loading...

ଫ୍ରାଞ୍ଚାଇଜ କର୍ମଚାରୀ ମାନଙ୍କ ପୁନଃ ନିଯୁକ୍ତି ନେଇ ଯୁବ କଂଗ୍ରେର ଦାବି ଆଗରେ ମୁଣ୍ଡ ନୁଆଁଇଲା ଟାଟା ପାୱାର

ଫ୍ରାଞ୍ଚାଇଜ କର୍ମଚାରୀ ମାନଙ୍କ ପୁନଃ ନିଯୁକ୍ତି ନେଇ ଯୁବ କଂଗ୍ରେର ଦାବି ଆଗରେ ମୁଣ୍ଡ ନୁଆଁଇଲା ଟାଟା ପାୱାର

ଫ୍ରାଞ୍ଚାଇଜ କର୍ମଚାରୀ ମାନଙ୍କ ପୁନଃ ନିଯୁକ୍ତି ନେଇ ଯୁବ କଂଗ୍ରେର ଦାବି ଆଗରେ ମୁଣ୍ଡ ନୁଆଁଇଲା ଟାଟା ପାୱାର

ଭୁବନେଶ୍ୱର, ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ନଳିନୀ କାନ୍ତ ନାୟକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛନ୍ତି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଦୀର୍ଘ ୮ ମାସର ଅବିରତ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛି ଟାଟା ପାୱାର । ବିଦ୍ୟୁତ ବିଭାଗ ଜୁନ-୨୦୨୦ ରେ ଘରୋଇକରଣ କରି ଟାଟା ପାୱାରକୁ ବିଦ୍ୟୁତ ବିତରଣର ଦାୟୀତ୍ବ ଦିଆଯିବା ପରେ ପାଖାପାଖ୍ ୭୫୦୦ ଫ୍ରାଞ୍ଚାଇଜ କର୍ମଚାରୀ ମାନେ (ମିଟର ରିଡର, ଲାଇନମ୍ୟାନ, ବିଲ କଲେକ୍ଟର, ଜେଇ, ଏସଡିଓ) ନିଯୁକ୍ତି ହରାଇଥିଲେ, ଯେଉଁମାନେ ୮ରୁ ୧୦ ବର୍ଷ ଧରି ଶେସୁ ଅଧୁନସ୍ତୁ ବିଭିନ୍ନ ଆଂଚାଇଜ ଦ୍ଵାରା କାମ କରୁଥିଲେ । ସେମାନେ ନିରନ୍ତର ଭାବେ ଫାଇଲିନ, ହୁଡହୁଡ, ଫନି, ଅଖୀନ ଇତ୍ୟାଦି ସମୟରେ ରାଜ୍ୟବାସୀଙ୍କୁ ସେବା ଯୋଗାଇ ଆସୁଥିଲେ । 

ଏହି ୭୫୦୦ ଯୁବକଯୁବତୀ ମାନଙ୍କ ହକ୍ ପାଇଁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ. ଲେଙ୍କାଙ୍କ ନେତୃତ୍ବରେ ଯୁବ କଂଗ୍ରେସ ଆନ୍ଦୋଳନ ଆରମ୍ଭ କରିଥିଲା, ପ୍ରଥମେ ଟାଟା ପାୱାର ଅଫିସ ଆଗରେ ଧାରଣା, ଓଇଆରସି ଅଫିସ ଆଗରେ ବିକ୍ଷୋଭ ଓ ଦାବିପତ୍ର, ଶକ୍ତିମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଆନ୍ଦୋଳନ ପରେ ବିଧାନ ସଭା ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ କାର୍ଯ୍ୟକ୍ରମ ହାତକୁ ନେଇଥିଲା । ଏହିପରି ଭାବେ ଯୁବ କଂଗ୍ରେସ ଡ. ଲେଙ୍କାଙ୍କ ନେତୃତ୍ବରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରି ୭୫୦୦ କର୍ମକ୍ତରୀ ମାନଙ୍କ ପୁନଃ ନିଯୁକ୍ତି ପାଇଁ ଯୋରଦାର ଆନ୍ଦୋଳନ କରିଥିଲା । ଗତ ୧୯ ଜୁଲାଇ ୨୦୨୧ ରିଖରେ ଯୁବ କଂଗ୍ରେସ କର୍ମକ୍ତରୀ ମାନଙ୍କ ସହ ମିଶି ଟାଟା ପାୱାର ଅଫିସ ଘେରାଉ କରିଥିଲ । ତାପରେ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ସହ ଏକ ପ୍ରତିନିଧ୍ବ ମଣ୍ଡଳ ଆଲୋଚନା କରିଥିଲା ଏବଂ ଏହି ଆଲୋଚନା ସଫଳ ହୋଇଥିଲା । ଏହାର ଫଳ ସ୍ଵରୂପ ଗତକାଲି ୨୭ ଜୁଲାଇ ୨୦୨୧ ଟାଟା ପାୱାର ପକ୍ଷରୁ ପୁନଃ ନିଯୁକ୍ତି ଦେବା ପାଇଁ ରାଜି ହେବା ସହ ଏକ ନୋଟିଫିକେସନ ଜାରି କରି ପୁନଃ ନିଯୁକ୍ତି ଦାବିକୁ ଗ୍ରହଣ କରିଛନ୍ତି । 

ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଉଛି ତତ୍ ସହିତ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତିର ବ୍ୟବସ୍ଥା କରିବା ସହ ଯଥାଶୀଘ୍ର କାର୍ଯ୍ୟରେ ଯୋଗଦେବା ପାଇଁ ପକ୍ରିୟା ଆରମ୍ଭ କରିବାକୁ ନିବେଦନ କରିଛନ୍ତି ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ କହିଛନ୍ତି । ଓଡ଼ିଶା ପ୍ରଦେଶ ଯୁବକଂଗ୍ରେସର ସ୍ୱରକୁ ଓଡ଼ିଶାବାସୀ, ଓଡ଼ିଶା ସରକାର ଟାଟା କର୍ତ୍ତପକ୍ଷଙ୍କ ପାଖରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ନିଭାଇଥିବା ସମସ୍ତ ମିଡ଼ିଆ ବନ୍ଧୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ନାୟକ । ଆଗାମୀ ଦିନରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଓଡ଼ିଶାର ଯୁବକଯୁବତୀ ମାନଙ୍କର ପ୍ରତ୍ୟେକ ହକ୍ ପାଇଁ ଲଢ଼େଇ କରିବ ଏବଂ ଓଡ଼ିଶାର ଯୁବକ ଯୁବତୀମାନଙ୍କର ସ୍ଵର ରୂପେ ଦାୟୀତ୍ବ ତୁଲାଇବ ବୋଲି ଶ୍ରୀ ନାୟକ କହିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget