ଭୁବନେଶ୍ୱର, ଚନ୍ଦକା ଥାନା ଅଧୁକାରୀ ଦେଦେନ୍ଦ୍ର ଦିଶ୍ବାଳ ଓ ଥାନା କର୍ମଚାରୀଙ୍କ ଦ୍ବାରା ପରିବାରଗୁଡ଼ିକ ପ୍ରତି କରିଥୁଦା ଅମାନବିୟ ବ୍ୟବହାର, ଶାରୀରିକ ଓ ମାନସିକ ନିର୍ଯ୍ୟାତନା, ଅସଦାଚରଣ ଏବଂ ମିଥ୍ୟା କେସ୍ ରୁକୁ ସମ୍ପର୍କରେ ମାନବାଧୁକାର କର୍ମୀ ରାଜେଶ କୁମାର ସାହୁ ସ୍ଥାନୀୟ ଓଡ଼ିଶା ସାମ୍ବାଦିକ ୟୁନିୟନ ଭବନରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଶ୍ରୀ ଦେବେନ୍ଦ୍ର ବିଶ୍ବାଳ ସ୍ଥାନୀୟ ଥାନାରେ ୪ ବର୍ଷରୁ ଅଧୁକ କାଳ ହେବ ରହି ତାଙ୍କର କଳା ସାମ୍ରାଜ୍ୟ ବିସ୍ତାର କରିଛନ୍ତି । ଜମି ଦଲାଲି, ମୋରମ୍ଭ, ବାଲି, କାଠ ଦଲାଲି କରିବା ସହ ସରକାରୀ ଜମି ହଡ଼ପରେ ମୁଖ୍ୟ କାର୍ପଟଦାର ସାଜିଛନ୍ତି, ଯାହାର ଭିଜିଲାନ୍ସ ତଦନ୍ତ ହେବା ଆବଶ୍ୟକ । କିନ୍ତୁ କାହା ସୁପାରିରେ ଏବଂ କେଉଁ ଭଲ କର୍ଭବ୍ୟପରାୟଣତା ପାଇଁ ତାଙ୍କୁ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ କରାଯାଇଅଛି, ତାହା ତଦନ୍ତ ସାପେକ୍ଷ ।
ଶ୍ରୀମତୀ ସ୍ଵର୍ଣ୍ଣଲତା ନାଟୁଆ, ବୟସ ୩୮ବର୍ଷ ( ଗୃହିଣୀ), ସ୍ଵାମୀ – ବସନ୍ତ ନାଟୁଆ (ବୟସ ୫୦ ବର୍ଷ, କୃଷକ), ଗ୍ରାମ-ଶିମୁଳିପାଟଣା, ପୋଷ୍ଟା ଥାନା-ଚନ୍ଦକା, ଭାୟା – ବାରଙ୍ଗ କହିଛନ୍ତି ଯେ, ଗତ ତା ୦୩.୧ ୨.୨୦୨୦ରିଖରେ ତାଙ୍କ ସ୍ବାମୀ ବସନ୍ତ ନାଟୁଆଙ୍କୁ ବିନା କାରଣରେ ପିସିଆର୍ ଭ୍ୟାରେ ଥାନାକୁ ନେଇ ହାଜତରେ ପୂରାଇ ଥାନା ଅଧୁକାରୀ ଶ୍ରୀ ଦେବେନ୍ଦ୍ର ବିଶ୍ବାଳ ସକାଳ ୧୦ଟାରୁ ୧୨ ଟା ପର୍ଯ୍ୟନ୍ତ ନିର୍ଦୁମ୍ ପିଟିଲେ । ତାପରେ ରାତି ୯ଟାରେ ଶ୍ରୀମତୀ ନାଟୁଆ ତାଙ୍କ ସ୍ବାମୀଙ୍କ ଖବର ବୁଝିବାକୁ ଥାନାକୁ ଯାଇ ଦେବେନ୍ଦ୍ର ବିଶ୍ବାଳଙ୍କୁ ତାଙ୍କ ସ୍ବାମୀଙ୍କୁ କାହିଁକି ଥାନାକୁ ଆଣି ୧୨ ଘଣ୍ଟା କାଳ ହାଜତରେ ରଖୁଛନ୍ତି ବୋଲି ପଚାରିଲେ । ଏତିକିରେ ଶ୍ରୀ ବିଶ୍ବାଳ ଉତକ୍ଷିପ୍ତ ହୋଇ ସଙ୍ଗେସଙ୍ଗେ ଗୋଟିଏ ରୁଲବାଡ଼ି ଆଣି ଏସ୍.ଆଇ. ପ୍ରିୟଦର୍ଶିନୀ ନନ୍ଦ ଙ୍କୁ ଦେଇ କହିଲେ, ଏ ମାଇକିନିଆକୁ ଲଙ୍ଗଳା କରି ପିଟ, ଯାହା ହବ ମୁଁ ଦେଖୁବି ।
ଏହାପରେ ଏସ୍.ଆଇ. ପ୍ରିୟଦର୍ଶିନୀ ଶ୍ରୀମତୀ ନାଟୁଆଙ୍କ, ଶାଢ଼ୀ ବ୍ଲାଉଜ୍ ଚିରି, ଉଲଗ୍ନ କରି ନିର୍ଭୁମ୍ ପିଟିଲେ । ସେହି ସମୟରେ ଲାଇଟ୍ ବନ୍ଦ କଲେ । ସେଠାରେ ଦେବେନ୍ଦ୍ର ବିଶ୍ୱାଳ, ଏସ୍.ଆଇ. ପ୍ରିୟଦର୍ଶିନୀ ନନ୍ଦ, ସୁଲୋଚନା ସେଠୀ, ଡାକ ବେହେରା, ପିତା – ଏ ଲୋକନାଥ ବେହେରା, ରୁଦ୍ର ବେହେରା, ପିତା – ଏ ଅପନି ବେହେରା ସା - ଶିମୁଳିପାଟଣା, ଚନ୍ଦକା ପ୍ରମୁଖ ଉପସ୍ଥିତ ଥିଲେ । ଏ ଦୁଇ ଜଣ (ଡାକ ବେହେରା, ରୁଦ୍ର ପ୍ରତାପ ବେହେରା) କହିଲେ ଏ ମାଇକିନିଆ ( ଶ୍ରୀମତୀ ନାଟୁଆ)କୁ ଲଙ୍ଗଳା କରିକି ବାଡ଼ାଅ, ଆମେ ଦେଖୁବୁ । ଶ୍ରୀମତୀ ନାଟୁଆ ମାଡ଼ ସହ୍ୟ କରି ନପାରି ତାଙ୍କ ସ୍ବାମୀ ଥିବା ହାଜତ ଆଡ଼କୁ ଦୌଡ଼ିଗଲେ । ଏହି ସମୟରେ ଦେବେନ୍ଦ୍ର ବିଶ୍ବାଳ ତାଙ୍କ ଶାଢ଼ୀକୁ ଭିଡ଼ି ବାହାର କରିଦେଲେ, ଫଳରେ ଶ୍ରୀମତୀ ନାଟୁଆ ଉଲଗ୍ନ ହୋଇଗଲେ । ସେହି ଅସହାୟ ଅବସ୍ଥାରେ ରାତିସାରା ସ୍ବାମୀଙ୍କ ହାଜତ ଆଗରେ ବସିରହିଲେ ।
ତା’ ପରଦିନ ଶ୍ରୀମତୀ ନାଟୁଆ ଓ ତାଙ୍କ ସ୍ବାମୀଙ୍କୁ କୋର୍ଟ ଫରୱାର୍ଡ଼ କରାଗଲା । ଆଠଦିନ ପରେ କୋର୍ଟରୁ ଜାମିନିରେ ଶ୍ରୀମତୀ ନାଟୁଆ ଓ ତାଙ୍କ ସ୍ବାମୀ ଘରକୁ ଫେରିଲେ । ପୁନର୍ବାର ତା ୧୩.୦୩. ୨୦ ୨୧ ରିଖରେ ଶ୍ରୀମତୀ ନାଟୁଆ ଓ ତାଙ୍କ ସ୍ବାମୀଙ୍କୁ ଥାନାକୁ ଡକାଇ ପୁନର୍ବାର ମାଡ଼ ମାରିଲେ । ଇତି ମଧ୍ୟରେ ଶ୍ରୀମତୀ ନାଟୁଆଙ୍କ ଦୁଇ ପୁଅଙ୍କ ମଧ୍ୟରୁ ବଡ଼ପୁଅ ସତ୍ୟନାରାୟଣ ନାଟୁଆ ( ଛାତ୍ର)କୁ କହିଲେ ଯେ, ତୋ ପାଇଁ ବାପା ବୋଉ ଥାନାରେ ଅଛନ୍ତି । ଏହାପରେ ପୋଲିସ୍ ମିଥ୍ୟ ମଦ କାରବାର କେରେ ଶ୍ରୀମତୀ ନାଟୁଆଙ୍କ ପୁଅକୁ ଗିରଫ କରି କୋର୍ଟ ଚାଲାଣ କଲେ । ଶ୍ରୀମତୀ ନାଟୁଆଙ୍କ ସାନପୁଅ ( ଛାତ୍ର) ଥାନାକୁ ଖାଇବାକୁ ଦେବାକୁ ଗଲାବେଳେ ତାକୁ ମଧ୍ୟ ମାଡ଼ିଦେଲେ । ବାଧ୍ୟହୋଇ ଶ୍ରୀମତୀ ନାଟୁଆ କୋର୍ଟର ଦ୍ବାରମ୍ଭ ହୋଇଥିଲେ । ତାଙ୍କର ରିଟ୍ ପିଟିସନ୍ ନଂ. CrlMP No. 1397/2021 ଅଟେ ।
ଶ୍ରୀ ବରଞ୍ଚି ନାରାୟଣ ମହାପାତ୍ର, ବୟସ ୭୦ ବର୍ଷ, ପତା-v ଗୋଲଖ ରଣା, ଗ୍ରାମ-ବନ୍ଧାଗର, ଛତାବର, ଚନ୍ଦକା ଏବଂ ସୁଜାତା ସାହୁ, ବୟସ ୩୯ । ବର୍ଷ, ପିତା -ମଦନ ମୋହନ ସାହୁ, ଗ୍ରାପୋ- ଛତାବର, ଚନ୍ଦକାଙ୍କୁ ଜମିବାଡ଼ି ବିବାଦକୁ ନେଇ ଜମି ଦଲାଲଙ୍କ ପ୍ରରୋଚନାରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଛନ୍ତି । ଚନ୍ଦକା ଥାନା ଅଧିକାରୀଙ୍କ ଦ୍ୱାରା ଏଭଳି ଅମାନବୀୟ, ଅସାମାଜିକ, ବର୍ବରୋଚିତ କାର୍ଯ୍ୟକଳାପ ଦେଲେ ମନେହୁଏ, ଯେପରି ଆମେ ଇଂରେଜ ଶାସନ ଅଧୀନରେ ଅଛୁ । ପୋଲିସ ରକ୍ଷକ ହୋଇ ଭକ୍ଷକ ସାଜିବା, ନିରୀହ, ଗରିବ କୃଷକ ପରିବାରରଙ୍କୁ ଏଭଳି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଏବଂ ସମସ୍ତଙ୍କ ନାମରେ ମିଥ୍ୟା କେସ୍ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀମତୀ ସ୍ଵୟିଲତା ନାଟୁଆ, ଶ୍ରୀ ବିର ନାରାୟଣ ମହାପାତ୍ର ଓ ସୁଜାତା ସାହୁ ଉଚ୍ଚପଦସ୍ଥ ପୋଲିସ୍ ଅଧିକାରୀଙ୍କୁ ପତ୍ର ଲେଖୁବା ସହ ମୋ ସରକାର, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଜିଲ୍ଲାପାଳ, ଆସିଷ୍ଟାଣ୍ଟ୍ କମିଶନର ଅଫ୍ ପୋଲିସ, ପୋଲିସ କମିଶନର, ଓଡ଼ିଶା ମାନବାଧିକାର ଆୟୋଗଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି ।
ସେମାନେ ସରକାର, ପ୍ରଶାସନ ତଥା ଜନସାଧାରଣଙ୍କୁ ପ୍ରଶ୍ନ କରିଛନ୍ତି ଏବଂ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ବିନମ୍ର ନିବେଦନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହା ପଛରେ କିଛି ଜମି ମାଫିଆ, ପୋଲିସ୍ ଓ ତାଙ୍କ ପରିବାରର ସମ୍ପର୍କୀୟଙ୍କ ମଧୁଚନ୍ଦ୍ରିକାରେ ଏସବୁ ଚାଲିଛି । ଏହି ସମସ୍ତଙ୍କ ପରିବାର ମଧ୍ୟରୁ କେଉଁଦିନ କାହାର ହତ୍ୟା କରାଯିବ, ସେହି ଭୟରେ ଏହି ପରିବାରଗୁଡ଼ିକ କାଳ କାଟୁଛନ୍ତି ଏବଂ ଏଥିପାଇଁ ସେ ସ୍ଥାନୀୟ ପୋଲିସ୍କୁ ଦାୟୀ କରୁଛନ୍ତି । ସେମାନଙ୍କର ପରିବାର ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି ଓ ଆତ୍ମହତ୍ୟା ସେମାନଙ୍କର ଶେଷ ରାସ୍ତା ବୋଲି ଭାବୁଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଆନ୍ତର୍ଜାତିକ ମାନବାର କାଉନସିଲ୍ ତଥା ଓଡ଼ିଶା ନାରୀ ସୁରକ୍ଷା ମଞ୍ଚର ସଭାନେତ୍ରୀ ସସ୍ମିତା ଦାସ, ମାନବାଧୂକାର କର୍ମୀ ରାକେଶ କୁମାର ସାହୁ, ସ୍ୱର୍ଣଲତା ନାଟୁଆ, ବସନ୍ତ ନାଟୁଆ, ସତ୍ୟନାରାୟଣ ନାଟୁଆ, ବିରଞ୍ଚି ନାରାୟଣ ମହାପାତ୍ର ଓ ସୁଜାତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment