loading...

କଂଗ୍ରେସ କମିଟି ପକ୍ଷରୁ ଚଳିତବର୍ଷ ଦେଶବ୍ୟାପି ବାଂଲାଦେଶ ମୁକ୍ତି ସଂଗ୍ରମାର ୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ

ନିଖୁଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଚଳିତବର୍ଷ ଦେଶବ୍ୟାପି ବାଂଲାଦେଶ ମୁକ୍ତି ସଂଗ୍ରମାର ୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଉଅଛି

କଂଗ୍ରେସ କମିଟି ପକ୍ଷରୁ ଚଳିତବର୍ଷ ଦେଶବ୍ୟାପି ବାଂଲାଦେଶ ମୁକ୍ତି ସଂଗ୍ରମାର ୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ

ଭୁବନେଶ୍ୱର, ନିଖୁଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଚଳିତବର୍ଷ ଦେଶବ୍ୟାପି ବାଂଲାଦେଶ ମୁକ୍ତି ସଂଗ୍ରମାର ୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଉଅଛି । ଏହି ଉପଲକ୍ଷେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟବ୍ୟାପି ଏହି ଉତ୍ସବ ପାଳନ କରାଯିବ । ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗଠିତ ୫୦ ବର୍ଷ ପୂର୍ତି ପାଳନ କମିଟି ବୈଠକ ଆଜି ଭୁବନେଶ୍ଵର କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏଆଇସିସି ପୂର୍ତ୍ତି କମିଟି ଆବାହକ କ୍ୟାପଟେନ ପ୍ରବୀଣ ଡାଭର ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସମସ୍ତ ଜିଲ୍ଲାରେ ଅନୁଷ୍ଠିତ କରିବାକୁ କହିଥିଲେ । ତଦନୁଯାୟି ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୂର୍ତି ଉତ୍ସବ ପାଳନ କରାଯିବ । 

ଏହି କାର୍ଯ୍ୟକ୍ରମରେ ପିସିସି ପକ୍ଷରୁ ଗଠିତ କମିଟିର ସଦସ୍ୟମାନେ ଯୋଗଦେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ସମସ୍ତ ଜିଲ୍ଲାରେ କାର୍ଯ୍ୟକ୍ରମ ସଂପନ୍ନ ହେବାପରେ ଏକ ରାଜ୍ୟସ୍ତରୀୟ ପୂର୍ତି ଉତ୍ସବ ପାଳନ କରାଯିବ ଏବଂ ଏହି ଉତ୍ସବରେ ଏଆଇସିସି ପୂର୍ତି କମିଟିର ଅଧ୍ୟକ୍ଷ ଶ୍ରୀ ଏକେ ଆଶ୍ଳୋନି ଯୋଗ ଦେବାକୁ ସ୍ଥିର କରାଯାଇଛି । ଏହି କ୍ରମରେ ଆସନ୍ତା କାଲି ତା ୨୮.୦୮.୨୦୨୧ ରିଖ ଦିବା ୧୦ ଇଂଟା ସମୟରେ ଯାଜପୁର ଜିଲ୍ଲାର ଜାରକା ପ୍ରୟାଗ ମଣ୍ଡପ ଠାରେ ଯାଜପୁର ଜିଲ୍ଲା ପକ୍ଷରୁ ପୂର୍ତ୍ତି ଉତ୍ସବ ପାଳନ କରାଯିବ । ଆଜିର ଏହି ବୈଠକରେ ପିସିସି ପୂତି କମିଟିର ଅଧ୍ୟକ୍ଷ ଡ. ଦେବାଶିଷ ପଟ୍ଟନାୟକ, ସଂଯୋଜକ ଶ୍ରୀ ପତ୍ନାକର ଗୁରୁ, ସଦସ୍ୟ ସର୍ବଶ୍ରୀ ଅଶୋକ କୁମାର ଦାସ, ଅମିୟ କୁମାର ପାଣ୍ଡବ, ରଣଜିତ କୁମାର ଦାସ, ମମତା କୁଣ୍ଡୁ, ନିମାଇଁ ସରକାର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget