loading...

ଗଞ୍ଜାମ ଜିଲ୍ଲାର ପ୍ରଧାନଶିକ୍ଷକମାନଙ୍କ ସହ ଆଲୋଚନା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ

ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢୁଥିବା ପିଲାମାନେ ଯେପରି ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ତାହା ଉପରେ ଗୁରୁତ୍ବ

ଗଞ୍ଜାମ ଜିଲ୍ଲାର ପ୍ରଧାନଶିକ୍ଷକମାନଙ୍କ ସହ ଆଲୋଚନା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର, ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢୁଥିବା ପିଲାମାନେ ଯେପରି ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ । ହାଇସ୍କୁଲ୍ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶକୁ ଶିକ୍ଷକମାନେ ଗୁରୁତ୍ବ ଦେବାସହ ବିଦ୍ୟାଳୟଗୁଡ଼ିକରେ କୌଣସି ଛାତ୍ରଛାତ୍ରୀ ଯେପରି ବୋର୍ଡ ପରୀକ୍ଷାରେ ଫେଲ୍ ନ ହୁଅନ୍ତି ସେହି ଲକ୍ଷ୍ୟ ନେଇ ପ୍ରଧାନଶିକ୍ଷକମାନେ କାର୍ଯ୍ୟକରିବେ । ଶିକ୍ଷକମାନେ ପ୍ରତ୍ୟେକ ପିଲାଙ୍କୁ ନିଜ ପିଲା ଭଳି ପାଠ ପଢାଇବାକୁ କହିଛନ୍ତି ପ୍ରମୁଖ ସଚିବ ଶ୍ରୀ ସାହୁ ।

ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ '୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ସମ୍ବୋଧନ କରି ସେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ବ ଦେଇଥିଲେ । ଶନିବାର ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଥୁବା ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ହିଞ୍ଜଳି ଓ ଶେରଗଡ଼ ବ୍ଲକ୍ ଅନ୍ତର୍ଗତ ୫୩ଟି ଉଚ୍ଚ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏଥିରେ ଯୋଗ ଦେଇଥିଲେ । ସେମାନଙ୍କ ସହ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୁକରଣ (ଓଏସ୍‌ଇପିଏ) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ, 'ମୋ ସ୍କୁଲ୍ ମୁଖ୍ୟ ପରିଚାଳନା ଅଧୁକାରୀ ଶ୍ରୀ ଅମରଜିତ ଜେନା ଏବଂ 'ମୋ ସ୍କୁଲ୍' ଭାରପ୍ରାପ୍ତ ଅଧୁକାରୀ ଶ୍ରୀମତୀ ପ୍ରତିଭା ଦୋରା ଉପସ୍ଥିତ ଥିଲେ । 

ପ୍ରମୁଖ ସଚିବ ଶ୍ରୀ ସାହୁ '୫ଟି ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମରେ ଗୋଷ୍ଠୀ ସହଭାଗିତାକୁ ସୁଦୃଢ କରିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ସରକାରୀ ବିଦ୍ୟାଳୟରେ କିଭଳି ପିଲାମାନଙ୍କ ସଂଖ୍ୟା ବୃଦ୍ଧିପାଇବ ତାହାଉପରେ ମଧ୍ୟ ଜୋର୍ ଦେଇଥିଲେ । ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ଶିକ୍ଷାଦାନ ପାଇଁ । ଶିକ୍ଷକମାନେ ଡିଜିଟାଲ୍ ଟେକ୍ନୋଲୋଜୀରେ ଦକ୍ଷ ହେବାକୁ ସେ ସମସ୍ତ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା । ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ଶିକ୍ଷକଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରିବାକୁ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି କହିଥିଲେ । ଏହି ଅବସରରେ ମୋ ସ୍କୁଲ୍ ମୁଖ୍ୟ ପରିଚାଳନା ଅଧୁକାରୀ ଶ୍ରୀ ଜେନା '୫ଟି- ହାଇସ୍କୁଲ୍ ଟ୍ରାନ୍ସଫରମେଶନ କାର୍ଯ୍ୟକ୍ରମ'ର ୩ଟି ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିବା ସହ ଭିତ୍ତିଭୂମି ବିକାଶ ପରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶକୁ କିଭଳି ପ୍ରାଥମିକତା ଦିଆଯିବ ସେନେଇ ପ୍ରଧାନଶିକ୍ଷକମାନଙ୍କୁ କହିଥିଲେ । 

ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗ ଗଞ୍ଜାମ ଜିଲ୍ଲାରେ '୫ଟି ହାଇସ୍କୁଲ୍ ଟ୍ରାନ୍‌ଫର୍ମେଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ବିଦ୍ୟାଳୟଗୁଡ଼ିକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧୁକାରୀ ଏବଂ ବ୍ଲକ୍ ଶିକ୍ଷାଧୁକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥୁଲେ । ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ତ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରୀ ଏବଂ ବିଜ୍ଞାନଗାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପ୍ରମୁଖ ସଚିବ ଶ୍ରୀ ସାହୁ ଉପସ୍ଥିତ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

ଏହାସହ ସ୍ଥାନୀୟ ଗ୍ରାମବାସୀ, ସ୍କୁଲ୍ ପରିଚାଳନା କମିଟି ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଏକ ଆଲୋଚନା ବୈଠକ, ସ୍କୁଲ୍ ର ଆର୍ଥିକ କାରବାରରେ ସ୍ବଚ୍ଛତା ଏବଂ ଭିତ୍ତିଭୂମି ନିର୍ମାଣ ଜନିତ କାର୍ଯ୍ୟରେ ଗୁଣବତ୍ତା ବଜାୟ ରଖୁବାକୁ ସେ କହିଥିଲେ । ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଯେପରି ସ୍ମାର୍ଟ କ୍ଲାସ୍  ପରିଚାଳନା କରିବାକୁ ଦକ୍ଷ ହୋଇପାରିବେ  ତାହାଉପରେ ଗୁରୁତ୍ବ ଦେବାକୁ ସେ ଜିଲ୍ଲା ଶିକ୍ଷାଅକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ପ୍ରଧାନଶିକ୍ଷକମାନେ ନିଜ ନିଜ ବିଦାଳୟର କାର୍ଯ୍ୟ ଅଗ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget