loading...

ସମଲ ବ୍ୟାରେଜ୍ ନଦୀବନ୍ଧ ଯୋଜନାରେ ପ୍ରଭାବିତ ପରିବାରଙ୍କ ସମସ୍ୟାର ସମାଧାନ ସଂପର୍କରେ ବୈଠକ

ଅନୁଗୋଳ ଜିଲ୍ଲା ସମଲ ବ୍ୟାରେଜ୍ ନଦୀବନ୍ଧ ଯୋଜନାରେ ପ୍ରଭାବିତ ପରିବାରଙ୍କ ବିଭିନ୍ନ ସମସ୍ୟାର ସମାଧାନ ସଂପର୍କରେ ଏକ ବୈଠକ

ସମଲ ବ୍ୟାରେଜ୍ ନଦୀବନ୍ଧ ଯୋଜନାରେ ପ୍ରଭାବିତ ପରିବାରଙ୍କ ସମସ୍ୟାର ସମାଧାନ ସଂପର୍କରେ ବୈଠକ

ଭୁବନେଶ୍ବର, ଅନୁଗୋଳ ଜିଲ୍ଲା ସମଲ ବ୍ୟାରେଜ୍ ନଦୀବନ୍ଧ ଯୋଜନାରେ ପ୍ରଭାବିତ ପରିବାରଙ୍କ ବିଭିନ୍ନ ସମସ୍ୟାର ସମାଧାନ ସଂପର୍କରେ ଏକ ବୈଠକ ଓଡିଶା ବିଧାନ ସଭା ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ, ପାଲଲହଡା ବିଧାୟକ ଶ୍ରୀ ମୁକେଶ ମହାଲିଙ୍ଗ ଏବଂ ବାସଚ୍ୟୁତ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଉପ ବାଚସ୍ପତି ଶ୍ରୀ ସିଂହ ଏହି ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରି କିପରି ସମସ୍ୟାର ଆଶୁ ସମାଧାନ ହୋଇପାରିବ, ସେ ସଂପର୍କରେ ଆବଶ୍ୟକ ପରାମର୍ଶ ଦେବା ସହ ଏ ଦିଗରେ ଜଳସମ୍ପଦ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକ ଦ୍ବୟ ମଧ୍ୟ ବିସ୍ଥାପିତମାନଙ୍କର ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମାଧାନ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ବାସଚ୍ୟୁତମାନଙ୍କ ଦୀର୍ଘ ଦିନରୁ ରହିଥିବା ସମସ୍ୟା ସମାଧାନରେ ବିଳମ୍ବିତ ହୋଇଥିବାରୁ । ଏ ସଂପର୍କରେ ଆଗାମୀ ଦିନରେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିଷ୍ପତି ନିଆଯାଇ ତାହାକୁ କାର୍ଯ୍ୟକାରୀ କରାଯିବାକୁ ବୈଠକରେ ସର୍ବ ସମ୍ମତି ପ୍ରକାଶ ପାଇଥିଲା । 

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ବିଭାଗର ପୁନର୍ବାସ ଓ ଥଇଥାନ( ରିହାବିଲିଟେସନ ଓ ରିସେଟଲମେଣ୍ଟ) ନିର୍ଦ୍ଦେଶକ ଶ୍ରୀ ରାଜେନ୍ଦ୍ର କୁମାର ପଟ୍ଟନାୟକ, ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ବିଶ୍ବଜିତ୍ର ବିଶ୍ୱାଳ, ସର୍ବୋଚ୍ଚ ଯନ୍ତ୍ରୀ(ଯୋଜନା ଓ ନକ୍ରାଙ୍କନ) ଇଂ. ବିଜୟ କୁମାର ମିଶ୍ର, ସମଲ ବ୍ୟାରେଜ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ, ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଏବଂ ଭୂ-ଅଧୁଗ୍ରହଣ ଅଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget