ଭୁବନେଶ୍ବର,ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜାତୀୟ ଉପସଭାପତି, ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ ଆଜି ପୂର୍ବାହ୍ନରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ଭୋପେନ୍ଦ୍ର ଯାଜବଙ୍କୁ ଶ୍ରମ ଶକ୍ତି ଭବନ ଠାରେ ଭେଟି ଜଙ୍ଗଲ ନିର୍ମାଣ ଶ୍ରମିକ ଅସଂଗଠିତ ଓ ପ୍ରବାସୀ ଶ୍ରମିକ ଏବଂ ଓଡ଼ିଶା ରାଜ୍ୟର ବିଭିନ୍ନ ଶ୍ରମିକ ସମସ୍ୟା ସଂପର୍କରେ ସ୍ମାରକ ପତ୍ର ଦେଇ ଆଲୋଚନା କରିଛନ୍ତି । ନିର୍ମାଣ ଶ୍ରମିକଙ୍କ ପାଇଁ ଇ.ଏସ୍.ଆଇ ଓ ପ୍ରୋଭିହ୍ନେଟ ଫଣ୍ଡ ଲାଗୁ କରିବା । ସମସ୍ତ ରେଜିଷ୍ଟ୍ରୀଭୁକ୍ତ ନିର୍ମାଣ ଶ୍ରମିକ ମାନଙ୍କୁ କୋଭିଡ଼-୧୯ ରେ ଆର୍ଥିକ ସହାୟତା ଦେବା । ଅନ୍ତ ରାଜ୍ୟ, ପ୍ରବାସୀ ଶ୍ରମିକ ଓ ଆନ୍ତର୍ଜାତିକ ଶ୍ରମିକଙ୍କ ପାଇଁ ଥିବା ଆଇନକୁ ସଂଶୋଧନ କରିବା, ପ୍ରବାସୀ ଶ୍ରମିକଙ୍କୁ ଭୋଟ ଦେବାର ଅଧିକାର ଦେବା ଓ ଶ୍ରମିକ ପଳାୟନକୁ ରୋକିବା ପାଇଁ ଜାତୀୟ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବା ।
ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ ଓ ଅସଂଗଠିତ ଶ୍ରମିକମାନଙ୍କୁ ସମସ୍ତଙ୍କୁ ତୁରନ୍ତ ରେଜିଷ୍ଟ୍ରୀଭୁକ୍ତ କରିବା ଏବଂ ଦୁର୍ଘଟଣାରେ କୋଭିଡ଼-୧୯ ରେ ମରୁଥିବା ଶ୍ରମିକ ପରିବାରକୁ ସହାୟତା ଦେବା ପାଇଁ ଦାବୀ କରାଯାଇଛି । ଓଡ଼ିଶାର ଏନ୍.ଟି.ପି.ସି. ତାଲଚେର ଥର୍ମାଲର ଲଆଉଟ୍ ନିଷ୍ପତିକୁ ପୁନଃ ବିଚାର କରିବା, ସମସ୍ତଙ୍କୁ ଛଟେଇ କର୍ମଚାରୀମାନଙ୍କୁ ନିଯୁକ୍ତି ଦେବା, ନିଳାଚଳ ଇସ୍ପାତ ନିଗମ କାରଖାନାର ରେଗୁଲାର ସ୍ଥାୟୀ ଓ ଠିକା ଶ୍ରମିକ ମାନଙ୍କର ୧୧ ମାସର ବକେୟା ଦରମା ଓ ବିଶ୍ରା ଲାଇମ୍ ନ୍ କଂପାନୀ ୨୧ ମାସର ବକେୟା ଦରମା ଦେବା ଓ କେନ୍ଦୁଝର ଅଂଚଳର ଓ.ଏମ୍.ଡ଼ି.ସି. ଅଧୁନରେ ଥୁବା ସମସ୍ତ ଖଣିଗୁଡ଼ିକୁ ଚାଲୁ କରିବା ପାଇଁ ଡକ୍ଟର ଝୁଟିଆ ଶ୍ରମ ମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି ।
Post a Comment