ଭୁବନେଶ୍ୱର, କେନ୍ଦ୍ର ସରକାର ପାରିତ କରିଥିବା ତିନୋଟି ନୂତନ କୃଷି ଆଇନ ବିରୋଧରେ ଗତବର୍ଷ ନଭେମ୍ବର ୨୬ ତାରିଖରୁ ଦୀର୍ଘ ୮ ମାସ ଧରି ଦିଲ୍ଲୀର ରାଜରାସ୍ତାରେ ଭାରତବର୍ଷର କୃଷକମାନେ ଆନ୍ଦୋଳନ ଜାରି ରଖୁଛନ୍ତି । ଏହି କୃଷକ ବିରୋଧୀ ଆଇନଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରିବାର ଦାବି ନେଇ କୃଷକମାନଙ୍କର ଆନ୍ଦୋଳନରେ ଦେଶର ଶତାଧୁକ କୃଷକଙ୍କର ପ୍ରାଣହାନି ଘଟିସାରିଲାଣି । ବାରମ୍ବାର କୃଷକମାନଙ୍କ ସହିତ ଆଲୋଚନା ଆଳରେ କେନ୍ଦ୍ର ସରକାର କେବଳ ପ୍ରତାରଣାର ପନ୍ଥା ଅବଲମ୍ବନ କରିଚାଲିଛନ୍ତି । ନବୀନ ବାବୁଙ୍କ ବିଜୁଜନତା ଦଳର ସାଂସଦମାନେ ସଂସଦ ଗୃହରେ କୃଷକମାନଙ୍କ ସପକ୍ଷରେ ପଦେହେଲେ ପାଟି ଖୋଲୁନାହାନ୍ତି ।
ନିଜର ଦାବି ସପକ୍ଷରେ କୃଷକମାନଙ୍କର ଆନ୍ଦୋଳନ ଓ ଏକତାକୁ ଐତିହାସିକ ବୋଲି ଅବତାରଣା କରି ତୁରନ୍ତ କୃଷକ ବିରୋଧୀ ତିନୋଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଆଜି ରାଜ୍ୟ କଂଗ୍ରେସ ଭବନଠାରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆୟୋଜିତ ସାମ୍ବାଦିକ ସଶ୍ମିଳନୀରେ ଦୃଢ଼ଦାବି ଉପସ୍ନାପିତ କରାଯାଇଛି । ରାଜ୍ୟ ବିଧାନସଭାରେ ସର୍ବସମ୍ମତି କ୍ରମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରାଯାଉ ବୋଲି ପ୍ରସ୍ତାବ ପାରିତ ହୋଇଥିଲା । ଏହି ପ୍ରସଙ୍ଗରେ ଓଡ଼ିଶାରୁ ସର୍ବଦଳୀୟ ଏକ ପ୍ରତିନିଧୁ ଦଳ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ଉପସ୍ନାପିତ କରିବାକୁ ବାରମ୍ବାର ବାରମ୍ବାର ଚେଷ୍ଟା କରିଥିଲେ ସୁଦ୍ଧା ପ୍ରଧାନ ମନ୍ତ୍ରୀଙ୍କ ପକ୍ଷରୁ ସମୟ ଦିଆଗଲା ନାହିଁ । ଏ ସମ୍ପର୍କରେ ବିଜୁ ଜନତା ଦଳର ନିରବତା ଅତ୍ୟନ୍ତ ରହସ୍ୟଜନକ ମନେହୁଏ । କୃଷକମାନଙ୍କର ବୃହତର ସ୍ବାର୍ଥ ଦୃଷ୍ଟିରୁ ସର୍ବସମ୍ମତ ଗୃହୀତ ହୋଇଥିବା ୨୯୩୦ ଟଙ୍କାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କଂଗ୍ରେସ ଦଳ ପକ୍ଷରୁ ଆଜି ଦୃଢ଼ ଦାବି ଉପସ୍ନାପିତ କରାଯାଇଛି ।
ଧାନ କିଣାରେ ବ୍ୟାପକ ଅନିୟମିତା ହୋଇଥୁବାରୁ ଏବେବି ତିନି ଲକ୍ଷରୁ ଭଦ୍ଧ ପଞ୍ଜିକୃତ ଋଷୀଙ୍କ ଧାନ ସରକାର କିଣୁ ନାହାନ୍ତି । ଅସାଧୁ ବ୍ୟବାସାୟୀ ଓ ସରକାରଙ୍କ ମଧୁଚନ୍ଦ୍ରିକାରେ ପ୍ରତ୍ୟେକ ବର୍ଷ ବ୍ୟାପକ ଦୂର୍ନିତ ହେଉଛି । ଦୁର୍ନୀତିକୁ ଅତୀତରେ କୃଷି ବିଭାଗର ମନ୍ତ୍ରୀ ସ୍ବୀକାର କରିବା ସହ ବିଭାଗୀୟ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ ସରକାର ତଦନ୍ତ କରିବାପାଇଁ ସୁପାରିଶ କରିଥିବା ବେଳେ, ଅଭିଯୋଗ ଆସିଥିବା ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସରକାର ସୁରକ୍ଷା ଦେଉଥିବାର ବହୁ ନଜିର ଅଛି । ସ୍ଵଚ୍ଛତା ଅବଲମ୍ବନ କରିବାପାଇଁ ଏହି ଦୁର୍ନୀତର ତଦନ୍ତ ଭାର ଲୋକୟୁକ୍ତଙ୍କୁ ଦିଅନ୍ତୁ । ଏହି ଧାନ କିଣା ଦୁର୍ନୀତିରେ ତଳଠୁ ସଚ୍ଚିବାଳୟ ପର୍ଯ୍ୟନ୍ତ ସମେସ୍ତ ସାମିଲ ଅଛନ୍ତି । ନାମକୁ ମାତ୍ର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଧାନ କିଣାର ଅବଧୂ ବଢ଼ାଇବା ପାଇଁ ଚିଠି ଲେଖୁ ବୃପ ହୋଇ ବସିଛନ୍ତି । ଚିଠିର ଉତର ଆସକୁ ନ ଆସୁ ସରକାର ତୁରନ୍ତ ପଞ୍ଜିକୃତ ଋଷୀଙ୍କ । ଧାନ କିଣନ୍ତୁ । ଚଳିତ ଖରିଫରେ ବୀମା ପଞ୍ଜିକରଣ ସମୟ ଯାହା ଜୁଲାଇ ୩୧ ତାରିଖ ପରିବର୍ତ୍ତେ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ଓ ଖରିଫ ଧାନ ପଞ୍ଜିକରଣ ସମୟ ଅଗଷ୍ଟ ୧୫ ପରିବର୍ତ୍ତେ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କଂଗ୍ରେସ ଦାବି କରିଛି ।
ଚଳିତ ବର୍ଷ ଖରିଫ ଋତୁର ଋଷକାମ ଆରମ୍ଭ ହୋଇଥିଲେ ମଧ୍ୟ ସରକାର ସ୍ପଷୀଙ୍କୁ ଆବଶ୍ୟକ ପରିମାଣର ବିହନ ଓ ସାର ଯୋଗାଇବାରେ ବିଫଳ ହୋଇଛନ୍ତି । ସାର ଦୁଇଗୁଣ ଚଢ଼ା ଦରରେ କଳାବଜାରି ହେଉଛି । ଚଳିତ ବର୍ଷ ଜୁଲାଇ ମାସ ସରିବାକୁ ବସିଲାଣି, ଆଶାନୁରୂପ ମୌସୁମୀ ବର୍ଷା ନାହିଁ, କୃଷକମାନେ ସ୍ପଷକାର୍ଯ୍ୟ ପାଇଁ କେନାଲ ପାଣିକୁ ଅପେକ୍ଷା କରି ଦିନ ଗଣୁଛନ୍ତି ଅଥଚ କେନାଲରେ ପାଣି ଆସୁନାହିଁ ଓ ଅଧୁକାଂଶ ସ୍ଥାନରେ ଏବେ ନାମକୁ ମାତ୍ର କେନାଲ ମରାମତି କାମ ନାମରେ ଅର୍ଥ ହରିଲୁଟ ଗଲିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଋଷୀଙ୍କ ପାଇଁ ଦରଦୀ ବୋଲି ଡିଣ୍ଡିମ ପିଟୁଥିବା ସରକାର । ଜାଣିଶୁଣି ଦୀର୍ଘଦିନ ହେଲାଣି ସମବାୟ ନିର୍ବାଚନ ଫୁଇ ଗଲିଛନ୍ତି ବୋଲି ଆରୋପ କରିବା ସହିତ ତୁରନ୍ତ ଏହି ନିର୍ବାଚନ କରିବା ପାଇଁ ଆଜିର ସାମ୍ବାଦିକ ସମିଳନୀରେ କଂଗ୍ରେସ ମୁଖପାତ୍ର ଡକ୍ଟର ଗୋବିନ୍ଦ ଭୂୟାଁ, ମୁଖପାତ୍ର ମନୋଜ ମହାପାତ୍ର ଓ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଦାବି ଜଣାଇଛନ୍ତି ।
Post a Comment