୍ରମ କରାଯିବ । 

ଯେତେବେଳେ ସରକାର ସ୍ଥାଣୁ ପାଲଟିଛନ୍ତି ସେତେବେଳେ ଭାରତୀୟ ଜନତାପାର୍ଟି ଲୋକଙ୍କୁ ସଚେତନତା କରିବା ସହିତ ସେବା ଓ ଚିକିତ୍ସାର ଦାୟିତ୍ବ ନେବବୋଲି ଶ୍ରୀ ସିଂ କହିଛନ୍ତି । ବର୍ଷା ଦିନ ପାଇଁ ବିଏମସିର କୌଣସି ପ୍ରାକ୍‌ ପ୍ରସ୍ତୁତି ନଥିଲା । ନାଳ ନର୍ଦ୍ଦମା ଅପରିଷ୍କାର ହୋଇ ପଡି ରହିବା ଯୋଗୁଁ ଡେଙ୍ଗୁ ଜ୍ବର ଭୟଙ୍କର ଭାବେ ବ୍ୟାପି ଚାଲିଛି । ଦୁର୍ଭାଗ୍ୟର କଥା ଭୁବନେଶ୍ବର ମହାନଗର ନିଗମ ମହାନଗର ନିଗମ ଏବଂ ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ବିଭାଗ ଡେଙ୍ଗୁ ରୋକିବାରେ ଅନେକ ଅବହେଳା କରି ଆସୁଛନ୍ତି । ଜିଲ୍ଲା ବିଜେପି ପକ୍ଷରୁ ପ୍ରତିବାଦ କରିବା ଏବଂ ସ୍ମାରକ ପତ୍ର ପ୍ରଦାନ କରିବା ପରେ ବି ବିଏମସି ଓ ସ୍ବାସ୍ଥ୍ୟ ବିଭାଗ ଅଚିନ୍ତା ନିଦରେ ଶୋଇଛନ୍ତି । ସରକାର ଚାରିପାଦ ଆଗରେ ରହି ଯେପରି ଟିକସ ଆଦାୟ କରୁଛନ୍ତି ସେହିପରି ଢଙ୍ଗରେ ରାଜଧାନୀ ବାସୀଙ୍କୁ ସ୍ବାସ୍ଥ୍ୟ ସେବା କାହିଁକି ଯୋଗାଇ ପାରୁନାହାଁନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ପୂର୍ବତନ ଭୁବନେଶ୍ବର ଜିଲ୍ଲା ସଭାପତି ଓ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଟିଆ, ଜିଲ୍ଲା ସାଧାରଣ ସମ୍ପାଦକ ହିଂମାଶୁ ଛୋଟରାୟ ଓ ଅଭିଷେକ ଆଚାର୍ଯ୍ୟ, ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଅମରଜ୍ୟୋତି ଜଗଦେବ, ଅରୁଣ ପୁରୋହିତ, ରାମରଣ ସିଂହ, ଜଗନ୍ନାଥ ବେହେରା, ସନ୍ତୋଷ ଜେନା, ଫିରୋଜ ଖାନ୍, ଶଶୀପ୍ରଭା ରଥ, ଅଂଜନ ନାଥ, ଦାଦୋର ବେହେରା, ଯତୀନ୍ଦ୍ର ମହାନ୍ତି ଓ ବିଜୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget