loading...

ସୁରକ୍ଷାକୁ ଦୃଷ୍ଟିରେ ରଖି ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ ପକ୍ଷରୁ ଆଇ ଏମ୍ ଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ ସହାୟତା

କୋଭିଡ ମହାମାରୀ ସମୟରେ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ ସହାୟତାର ହାତ ବଢ଼ାଇଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ

ସୁରକ୍ଷାକୁ ଦୃଷ୍ଟିରେ ରଖି ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ ପକ୍ଷରୁ ଆଇ ଏମ୍ ଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ ସହାୟତା

ଭୁବନେଶ୍ୱର,କୋଭିଡ ମହାମାରୀ ସମୟରେ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ ସହାୟତାର ହାତ ବଢ଼ାଇଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ ଚିକିତ୍ସା ପାଇବା ନିମନ୍ତେ ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ରୋଗୀ ଆସୁଛନ୍ତି । ଡାକ୍ତରଖାନାର ଔଷଧ ଦୋକାନ (ଫାର୍ମାସି)ରୁ ଅନେକ ଔଷଧ ମଧ୍ୟ କିଣୁଛନ୍ତି । ତେବେ କରୋନା ମହାମାରୀ ସମୟରେ ଡିଜିଟାଲ୍ ବ୍ୟାଙ୍କିଙ୍ଗକୁ ଅଧିକ ଗୁରୁତ୍ବ ଦିଆଯାଉଥିବାରୁ ଔଷଧ ଦୋକାନରେ କ୍ୟାଲେସ୍ ଟ୍ରାଞ୍ଜାକ୍ସନ୍ ନିମନ୍ତେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ପକ୍ଷରୁ ସମ୍ ଫାର୍ମାସୀକୁ କେତେ ଗୁଡିଏ ପଟ ଅଫ୍ ସେଲ୍ (ପିଓଏସ୍) ବା ସାଇପ୍ ମେସିନ୍ ପ୍ରଦାନ କରାଯାଇଛି । ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଭୁବନେଶ୍ବର ଜୋନାଲ୍ ଅଫିସର ଜୋନାଲ୍ ମ୍ୟାନେଜର ଶ୍ରୀ ସଞ୍ଜବ ଭରଦ୍ୱାଜ ମଙ୍ଗଳବାର ଆଇଏଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଆସି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ମେସିନ୍ ଗୁଡ଼ିକର ଉଦ୍‌ଘାଟନ କରିଛନ୍ତି । ସେହି ପରି ରୋଗୀ ସେବା ନିମନ୍ତେ ପିଏବି ପକ୍ଷରୁ ଏକ ଟ୍ରେଚର୍ ଓ ଦ୍ବିଲ୍ ଚେୟାର ମଧ୍ୟ ପ୍ରଦାନ କରାଯାଇଛି । 

ଏହି ଅବସରରେ ହସ୍ପିଟାଲ ପରିସରରେ ବୃକ୍ଷ ରୋପଣ କରିଛନ୍ତି ଶ୍ରୀ ଭରଦ୍ବାଜ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଏଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ ସୁପରିଟେଣ୍ଡେଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସନାଲ୍ ଡିନ୍ ଡାକ୍ତର ଅଜୟ ଜେନା, ସୋଆର ଚାର୍ଟାଡ଼ ଆକାରଂଖ୍ୟାଟ ଶ୍ରୀ ସରୋଜକାନ୍ତ ସାମଲ, ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଭୁବନେଶ୍ଵର ସର୍କଲ୍ ମୁଖ୍ୟ ଶ୍ରୀ ପରେଶ କୁମାର ଦାସ, ଗଭର୍ଣ୍ଣମେଟ ବିଜିନେସ୍ ଭର୍ଟିକାଲ୍ ଶ୍ରୀ ପ୍ରତାପ ବୈରସିଂ, ସମ୍ ଫାର୍ମାସୀ ମୁଖ୍ୟ ଶ୍ରୀମତି ଯକ୍ଷ୍ମୀ ପଣ୍ଡା, ଫୁଟ । ଅଫିସ୍ ମ୍ୟାନେଜର ଶ୍ରୀମତି ପୁଷ୍ପାଞ୍ଜଳୀ ରାଉତ, ଓଏସ୍‌ଡି ଶ୍ରୀ ପ୍ରହ୍ଲାଦ ମହାନ୍ତି , ଡେପୁଟି ଡାଇରେକ୍ଟର୍ ଶ୍ରୀ ପ୍ରିୟବ୍ରତ ଦାସ, ପେସଂଟ ରିଲେସନ୍ସ ଅଫିସର ଶ୍ରୀ ଲିଙ୍ଗରାଜ ରଥ ଓ ଆକାଫ୍ଟସ୍ ଅଫିସର୍ ଶ୍ରୀ ଦୀପ୍ତିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget