loading...

ଡେଙ୍ଗୁ ରୋଗରେ ସ୍ମାର୍ଟ ସିଟି ଭୂବନେଶ୍ୱର ଏକ ନମ୍ବର ହେବା ଅତ୍ୟନ୍ତ ଲଜ୍ଜାଜନକ : ବାବୁ ସିଂ

ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବା ପ୍ରସଙ୍ଗରେ ବିଏମସି କମିଶନରଙ୍କୁ ଭେଟିଲା ଜିଲ୍ଲା ବିଜେପି

ଡେଙ୍ଗୁ ରୋଗରେ ସ୍ମାର୍ଟ ସିଟି ଭୂବନେଶ୍ୱର ଏକ ନମ୍ବର ହେବା ଅତ୍ୟନ୍ତ ଲଜ୍ଜାଜନକ : ବାବୁ ସିଂ

ଭୁବନେଶ୍ୱର,ରାଜଧାନୀ ବାସିନ୍ଦାଙ୍କୁ ସବୁ ପ୍ରକାର ସୁବିଧା ଦେବା ପାଇଁ ବିଏମସି ପ୍ରତିଶୃତି ବଦ୍ଧ ହେବା ଦରକାର । କିନ୍ତୁ ବିଏମସି ନିଜ କର୍ତ୍ତବ୍ୟ ସଂପାଦନ କରିବାରେ ବିଫଳ ହୋଇଛି । ମହାମାରୀ କୋଇନା ସମୟରେ ଯେପରି ବିଏମସି ଫେଲ ମାରିଥିଲା ଏବେ ଢେଙ୍କୁ ଜରକୁ ନିୟନ୍ତ୍ରଣ କରିବାରେ ସମାନ ସ୍ଥିତି ଦେଖାଦେଇଛି । ଢେଙ୍ଗୁ ବର୍ତମାନ ନିୟନ୍ତ୍ରଣ ବାହାରକୁ ଯାଇସାରିଛି । ଢେଙ୍ଗୁ ରୋଗରେ ରାଜଧାନୀ ଭୂବନେଶ୍ବର ଏକ ନମ୍ବର ସ୍ଥାନ ପାଲଟିଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ବିଏମସି କର୍ତ୍ତୃପକ୍ଷଙ୍କ ଚରମ ଅବହେଳାର ଜ୍ଵଳନ୍ତ ଉଦାହରଣ ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କ୍ଷୋଭ ପ୍ରକାଶ କରି କହିଛନ୍ତି ।

ଶ୍ରୀ ସିଂଙ୍କ ନେତୃତ୍ବରେ ଆଜି ଜିଲ୍ଲା ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନି ଦଳ ବିଏମସି କମିଶନରଙ୍କୁ ଭେଟି ଦାବୀ ଜଣାଇବା ସହ ଯୁଦ୍ଧକାଳୀନ ପରିସ୍ଥିତିରେ ଡେଙ୍ଗୁ ନିରାକରଣ ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ପ୍ରଥମେ ମହାମାରୀ କରୋନା ଏବଂ ବର୍ତମାନ ଡେଙ୍ଗୁ କାରଣରୁ ରାଜଧାନୀ ବାସିନ୍ଦା ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ରାଜଧାନୀରେ କରୋନା ପରେ ଡେଙ୍ଗୁ ଜ୍ବର ଏକ ବଡ଼ ସମସ୍ୟା ପାଲଟିଛି । କିନ୍ତୁ ଦୁର୍ଭାଗ୍ୟର କଥା ବିଏମସି ଏ ଦିଗରେ କୌଣସି ପଦକ୍ଷେପ ନନେଇ ଚୁପ ବସିଛି । ବର୍ଷା ଦିନ ପାଇଁ ବିଏମସିର କୌଣସି ପ୍ରାକ୍‌ ପ୍ରସ୍ତୁତି ନଥିଲା । ନାଳ ନର୍ଦମା ଅପରିଷ୍କାର ହୋଇ ପଡି ରହିଛି । ମଶାମରା ପାଇଁ ତେଲ ଓ ଧୂଆଁ ବ୍ୟବହାର କରାଯାଉନାହିଁ । ଭୁବନେଶ୍ବର ବାସିନ୍ଦାଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା, ଡ୍ରେନେଜ ସଫା କରିବା, ରାସ୍ତାଘାଟ ମରାମତି କରିବା ଦିଗରେ ବିଏମସି ସଂପୂର୍ଷଭାବେ ଚୁପ୍ ରହିଛି । 

ବିଭିନ୍ନ ପୁରୁଣା ଗାଡି ଗ୍ୟାରେଜରେ ଅବା ଟାୟାର, ଫୁଲକୁଣ୍ଡ, ପଇଡ ଖୋଲ ଭିତରେ ପାଣି ଜମି ରହୁଥିବାରୁ ସେ ସ୍ଥାନଗୁଡିକରେ ମଶାଙ୍କର ବଂଶ ବୃଦ୍ଧି ହେଉଛି ଏବଂ ଢେଙ୍ଗୁ ରୋଗ ବ୍ୟାପୁଛି । ସେହି ସ୍ଥାନ ଗୁଡିକୁ ବିଏମସି ଚିହ୍ନଟ କରି ସ୍ୱତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିବା ସହ ବିଏମସି କର୍ତ୍ତୃପକ୍ଷ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ସିଂ ଦାବୀ କରିଛନ୍ତି । ଗତ କାଲି ଜିଲ୍ଲା ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଏମସି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସିଂ ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ଅଭିଷେକ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget