ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଜ୍ଞାନଦେବ ବେଉରା ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ଓଡ଼ିଶା ପ୍ରଦେଶ କଂଗ୍ରେସ ସମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କଂଗ୍ରେସର ପ୍ରମୁଖ ଶାଖା ସଂଗଠନ କଂଗ୍ରେସ ସେବା ଦଳକୁ ସକ୍ରିୟ କରିବା ପାଇଁ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳର ମୁଖ୍ୟ ଭାବେ ନିଯୁକ୍ତି କରିବା ପାଇଁ, କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଦେଇଥିବା ସୁପାରିଶକୁ ଗ୍ରହଣ କରି ଆଜି ଡଃ ଜ୍ଞାନେନ୍ଦ୍ରଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳର ମୁଖ୍ୟ ଭାବେ ନିଯୁକ୍ତି କରାଗଲା ବୋଲି ନିଷ୍ପଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀ ଭେନୁଗୋପାଳ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସଭାପତିତ୍ବ ସମୟରେ ଡଃ ଜ୍ଞାନେନ୍ଦ୍ର ୧୧ ବର୍ଷ ଧରି କଂଗ୍ରେସ ସେବା ଦଳ ସଂଗଠନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।
Post a Comment