loading...

ନୂଆ ଶିକ୍ଷା ନୀତି ଭାରତକୁ ବୈଶ୍ବିକ ଜ୍ଞାନର କେନ୍ଦ୍ର ଭାବରେ ଅବସ୍ଥାପିତ କରିବା - ଧର୍ମେନ୍ଦ୍ର ପ୍ରଧାନ

ବୌଦ୍ଧିକ ସମ୍ପଦ ଭାରତର ସବୁଠୁ ବଡ଼ ପୁଞ୍ଜି । ଆଜି ଭାରତ ଯେତେବେଳେ ଏକ ନୂଆ ଯୁଗରେ ପ୍ରବେଶ କରୁଛି ନୂଆ ଶିକ୍ଷା ନୀତି(ଏନଇପି-୨୦୨୦) ବିଜ୍ଞାନ

ନୂଆ ଶିକ୍ଷା ନୀତି ଭାରତକୁ ବୈଶ୍ବିକ ଜ୍ଞାନର କେନ୍ଦ୍ର ଭାବରେ ଅବସ୍ଥାପିତ କରିବା  - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ବର, ବୌଦ୍ଧିକ ସମ୍ପଦ ଭାରତର ସବୁଠୁ ବଡ଼ ପୁଞ୍ଜି । ଆଜି ଭାରତ ଯେତେବେଳେ ଏକ ନୂଆ ଯୁଗରେ ପ୍ରବେଶ କରୁଛି ନୂଆ ଶିକ୍ଷା ନୀତି(ଏନଇପି-୨୦୨୦) ବିଜ୍ଞାନ, ଟେକ୍ନୋଲୋଜି, ରଚନାତ୍ମକ ଚିନ୍ତାଧାରା, ବିଚାର ଏବଂ ନବସୃଜନକୁ ପ୍ରୋତ୍ସାହନ କରି ଭାରତକୁ ବୈଶ୍ବିକ ଜ୍ଞାନର କେନ୍ଦ୍ର ଏବଂ ଜ୍ଞାନ ଅର୍ଥନୀତି ରୂପରେ ଅବସ୍ଥାପିତ କରିବ ବୋଲି ଭାରତୀୟ ଶିକ୍ଷଣ ମଣ୍ଡଳ ଦ୍ୱାରା ଆୟୋଜିତ ବ୍ୟାସ ପୂଜା ସମାରୋହରେ ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପବିତ୍ର ଗୁରୁ ପୂର୍ତ୍ତିମା ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଆମା ଯେପରି ଭାରତର ଶିକ୍ଷାରେ ବିରାଜମାନ ସେହିପରି ଭାରତରେ ଗୁରୁ ପରମ୍ପରା ମଧ୍ୟ ବହୁତ ପୁରୁଣା ଏବଂ ଦେଶର ଜୀବନଧାରା, ସଭ୍ୟତା ଏବଂ ସଂସ୍କୃତିରେ ଗୁରୁଙ୍କ ମୂଲ୍ୟ ମହତ୍ଵପୂର୍ତ୍ତି । ଯଦି ଆମେ ମାନବ ସଭ୍ୟତାର ପ୍ରାରମ୍ଭକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଅନୁମେୟ କରିବା ତେବେ ମନୁଷ୍ୟର ପ୍ରଥମ ଗୁରୁ ଥିଲା ପ୍ରକୃତି ମାତା ବା ଧରିତ୍ରୀ । ପ୍ରଥମେ ମନୁଷ୍ୟ ସାମୁଦ୍ରିକ ଝଡ଼, ବର୍ଷାର ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବା ସହ ଏହି ପ୍ରାକୃତିକ ବିପର୍ଯ୍ୟୟରୁ ନିଜକୁ ମୁକୁଳାଇବା ଅର୍ଥାତ୍ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେବା ପାଇଁ ସମ୍ଭବତଃ ଚିନ୍ତା କରିଥିବ କିମ୍ବା ଆଗକୁ ବଢ଼ିବା ପାଇଁ ଯୋଜନା କରିଥିବ ।

ବୈଜ୍ଞାନିକ ଦୃଷ୍ଟିରୁ ଏହାକୁ ଦେଖୁଲେ ଏହି ଧରାପୃଷ୍ଠ ହିଁ ମନୁଷ୍ୟକୁ ଶିଖାଇବାରେ ପ୍ରଥମ ଗୁରୁ । ଏହା । ପରେ ଭାଷା, ସାହିତ୍ୟ, ଶବ୍ଦ, ସଂସ୍କୃତି ଏବଂ ସଭ୍ୟତା ଗୁଡ଼ିକର ବ୍ୟାପକ ଘଟିଥିବା ଶ୍ରୀ ପ୍ରଧାନ କହିଛନ୍ତି । ଗୁରୁ ଶିଷ୍ୟର ପ୍ରାଚୀନ ପରମ୍ପରା, ପରିବର୍ତ୍ତିତ ପରିବେଶରେ ଗୁରୁର ପରିଭାଷା ଏବଂ ଗୁରୁ ଶିଷ୍ୟଙ୍କ ଅତୁଟ ପରମ୍ପରାକୁ ଆଧୁନିକ ଶିକ୍ଷା ବ୍ୟବସ୍ଥା ଏବଂ ନୂଆଶିକ୍ଷା ନୀତି ସହ ଯୋଡ଼ିବା ତଥା ବିଶ୍ୱ ମାନବ ତିଆରି କରିବା ଦିଗରେ ବ୍ୟାସ ପୂଜା ମହୋତ୍ସବ ଭଳି ସକରାତ୍ମକ ପଦକ୍ଷେପ ନେଇଛି । ଏହି ଅବସରରେ ଶ୍ରୀ । ପ୍ରଧାନ ନବଜନ ଏବଂ ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ବଢ଼ାଇବା ପାଇଁ ପରାମର୍ଶ ଦେଇଥିଲେ ।

ଉଲ୍ଲେଖନୀୟ ଯେ, ଭାରତୀୟ ଶିକ୍ଷଣ ମଣ୍ଡଳ ଅନ୍ତର୍ଗତ ରିସର୍ଚ୍ଚ ଫର ରେସରଜେନ୍ସ ଫାଉଣ୍ଡେସନର ‘ନଦୀକୁ ଜାଣ ଅଭିଯାନ’ର ଶୁଭାରମ୍ଭ କରିଥିଲେ । ଏହି ଉପକ୍ରମ ଭାରତର ସମସ୍ତ ନଦୀ ବିଷୟରେ । ଆବଶ୍ୟକୀୟ ସୂଚନା ଏକତ୍ରୀକରଣର ବଡ଼ ଜନଅଭିଯାନ । ଏଥିରୁ ପ୍ରାପ୍ତ ସୂଚନା ବିଶ୍ବବିଦ୍ୟାଳୟର । ଗବେଷଣା ପାଇଁ ଉପଲବ୍ଧ କରାଯିବ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଶିକ୍ଷଣ ମଣ୍ଡଳର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ଯୋଶୀ, ଉମାଶଙ୍କର ପଚୋରୀ, ଭାରତର ବିଭିନ୍ନ ପ୍ରାନ୍ତର ଶିକ୍ଷାବିତ୍, ବିଦ୍ୟାର୍ଥୀ ଏବଂ ଅନେକ ଯୁବ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget