loading...

ବ୍ୟାଙ୍କର୍ସମାନଙ୍କୁ ନେଇ ପିଏମ୍‌ଇଜିପି କାର୍ଯ୍ୟକ୍ରମ ଉପରେ ସମୀକ୍ଷା । ଦରଖାସ୍ତ ନାକଚକୁ ନେଇ ଅସନ୍ତୋଷ

ବ୍ୟାଙ୍କର୍ସମାନଙ୍କୁ ନେଇ ପିଏମ୍‌ଇଜିପି କାର୍ଯ୍ୟକ୍ରମ ଉପରେ ସମୀକ୍ଷା । ସାମାନ୍ୟ ତ୍ରୁଟି ପାଇଁ ଦରଖାସ୍ତ ନାକକୁ ନେଇ ଅସନ୍ତୋଷ

ବ୍ୟାଙ୍କର୍ସମାନଙ୍କୁ ନେଇ ପିଏମ୍‌ଇଜିପି କାର୍ଯ୍ୟକ୍ରମ ଉପରେ ସମୀକ୍ଷା । ଦରଖାସ୍ତ ନାକଚକୁ ନେଇ ଅସନ୍ତୋଷ

ଭୁବନେଶ୍ବର, ବ୍ୟାଙ୍କର୍ସମାନଙ୍କୁ ନେଇ କେନ୍ଦ୍ରୀୟ ଯୋଜନା ପିଏମ୍ଇଜିପି ଅଗ୍ରଗତି ଉପରେ ଏମ୍ଏସ୍ଏମ୍ଇ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ବୈଠକରେ ରାଜ୍ୟରେ କାର୍ଯ୍ୟରତ ଉଭୟ ଜାତୀୟକରଣ ବ୍ୟାଙ୍କ ଏବଂ ଘରୋଇ ବ୍ୟାଙ୍କଗୁଡ଼ିକର ପ୍ରତିନିଧୁଗଣ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମରେ ନିଜ ନିଜ ବ୍ୟାଙ୍କଗୁଡ଼ିକର ସହଯୋଗର ପରିସଂଖ୍ୟାନ ଉପସ୍ଥାପନ କରିଥିଲେ । ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶରେ ଓଡ଼ିଶା ୧୧୪.୭% ହାସଲ କରି ତୃତୀୟ ସ୍ଥାନରେ ଥିବାବେଳେ ଚଳିତ ବର୍ଷ ଏହା ଏଯାବତ୍ ବହୁତ ପଛରେ ରହିଥିବା ସମୀକ୍ଷାରୁ ଜଣାପଡ଼ିଛି । 

ଏ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ତତ୍ପରତା ପ୍ରକାଶ କରିବାକୁ ସଚିବ ତାଗିଦ୍ କରିବା ସହିତ ସରକାରୀ ଯୋଜନା ରୂପାୟନରେ ତାଙ୍କର ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ କହିଥିଲେ । ରାଜ୍ୟରେ ଅନେକ ନୂତନ ଷ୍ଟାର୍ଟଅପ୍ ନିଜର ସୃଜନଶୀଳ ବୁଦ୍ଧିମତ୍ତା ବଳରେ ଅଭିନବ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କରୁଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ନିଜସ୍ବ ଆର୍ଥିକ ସମ୍ବଳରେ ବହୁବାଟ ଆଗେଇଯାଇ ଥିବାବେଳେ ସେମାନଙ୍କୁ ସଫଳତାର ଶୀର୍ଷକୁ ଛୁଇଁବାକୁ ହେଲେ ବ୍ୟାଙ୍କଗୁଡ଼ିକର ସହଯୋଗର ଆବଶ୍ୟକତା ରହିଛି ବୋଲି ସଚିବ ଶ୍ରୀ ସାହୁ ଉଲ୍ଲେଖ କରିଥିଲେ । ତେଣୁ ଏଗୁଡ଼ିକୁ ହାତଧରି ଆଗକୁ ନେବାରେ ବ୍ୟାଙ୍କଗୁଡ଼ିକ ଆଗକୁ ଆସିବାକୁ ହେବ ବୋଲି ସେ ଅନୁରୋଧ କରିଥିଲେ । ପ୍ରାରମ୍ଭରେ ବ୍ୟାଙ୍କ ସହଯୋଗ ଲୋଡୁଥିବା ବାରିଙ୍କା ଲାବ୍ ପ୍ରା. ଲି, ଗ୍ରାଜିପ୍, ଆଭେଟି ଲଣ୍ଡ୍, ହସ୍ତିକା ଏବଂ ଏନ୍ଏମ୍ ମ୍ୟାନେଜ୍‌ମେଣ୍ଟ ସର୍ଭିସ୍ ଷ୍ଟାର୍ଟଅପ୍ରଗୁଡ଼ିକ ସେମାନଙ୍କ କାର୍ଯ୍ୟଖସଡ଼ା, ପ୍ରସ୍ତୁତି, ଲକ୍ଷ୍ୟ ଓ ବ୍ୟବସାୟିକ ପରିସର ଇତ୍ୟାଦି ସଂପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । 

ସଚିବଙ୍କ ହସ୍ତକ୍ଷେପ ପରେ ୟୁକୋ ବ୍ୟାଙ୍କ ହସ୍ତିକା ଓ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଗ୍ରାଜିପ୍‌କୁ ବ୍ୟାଙ୍କ ଋଣ ଯୋଗାଇଦେବାକୁ ବୈଠକରେ ଘୋଷଣା କରିଥିଲେ । ସେହିପରି ଏନ୍ଏମ୍ ମ୍ୟାନେଜ୍‌ମେଣ୍ଟକୁ ଏଡିଏଫସି ବ୍ୟାଙ୍କ ସହଯୋଗ କରିବାକୁ ବିଚାର କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ପରେ ଅନେକ ଉଦ୍ୟୋଗୀ ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପିଏମ୍ଏଫ୍ଏମ୍ଇ ସଂପର୍କରେ ଅବଗତ ନଥିବା ଦର୍ଶାଇ ଏ ଦିଗରେ କେତେ ଆଖୁଦୃଶିଆ କାର୍ଯ୍ୟକ୍ରମ ନେବାକୁ ପ୍ରସ୍ତାବ ରଖାଯାଇଥିଲା । ଜିଲ୍ଲାସ୍ତରରୁ ଯାଞ୍ଚ ପ୍ରକ୍ରିୟା ନେଇ ରାଜ୍ୟସ୍ତରରେ ପହଞ୍ଚୁଥିବା ଦରଖାସ୍ତଗୁଡ଼ିକୁ କେତେକ ମାମୁଲି କାରଣ ଯୋଗୁଁ ବ୍ୟାଙ୍କ ସ୍ତରରେ ନାକଚ୍ କରାଯିବା ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା । ସେ କ୍ଷେତ୍ରରେ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରି ତ୍ରୁଟି ସୁଧାରିବାକୁ ପରାମର୍ଶ ଦିଆଯାଇଥିଲା । 

ଏଭଳି ୬୭ଟି ଦରଖାସ୍ତ ନାକଚ୍ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୫ଟି ଦରଖାସ୍ତ ବ୍ୟାଙ୍କ ନିକଟରେ ସ୍ଥଗିତ ରହିଥିବା ଜଣାପଡ଼ିଛି । ଜଗତସିଂହପୁର, କେନ୍ଦ୍ରାପଡ଼ା ଅଞ୍ଚଳର ବହୁ ଯାତ୍ରା କଳାକାର କୋଭିଡ୍ ମହାମାରୀଜନିତ ଲଡାଉନ୍ ଯୋଗୁଁ ଯାତ୍ରା ନଚାଲିବା ହେତୁ ଛୋଟମୋଟ ବ୍ୟବସାୟ କରିବାକୁ ବାଧ୍ୟ ହୋଇଛନ୍ତି । ସେମାନଙ୍କୁ ବ୍ୟାଙ୍କଗୁଡ଼ିକ ସହଯୋଗ ପ୍ରଦାନ ନିମନ୍ତେ ପରାମର୍ଶ । । ଦିଆଯାଇଥିଲା। | ପୁଣିଥରେ ବ୍ୟାଙ୍କର୍ସ ଓ ଷ୍ଟାର୍ଟଅପ୍ରମାନଙ୍କୁ ନେଇ ଏକ ସ୍ବତନ୍ତ୍ର ବୈଠକ ଆୟୋଜନ ନିମନ୍ତେ ପ୍ରମୁଖ ସଚିବ ପ୍ରସ୍ତାବ । ରଖୁଥୁଲେ ଆଜିର ଏହି ବୈଠକରେ ପ୍ରାୟ ୨୫ଟି ବ୍ୟାଙ୍କର ପ୍ରତିନିଧୂ ଯୋଗଦେଇଥିବାବେଳେ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ସାଢିକ୍ ଆଲାମ୍,ଅତିରିକ୍ତ ସଚିବ ଶ୍ରୀ ଉପେନ୍ଦ୍ର ନାରାୟଣ ଦାସ, ଅତିରିକ୍ତ ଶିଳ୍ପ ସଚିବ ଶ୍ରୀ ଏସ୍.କେ. ହୋତା, ଯୁଗ୍ମ ସଚିବ ଶ୍ରୀମତୀ ମାନସୀ ମାତା ପ୍ରମୁଖ ଯୋଗଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget