loading...

କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଅଗଷ୍ଟ ୯କୁ ଭାରତ ବଂଚାଅ ଦିବସ ରୂପେ ପାଳନ କରାଯିବ

ଓଡ଼ିଶାର କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କର ଏକ ବୈଠକ ଆଇ.ଏନ୍.ଟି.ୟୁ.ସି ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା

କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଅଗଷ୍ଟ ୯କୁ ଭାରତ ବଂଚାଅ ଦିବସ ରୂପେ ପାଳନ କରାଯିବ

ଭୁବନେଶ୍ବର, ଓଡ଼ିଶାର କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କର ଏକ ବୈଠକ ଆଇ.ଏନ୍.ଟି.ୟୁ.ସି ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦିବଗନ୍ତ ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଶ୍ରମିକ ନେତା ଅରୁଣ ଦେଙ୍କର ବିୟୋଗରେ ଓଡ଼ିଶା ଶ୍ରମିକ ଆନ୍ଦୋଳନର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରୀଯୁକ୍ତ ଦେ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକଶନ୍ତପ୍ତ ପରିବାକୁ ସମବେଦନ ଜ୍ଞାପନ କରିଥିଲେ । ସଂପ୍ରତି ଦେଶରେ ବେରୋଜଗାର, ଶ୍ରମିକ ଛଟେଇ, ଦେଶର ସାମ୍ବାଦିକ ଶ୍ରମିକ ନେତା, ସାମ୍ବାଦିକ ମାନଙ୍କ ଉପରେ ଦେଶଦ୍ରୋହ ଆଇନ ନାମରେ ଦମନ ଓ ଜରୁରୀକାଳିନ ପରିସ୍ଥିତି ଭଳି ସ୍ଥିତି ମୋଦୀ, ସାହା ଙ୍କର ଶାସନରୁ ମୁକ୍ତି ଲାଗି ଆସନ୍ତା ୯ ଅଗଷ୍ଟ ସାରା ଦେଶରେ ଭାରତ ବଂଚାଅ ଦିବସ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ପାଳନ କରାଯିବ । 

ଆଜିର ଏହି ବୈଠକରେ ଆଇ.ଏନ୍.ଟି.ୟୁ.ସିର ଜାତୀୟ ଉପସଭାପତି, ସଭାପତି ତଥା ପ୍ରାକ୍ତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଟିଆ, କିଶୋର ଜେନା, ପ୍ରଶାନ୍ତ ମହାପାତ୍ର, ଏ.ଆଇ.ଟି.ୟୁ.ସିର - ବିଜୟ ଜେନା, ନାରାୟଣ ରେଡ୍ ଏଚ୍.ଏମ. ଏସ୍ - ବିରେନ୍ଦ୍ର ପ୍ରତାପ ଦାସ, ସି.ଆଇ.ଟି.ୟୁ - ଦୁଷ୍ମନ୍ତ ଦାସ, ଏ.ଆଇ.ୟୁ.ଟି.ୟୁ.ସି- ପୂର୍ଣ୍ଣଚନ୍ଦ୍ର ବେହେରା, ନିରଞ୍ଜନ ମହାନ୍ତି, ଏ.ଆଇ.ସି.ସି.ଟି.ୟୁ- ମହେନ୍ଦ୍ର ପରିଡ଼ା, ରାଧାକାନ୍ତ ସେଠୀ, ଟି.ୟୁ.ସି.ସି.ର ଜ୍ୟୋତିରଞ୍ଜନ ମହପାତ୍ର ଓ ପରିଲତା ମହାପାତ୍ର ପ୍ରମୁଖ ଯୋଗଦେଇ ଭାରତ ବଂଚାଅ ଦିବସକୁ ସଫଳ କରିବା ପାଇଁ ସମସ୍ତ ଶ୍ରମିକ, କୃଷକ ଓ ଜନସାଧାରଣଙ୍କ ନିବେଦନ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget