ଭୁବନେଶ୍ବର, ଓଡିଶା ନିର୍ମାଣ ନିଗମ ଲି(ଓ.ସି.ସି.ଏଲ) ତରଫରୁ କରାଯାଉଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ଭଲ ଭାବରେ ତଦାରଖ କରି ପ୍ରକଳ୍ପ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ଉଚ୍ଚମାନର କମ୍ପ୍ୟୁଟର ବ୍ୟବସ୍ଥାକୃତ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ) ର ଶୁଭାରମ୍ଭ ଗତକାଲି ଅନୁଷ୍ଠିତ ହୋଇଯାଇଛି ।
ଓସିସିଏଲର ଅଧ୍ୟକ୍ଷା ତଥା ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ନିଗମର ୨୭୫ ତମ ବୋର୍ଡ ଅଫ୍ ଡିରେକ୍ଟରର୍ସ( ନିର୍ଦ୍ଦେଶକ ମଣ୍ଡଳୀ) ବୈଠକରେ ଯୋଗଦାନ ଅବସରରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ନିଗମର ପରିଚାଳନାରେ ଥିବା ଉଚ୍ଚ କର୍ତ୍ତୃପକ୍ଷମାନଙ୍କୁ ଏହି ସଫ୍ଟୱେର ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସଫଳତାର ସହିତ ଶେଷ କରିବା ପାଇଁ ଅଧିକ ଅନୁଧାନର ସହ ତଦାରଖ କରିବାରେ ସହାୟକ ହେବ ।
ଏଣୁ ସହିତ ଏହି ସଫ୍ଟୱେର ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କ କାର୍ଯ୍ୟ ଦକ୍ଷତା, ଆର୍ଥିକ କାରବାର ଏବଂ ପ୍ରକଳ୍ପ ସ୍ତରରେ କରାଯାଉଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆଦି ସଂପର୍କରେ ସୂଚନା ପ୍ରଦାନ କରିବ । http://pmis-occ.in ୱେବ୍ ସାଇଟ୍ ବ୍ୟବହାର କରି ଏହି ପ୍ରକଳ୍ପ ପରିଚାଳନା ସୂଚନା ବ୍ୟବସ୍ଥା ଉପଯୋଗ କରାଯାଇପାରିବ । ଓଡିଶା ସରକାରଙ୍କ ଏକ ଔଦ୍ୟୋଗିକ ସଂସ୍ଥା ଇଡ୍କଲ ସଫ୍ଟୱେର ଲି.(ଆଇ.ଏସ୍. ଏଲ) ଦ୍ବାରା ୬୬ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବିକଶିତ କରାଯାଇଛି । ଏହି ବ୍ୟବସ୍ଥାରେ ରଖାଯାଇଥିବା ତଥ୍ୟକୁ ଓସିସିଏଲ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ଵାରା ଯାଚ କରାଯାଇଥିବା ବେଳେ ଆଗାମୀ ଅଗଷ୍ଟ ମାସରୁ ପ୍ରକଳ୍ପସ୍ତରରୁ ଏବଂ ମୁଖ୍ୟ କାର୍ଯ୍ୟାଳୟର ବ୍ୟବହାରକାରୀଙ୍କୁ ଏହି ସଫ୍ଟୱେର ବ୍ୟବହାର ସଂପର୍କରେ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ଦିଆଯିବ ।
ଏହି ୱେବ୍ ସାଇରେ ଥିବା ଡାବୋର୍ଡ଼ ବ୍ୟବହାର କରି ପ୍ରକଳ୍ପସ୍ତରରୁ ମାସିକ ପ୍ରଗତି ବିବରଣୀ, କାର୍ଯ୍ୟ ବାବଦକୁ ବିଲ ପ୍ରଦାନ ଓ କାର୍ଯ୍ୟସ୍ଥିତି ସଂପର୍କରେ ତଥ୍ୟ ଉତ୍ପନ୍ନ କରାଯାଇ ଅନ୍ ଲାଇନ୍ ଜରିଆରେ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ସ୍ତରରେ ବ୍ୟବସ୍ଥିତ ହୋଇପାରିବ । ଓସିସିଏଲର ଅଧ୍ୟକ୍ଷା, ନିର୍ଦ୍ଦେଶକ ଏବଂ ଅନ୍ୟ ଅଧିକାରୀମାନେ ନିଃସବୋର୍ଡ଼ ବ୍ୟବହାର କରି ପ୍ରକଳ୍ପୱାରୀ , ଜିଲା ୱାରୀ, ପ୍ରକଳ୍ପର ପ୍ରକାର ଭେଦ ଏବଂ ପ୍ରକଳ୍ପରୁ ଉପକୃତ ହେଉଥିବା ସେନାର୍ଥୀଙ୍କ ସଂପର୍କରେ ସ୍ଥିତି ଅନୁଧାନ ସହିତ ଧାର୍ଯ୍ୟ ଲକ୍ଷ୍ୟ-ଖର୍ଚ୍ଚ ପରିମାଣ ଗ୍ରାଫରୁ କେତେ କାର୍ଯ୍ୟ ହୋଇଛି, ସେ ସଂପର୍କରେ ଜାଣିପାରିବେ ।
ଏହି କାର୍ଯ୍ୟକ୍ରମରେ ବୋର୍ଡର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ୍ କୁମାର ସାମଲ, ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ଵତନ୍ତ୍ର ଶାସନ ସଚିବ, ଭିଜିଲାନ୍ତି ତଥା ଓସିସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଇଂ, ଅସୀମ କୁମାର ମହାପାତ୍ର, ଓସିସିର ପରିଚାଳନା ନିର୍ଦ୍ଦେଶକ ଚିନ୍ମୟ ରାଉତ, ବୋର୍ଡ ଅଫ୍ ଡିରେକ୍ଟର୍ସର ଅନ୍ୟତମ ସଦସ୍ୟ ଶ୍ରୀ ଦେବରାଜ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment