loading...

୪୦୦୦ରୁ ଉର୍ଦ୍ଧ୍ବ ପଡ଼ାକୁ ରାଜସ୍ବ ଗ୍ରାମ ଭାବେ ଘୋଷଣା କରିବା ପାଇଁ ନିୟମ ସରଳୀକରଣ କରାଯାଇଛି

ରାଜ୍ୟରେ ଥିବା ୪୦୦୦ ପଡ଼ା ବା ବସତିକୁ ରାଜସ୍ବ ଗ୍ରାମ ମାନ୍ୟତା ଦେବାପାଇଁ ଥିବା ଦୀର୍ଘଦିନର ସମସ୍ୟାକୁ ରାଜ୍ୟ ସରକାର ୫-‘ଟି’ ସୂତ୍ର ଅଧୀନରେ ସମାଧାନ

୪୦୦୦ରୁ ଉର୍ଦ୍ଧ୍ବ ପଡ଼ାକୁ ରାଜସ୍ବ ଗ୍ରାମ ଭାବେ ଘୋଷଣା କରିବା ପାଇଁ ନିୟମ କରାଗଲା ସରଳୀକରଣ

ଭୁବନେଶ୍ୱର, ରାଜ୍ୟରେ ଥିବା ୪୦୦୦ ପଡ଼ା ବା ବସତିକୁ ରାଜସ୍ବ ଗ୍ରାମ ମାନ୍ୟତା ଦେବାପାଇଁ ଥିବା ଦୀର୍ଘଦିନର ସମସ୍ୟାକୁ ରାଜ୍ୟ ସରକାର ୫-‘ଟି’ ସୂତ୍ର ଅଧୀନରେ ସମାଧାନ କରିଛନ୍ତି ଏହା ଦ୍ଵାରା ଏହି ପଡ଼ାଗୁଡ଼ିକ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଏବଂ କାର୍ଯ୍ୟକ୍ରମର ସୁବିଧା ପାଇପାରିବେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ଵାରା ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ପ୍ରଦାନ ନିମନ୍ତେ ନିୟମରେ ସରଳୀକରଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଏହି ମର୍ମରେ ଅନୁମୋଦନ କରିଥିବା ମାର୍ଗଦର୍ଶିକାର ଅନୁପାଳନ ପାଇଁ ପତ୍ର ଲେଖୁଛନ୍ତି ।


ନୂତନ ମାର୍ଗଦର୍ଶିକା ଅନୁସାରେ ମୂଳ ରାଜସ୍ବ ଗ୍ରାମଠାରୁ ୫୦୦ ମିଟରରୁ ଅଧୁକ ଦୂରରେ ଅବସ୍ଥିତ ୨୫୦ କିମ୍ବା ତଦୂର୍ଦ୍ଧ ଜନସଂଖ୍ୟାବିଶିଷ୍ଟ ପଡ଼ା ବା ବସତିଗୁଡ଼ିକୁ ନୂତନ ରାଜସ୍ବ ଗ୍ରାମ ଭାବରେ ଘୋଷଣା କରାଯିବା ଅନୁରୂପ ଭାବରେ ମୁଳ ରାଜସ୍ବ ଗ୍ରାମରୁ ୫୦୦ ମିଟର ମଧ୍ୟରେ ଯୁବା ୩୦୦ରୁ ଅଧୁକ ଜନସଂଖ୍ୟାବିଶିଷ୍ଟ ପଡ଼ା ବା ବସତିଗୁଡ଼ିକୁ ନୂତନ ରାଜସ୍ବ ଗ୍ରାମ ଭାବରେ ଗ୍ରହଣ କରାଯିବ । ୨୫୦ରୁ କମ୍ ଜନସଂଖ୍ୟାବିଶିଷ୍ଟ ପଡ଼ା ବା ବସତିଗୁଡ଼ିକ ମୂଳ ରାଜସ୍ବ ଗ୍ରାମରୁ ପ୍ରାକୃତିକ ଭାବେ ବିଚ୍ଛିନ୍ନ ଥିଲେ ସେଗୁଡ଼ିକୁ ମଧ୍ୟ ସ୍ବତନ୍ତ୍ର ରାଜସ୍ବ ଗ୍ରାମ ଭାବରେ ମାନ୍ୟତା ଦିଆଯିବ । ବିଭାଗୀୟ ପ୍ରମୁଖ ଶାସନ ସଚିବ ନୂତନ ରାଜସ୍ବ ଗ୍ରାମ ସୃଷ୍ଟିବେଳେ ଗୋଚର ଏବଂ ଗୋଷ୍ଠୀଗତ ଜମିର ସୀମା ସଂରକ୍ଷଣ ବାବଦରେ ଜୋର ନଦେବାକୁ ନିର୍ଦ୍ଦିଷ୍ଟ ଭାବେ ସୂଚନା ଦେଇଛନ୍ତି । କିନ୍ତୁ ନୂତନ ଭାବେ ସୃଷ୍ଟି ହେଉଥିବା ଗ୍ରାମର ବାସିନ୍ଦାମାନେ ମୂଳ ଗ୍ରାମ ମଧ୍ୟରେ ଥିବା ଗୋଚର ଏବଂ ଗୋଷ୍ଠୀଗତ ଜମିକୁ ବ୍ୟବହାର କରିପାରିବେ ଓ ଏହା ଉଭୟ ଗ୍ରାମର ସାଧାରଣ ସଂପରି ଭାବେ ବିବେଚିତ ହେବ ।

ନୂତନ ରାଜସ୍ବ ଗ୍ରାମ ସୃଷ୍ଟି ବାବଦରେ ବହୁବାର ରାଜ୍ୟ ବିଧାନସଭା ତଥା ଅନ୍ୟାନ୍ୟ ସାମ୍ମୁଖ୍ୟରେ ଦାବି ହୋଇ ଆସୁଛି । ଗୋଚର ଓ ଗୋଷ୍ଠୀଗତ ଜମି ଅଭାବରୁ ଅକାଂଶ ପ୍ରସ୍ତାବ ବିଚାରକୁ ନିଆଯାଇ ପାରୁନଥିଲା । ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟ ସମୟରେ ଜମି ସଂରକ୍ଷଣ ବାବଦରେ ବହୁର୍ପୂବରୁ ଜାରି କେତେକ ପ୍ରଶାସନିକ ନିର୍ଦ୍ଦେଶନାମାକୁ କ୍ଷେତ୍ରୀୟ ଅଧୁକାରୀମାନେ ସଠିକ୍ ଭାବେ ବୁଝିପାରିନଥିବାରୁ ନୂତନ ରାଜସ୍ବ ଗ୍ରାମ ସୃଷ୍ଟି ବାଧାପ୍ରାପ୍ତ ହେଉଥୁଲା । ଫଳରେ ରାଜ୍ୟ ବିଭିନ୍ନ ସମ୍ବଳ ସଂଗ୍ରହରୁ ବଞ୍ଚିତ ହେଉଥୁଲା । ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନକଲେ ପ୍ରାୟ ୪୦୦୦ ନୂତନ ଗ୍ରାମ ସୃଷ୍ଟି ହେବା ସହିତ ଲୋକମାନେ ଉପକୃତ ହେବେ ବୋଲି ଶ୍ରୀ ସେଠୀ ଉଲ୍ଲେଖ କରିଛନ୍ତି ଏବଂ ପୂର୍ବର ସମସ୍ତ ନିର୍ଦ୍ଦେଶାବଳୀ ଏହା ଦ୍ଵାରା ନିଷ୍କ୍ରିୟ ହେବ ବୋଲି ଦର୍ଶାଇଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget