loading...

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର । ଗୋଣ୍ଡ ଜନଜାତିଙ୍କ ଘର

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଜନଜାତି ସଂଗ୍ରହାଳୟକୁ ଭଟୁଆଲ୍ ଟୁରର ବ୍ୟବସ୍ଥା

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର । ଗୋଣ୍ଡ ଜନଜାତିଙ୍କ ଘର

ଭୁବନେଶ୍ୱର, କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଜନଜାତି ସଂଗ୍ରହାଳୟକୁ ଭଟୁଆଲ୍ ଟୁରର ବ୍ୟବସ୍ଥା କରାଯାଇଛି । ଅଗଷ୍ଟ ୧ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍ ଓ ଟୁଇଟର୍ ପେଜ୍ @stscdev, @scstrti ଖୋଲି ଗୋଣ୍ଡ ଜନଜାତିଙ୍କ ଘର ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖୁଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଓଡ଼ିଶାର ନବରଙ୍ଗପୁର, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଗୋଣ୍ଡ ଜନଜାତି ବସବାସ କରିଥା’ନ୍ତି । ଗୋଣ୍ଡ ଜନଜାତି ଗୋଟିଏ କୋଠରିବିଶିଷ୍ଟ ଘରେ ରୁହନ୍ତି । ଘରର ତିନିପଟେ ବାରଣ୍ଡା ରହିଥାଏ । ଘରର କାନ୍ଥଗୁଡ଼ିକୁ ପାରମ୍ପରିକ ଗୋଣ୍ଡ ଚିତ୍ରକଳାରେ ସୁନ୍ଦର ଭାବେ ରଙ୍ଗ ସାହାଯ୍ୟରେ ଅଙ୍କନ କରାଯାଇଥାଏ । ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇ ପ୍ରାଣୀମାନଙ୍କୁ ପ୍ରତୀକ ସ୍ଵରୂପ ନିଆଯାଇ କାନ୍ଥରେ ଚିତ୍ର ଅଙ୍କନ କରାଯାଏ । ଘରର ଗୋଟିଏ ପାଖରେ ଚୁଲି ସ୍ଥାନିତ କରାଯାଇଥିବାବେଳେ ଅନ୍ୟ ପଟରେ ମାଛମରା ଉପକରଣ ରଖାଯାଇଥାଏ । ଘରର ମୁଖ୍ୟ ସ୍ଥାନରେ ଖାଦ୍ୟଶସ୍ୟ ରଖୁବା ନିମନ୍ତେ କାଠତିଆରି ମଞ୍ଚ ମଧ୍ୟ କରାଯାଇଥାଏ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget