loading...

୨୦୧୯ ଓ ୨୦୨୦ ବର୍ଷ ପାଇଁ ଘୋଷିତ ହେଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ସହିତ ଅନ୍ୟାନ୍ୟ ସମ୍ମାନ

୨୦୧୯ ଓ ୨୦୨୦ ବର୍ଷ ପାଇଁ ଘୋଷିତ ହେଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ସହିତ ଏକାଡେମୀର ଅନ୍ୟାନ୍ୟ ସମ୍ମାନ

୨୦୧୯ ଓ ୨୦୨୦ ବର୍ଷ ପାଇଁ ଘୋଷିତ ହେଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ସହିତ ଅନ୍ୟାନ୍ୟ ସମ୍ମାନ

ଭୁବନେଶ୍ଵର, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ ୨୦୧୯ ଓ ୨୦୨୦ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ସହିତ ଅନ୍ୟ ୧୫ଟି ବର୍ଗରେ ଏକାଡେମୀ ସମ୍ମାନ ଘୋଷଣା କରାଯାଇଛି । ଆଜି ସଂସ୍କୃତି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକାଡେମୀର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି ଏହା ଘୋଷଣା କରିଥଲେ । ୨୦୧୯ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଶ୍ରୀ ଅନନ୍ତ ମହାପାତ୍ର ଏବଂ ୨୦୨୦ ମସିହା ପାଇଁ ଓଡ଼ିଶୀ ନୃତ୍ୟ ବିଶାରଦ ତଥା ପଦ୍ମଶ୍ରୀ କୁମୁମ୍ ମହାନ୍ତିଙ୍କ ନାମ ମନୋନୀତ କରାଯାଇଛି । ସେହିପରି ହିନ୍ଦୁସ୍ଥାନୀ କଣ୍ଠସଂଗୀତ ଓ ଗୀତିକବିତା ବର୍ଗରେ ଯଥାକ୍ରମେ ସୁନନ୍ଦା ସମ୍ମାନ ଓ ସାରଦା ପ୍ରସନ୍ନ ସମ୍ମାନରେ ୨୦୧୯ ପାଇଁ ଡ. ରଘୁନାଥ ସାହୁ, ଭୁବନେଶ୍ବର ଏବଂ ୨୦୨୦ ପାଇଁ ଶ୍ରୀମତୀ ବନ୍ଦିତା ରାୟ, କଟକଙ୍କୁ, ୨୦୧୯ ପାଇଁ ବିନୋଦ କୁମାର ପଶାୟତ, ସମ୍ବଲପୁର ଏବଂ ୨୦୨୦ ପାଇଁ ଅଲେଖ ପତ୍ନୀହାରୀଙ୍କୁ ମନୋନୀତ କରାଯାଇଛି ।

ଅନ୍ୟ ସମ୍ମାନଗୁଡ଼ିକ ମଧ୍ୟରେ ୨୦୧୯ ବର୍ଷ ନିମନ୍ତେ ଅଭିନୟ ପାଇଁ ଶ୍ରୀ ନବକିଶୋର ଆଚାର୍ଯ୍ୟ, ସାକ୍ଷୀଗୋପାଳ, ପୁରୀ ଏବଂ ଶ୍ରୀମତୀ ମମତା ମହାନ୍ତି, ଭୁବନେଶ୍ବର, ନାଟ୍ୟ ରଚନା ପାଇଁ ଶ୍ରୀ ସୁଧାକର ନନ୍ଦ, ଭଦ୍ରକ, ନିର୍ଦ୍ଦେଶନା ପାଇଁ ଶ୍ରୀ ହରିହର ମିଶ୍ର, ବରଗଡ଼, ମଞ୍ଚକଳା ପାଇଁ ଶ୍ରୀ ପ୍ରଭାସ ଚନ୍ଦ୍ର ମିଶ୍ର, ଭବାନୀପାଟଣା, କଳାହାଣ୍ଡି, ଲୋକସଂଗୀତ ପାଇଁ ଶ୍ରୀ ରାଧାଶ୍ୟାମ ସାହୁଶର୍ମା, ଗଞ୍ଜାମ, ଲୋକବାଦ୍ୟ ପାଇଁ ଶ୍ରୀ ଶଙ୍କର ପ୍ରଧାନ, ବଲାଙ୍ଗୀର, ଲୋକନୃତ୍ୟ ପାଇଁ ଶ୍ରୀ କାଳୁଚରଣ ସାହୁ, ଭଞ୍ଜନଗର, ଗଞ୍ଜାମ, ଲୋକନାଟ୍ୟ ପାଇଁ ଶ୍ରୀ କଣ୍ଠ ଗୋଡ଼, କୋରାପୁଟ, ଯନ୍ତ୍ର ସଂଗୀତ (ଆନବ୍ଦ ତାଳ) ପାଇଁ ଡ. ଜଗନ୍ନାଥ କୁଅଁର, ଭୁବନେଶ୍ବର, ଯନ୍ତ୍ର ସଂଗୀତ (ତାରବାଦ୍ୟ) ପାଇଁ ଶ୍ରୀ କୈଳାସ ଚନ୍ଦ୍ର ପାତ୍ର, କଟକ, ଓଡ଼ିଶୀ ନୃତ୍ୟ ପାଇଁ ଶ୍ରୀ ରତିକାନ୍ତ ମହାପାତ୍ର, ଭୁବନେଶ୍ବର, ଓଡ଼ିଶୀ କଣ୍ଠ ସଂଗୀତ ପାଇଁ ଶ୍ରୀ ଚନ୍ଦ୍ରମଣି ଲେଙ୍କା, ପୁରୀ, ସୁଗମ ସଂଗୀତ ପାଇଁ ଶ୍ରୀ ତାସେନ୍ ସିଂ, ଭୁବନେଶ୍ବର, ଶ୍ରୀ ବିନୋଦ କୁମାର ପଶାୟତ୍, ସମ୍ବଲପୁରଙ୍କୁ ଏକାଡେମୀ ପକ୍ଷରୁ ସମ୍ମାନିତ କରାଯିବ ।

ସେହିପରି ୨୦୨୦ ନିମନ୍ତେ ଅଭିନୟ ପାଇଁ ଶ୍ରୀମତୀ ସୁଶୀଳା ନାୟାର, ବରଗଡ଼ ଏବଂ ଶ୍ରୀ ବିଜୟ କୁମାର ପଟ୍ଟନାୟକ, ଗାଙ୍ଗପୁର, ଗଞ୍ଜାମ, ନାଟ୍ୟ ରଚନା ପାଇଁ ଶ୍ରୀ ଭାସ୍କର ଚନ୍ଦ୍ର ମହାପାତ୍ର, ରାଉରକେଲା, ନିର୍ଦ୍ଦେଶନା ପାଇଁ ଶ୍ରୀ ସୁବୋଧ ପଟ୍ଟନାୟକ, ଭୁବନେଶ୍ବର, ମଞ୍ଚ କଳା ପାଇଁ ଶ୍ରୀ ପ୍ରଭାତ ମହାରଣା, ଭୁବନେଶ୍ୱର, ଲୋକସଂଗୀତ ପାଇଁ । ଶ୍ରୀ ନବୀନ କିଶୋର କୁଅଁର, ବଲାଙ୍ଗୀର, ଲୋକବାଦ୍ୟ ପାଇଁ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନ, ପୁରୀ, ଲୋକନୃତ୍ୟ ପାଇଁ  ଶ୍ରୀ ନାରାୟଣ ମହାରଣା, ଭଞ୍ଜନଗର, ଲୋକନାଟ୍ୟ ପାଇଁ ଶ୍ରୀ ନିର୍ମଳ ଚନ୍ଦ୍ର ରାଉତ, ଭଦ୍ରକ, ଯନ୍ତସଂଗୀତ (ଆନନ୍ଦ । ବାଦ୍ୟ) ପାଇଁ ଶ୍ରୀ ଶରତ କୁମାର ପାଣି, ଭୁବନେଶ୍ବର, ଯନ୍ତସଂଗୀତ(ସୁଶୀର ବାଦ୍ୟ) ପାଇଁ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର, କାମାକ୍ଷାନଗର, ଓଡ଼ିଶୀ ନୃତ୍ୟ ପାଇଁ ଶ୍ରୀ ଗଜେନ୍ଦ୍ର ପଣ୍ଡା, ଗଞ୍ଜାମ, ଓଡ଼ିଶୀ କଣ୍ଠ ସଂଗୀତ ପାଇଁ ଶ୍ରୀ ରଘୁନାଥ ପାତ୍ର, ପାରଳାଖେମୁଣ୍ଡି, ସୁଗମ ସଂଗୀତ ପାଇଁ ଶ୍ରୀ ବିଭୁଧେନ୍ଦ୍ର ଦାସ, ଭୁବନେଶ୍ବର ସମ୍ମାନିତ କରାଯିବ । 

ମନୋନୀତ କଳାକାରମାନଙ୍କୁ ଆସନ୍ତା ୩୦ ତାରିଖ ଦିନ ଅପରାହ୍ନ ୪ ଘଟିକା ସମୟରେ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଁ ମାନପତ୍ର, ଉପଢୌକନ, କୃତୀଫଳକ ଓ ୫ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯିବ । ସୁନନ୍ଦା ସମ୍ମାନ ଓ ସାରଦା ପ୍ରସନ୍ନ ସମ୍ମାନ ପାଇଁ ୨.୫ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ପୁରସ୍କାର ବାବଦକୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ବାବଦକୁ ପ୍ରଦାନ କରାଯିବ ବୋଲି ଏକାଡେମୀର ସଚିବ ଶ୍ରୀ ପ୍ରବୋଧ ରଥ ପ୍ରକାଶ କରିଛନ୍ତି । ଆଜିର ଏହି ସମ୍ମାନ ଘୋପଣାବେଳେ ଏକାଡେମୀର ଉପସଭାପତି ଶ୍ରୀ ମନ୍ମଥ ଶତପଥୀ ଯୋଗଦେଇ ମନୋନୟନର ବିଭିନ୍ନ ଧାରା ଓ ପ୍ରକ୍ରିୟା ଉପରେ ସାମ୍ବାଦିକମାନଙ୍କୁ ଅବଗତ କରାଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget