loading...

ପୋଲିସ ବିଭାଗର ଅଜବ ନୀତି ! ଯାଦୁଆ ବିକୁଛନ୍ତି ଯାଦୁ ମଲମ – କଂଗ୍ରେସ

ମାନବଧିକାର ଉଲ୍ଲଙ୍ଘନକୁ ରୋକିବା ଏବଂ ପୋଲିସକୁ ଲୋକାଭିମୁଗ୍ଧ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ସମୟରେ ଯୋଜନା ପ୍ରଣୟନ

ପୋଲିସ ବିଭାଗର ଅଜବ ନୀତି ! ଯାଦୁଆ ବିକୁଛନ୍ତି ଯାଦୁ ମଲମ – କଂଗ୍ରେସ

ଭୁବନେଶ୍ୱର, ମାନବଧିକାର ଉଲ୍ଲଙ୍ଘନକୁ ରୋକିବା ଏବଂ ପୋଲିସକୁ ଲୋକାଭିମୁଗ୍ଧ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ସମୟରେ ଯୋଜନା ପ୍ରଣୟନ କରିବା ସହିତ ଜାତୀୟ ସ୍ତରରେ ଏବଂ ରାଜ୍ୟ ସ୍ତରରେ ମାନବଧୁକାର ଉଲ୍ଲଙ୍ଘନକୁ ରୋକିବା ପାଇଁ ମାନବାଧୁକାର କମିଶନ ଭଳି ଅଧିନାୟିକ ଅନୁଷ୍ଠାନ ମାନ ଗଠନ କରିଛନ୍ତି । ଏସବୁ ସତ୍ତ୍ୱେ ଦେଶରେ ମାନବଧୁକାର ଉଲ୍ଲଙ୍ଘନ ରୋକିବାରେ ନା ଧରୁନାହିଁ । ଏ ସମ୍ପର୍କରେ ଗତ କିଛିଦିନ ତଳେ ଭାରତର ମାନ୍ୟବର ମୁଖ୍ୟ ବିଚାରପତି ମତବ୍ୟକ୍ତ କରି କହିଥିଲେ ଯେ ଦେଶରେ ପୋଲିସ ଥାନା ମାନଙ୍କରେ ସବୁଠାରୁ ଅଧୁକ ମାନବଧୁକାର ଉଲ୍ଲଙ୍ଘନ ହେଉଛି । ମାନ୍ୟବର ମୁଖ୍ୟ ବିଚାରପତି ଯେଉଁ ଉକ୍ତି ପାଇଁ ସମଗ୍ର ଭାରତବର୍ଷରେ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଉଛି ଆମ ରାଜ୍ୟ ଓଡ଼ିଶା ମଧ୍ୟ ସେଥିରୁ ବାଦ ପଡ଼ିନାହିଁ ।

ଯେଉଁମାନେ ମାନବଧୁକାର ଉଲ୍ଲଙ୍ଘନ କରି ବଦଳି ହେଉଛନ୍ତି ସେମାନଙ୍କୁ ଅନ୍ୟ ଏକ ଥାନାର ଦାୟିତ୍ବ ଦିଆଯାଉଥିବା ସୁଳେ ଯେଉଁମାନେ ମାନବଧୁକାର ଉଲ୍ଲଙ୍ଘନ କରି ମାନବଧୁକାର କମିଶନଙ୍କ ଦ୍ଵାର ଦଣ୍ଡିତ ହୋଇଛନ୍ତି ସେମାନେ ମଧ୍ୟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ଅଧ୍ୟଷୀତ ହୋଇଛନ୍ତି । ଖାଲି ସେତିକି ନୁହେଁ ଯେଉଁ ପୋଲିସ୍ ଅଧୁକାରୀଙ୍କ ବିରୁଦ୍ଧରେ ନାରୀ ନିର୍ଯ୍ୟାତନା ଭଳି ସଂଗୀନ ଅଭିଯୋଗ ଆସିଛି ସେମାନଙ୍କୁ ମହିଳା ଏବଂ ଶିଶୁ ଡେକ୍ସରେ ଅଧୂଶୀତ କରାଯାଇଅଛି । ଉପରୋକ୍ତ ଘଟଣାରୁ ସ୍ପଷ୍ଟ ଅନୁମେୟ ହେଉଛି ରାଜ୍ୟ ସରକାର ଯାଦୁଆ ହାତରେ ଯାଦୁ ମଲମ ବିକୁଛନ୍ତି ବୋଲି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ନିଶିକାନ୍ତ ମିଶ୍ର କହିଛନ୍ତି । 

ପ୍ରକାଶ ଯୋଗ୍ୟ ରାଜ୍ୟରେ ଏକାଧୁକ ପୋଲିସ ଅଧୁକାରୀ ରାଜ୍ୟ ମାନବଧୁକାର ଉଲ୍ଲଙ୍ଘନ ଘଟଣାରେ ଜାତୀୟ ଓ ରାଜ୍ୟ ମାନବାଧୂକାର କମିଶନଙ୍କ ଦ୍ବାରା ଦଣ୍ଡିତ ହୋଇ ଏବେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ଥଇଥାନ ହୋଇଛନ୍ତି ଏବଂ କୌଣସି ସ୍ଥାନରେ ହାଜତ ମୃତ୍ୟହେଲେ ସଂପୃକ୍ତ ଥାନା ଅଧୁକାରୀଙ୍କୁ ବଦଳି କରାଯାଇ ଅନ୍ୟ ଏକ ଥାନାର ଦାୟିତ୍ବ ଦିଆଯାଉଛି । ଏହି ପରିସ୍ଥିତିରେ ସଂପୃକ୍ତ ଅଧୁକାରୀ ମାନଙ୍କ ଠାରୁ ମାନବାଧୁକାର ସୁରକ୍ଷା ଆଶାକରିବା ବୃଥା ବୋଲି କଂଗ୍ରେସ କହିଛି । ସବୁଠାରୁ ଗରୁତ୍ବପୂର୍ଣ୍ଣ ଘଟଣା ଗତ କିଛିଦିନ ତଳେ ଅନୁଗୁଳର ଜଣେ ବରିଷ୍ଠ ପୋଲିସ ଅଧୁକାରୀଙ୍କ ବିରୁଦ୍ଧରେ ନାରୀ ନିର୍ଯ୍ୟାତନାର ଘଟଣା ହାଟରେ ପଡ଼ି ଦାଣ୍ଡରେ ଗଡ଼ିବା ପରେ ସଂପୃକ୍ତ ଅଧୁକାରୀଙ୍କୁ ବଦଳି କରାଯାଇ କଟକ ଗ୍ରାମାଂଚଳ ଏସପିଙ୍କ କାର୍ଯ୍ୟାଳୟର ମହିଳା ଏବଂ ଶିଶୁ ବିଭାଗର ଦାୟିତ୍ବ ଦିଆଯାଇଛି । 

ଏହି ସମସ୍ତ ଘଟଣା ସୂଚାଉଛି ରାଜ୍ୟ ସରକାର ମାନବଧୁକାର ସୁରକ୍ଷା ଦିଗରେ ଯେତିକି ଯବାନ ହେବା କଥା ସେତିକି ଯବାନ ନୁହଁନ୍ତି ବୋଲି କଂଗ୍ରେସ କହିଛି । କଂଗ୍ରେସର ଦାବି ରାଜ୍ୟ ସରକାର ମାନବାଧୁକାର ଉଲ୍ଲଙ୍ଘନ କରିଥିବା ପୋଲିସ ଅଧୁକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସାଧାରଣ ଲୋକଙ୍କ ମାନବାଧୁକାର ସୁରକ୍ଷା ପାଇଁ ପୋଲିସ୍‌କୁ କଡ଼ା ନିର୍ଦ୍ଦେଶ ଦିଅନ୍ତୁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ଅମିୟ ପାଣ୍ଡବ, ରଜନୀ ମହନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget