loading...

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଆର୍ଯ୍ୟସମାଜ ପକ୍ଷରୁ ଶ୍ରାବଣୀ ପର୍ବ ଉଦ୍‌ଯାପିତ

ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜର ସହଯୋଗୀ ଅନୁଷ୍ଠାନ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଶ୍ରାବଣ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଶ୍ରାବଣୀ ଉତ୍ସବ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଆର୍ଯ୍ୟସମାଜ ପକ୍ଷରୁ ଶ୍ରାବଣୀ ପର୍ବ ଉଦ୍‌ଯାପିତ

ଭୁବନେଶ୍ୱର,ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜର ସହଯୋଗୀ ଅନୁଷ୍ଠାନ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଶ୍ରାବଣ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଶ୍ରାବଣୀ ଉତ୍ସବ ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଉଦ୍‌ଯାପିତ ହୋଇଯାଇଛି । ଆର୍ଯ୍ୟସମାଜ, ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିବ୍ୟଜୀବନ ସଂଘର ସନ୍ଥ ସ୍ଵାମୀ ଜଗନ୍ନାଥାନନ୍ଦ ସରସ୍ବତୀ କହିଲେ ଯେ, ମହର୍ଷି ଦୟାନନ୍ଦ ହିନ୍ଦୁଧର୍ମରେ ଯେଉଁ ସଂସ୍କାରର ବାର୍ତ୍ତା ଦେଇଛନ୍ତି ତାର ଆବଶ୍ୟକତା ବର୍ଭମାନ ସମାଜରେ ମଧ୍ୟ ରହିଛି । 

ଯଜ୍ଞ ଦ୍ବାରା ପରିବେଶର ବିଶୋଧନ ହୋଇଥାଏ ଯାହା ବିଜ୍ଞାନ ସମ୍ମତ ବେଦକୁ ସରଳ ଭାଷାରେ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବାରେ ମହର୍ଷି ଦୟାନନ୍ଦଙ୍କ ଅବଦାନକୁ ମଣିଷ ସମାଜ ଭୁଲିପାରିବ ନାହିଁ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥ ପୂର୍ବତନ ନଗରପାଳ ଡ଼ାକ୍ତର ଜଗନ୍ନାଥ ମହାପାତ୍ର କହିଲେ ଯେ, ଦୀର୍ଘ ୨୫ ବର୍ଷ ହେବ ଶ୍ରାବଣୀ କାର୍ଯ୍ୟକ୍ରମ ଆମ ଘରେ ହେବା ପାଇଁ ମୁଁ ଆର୍ଯ୍ୟସମାଜର କର୍ମକର୍ତ୍ତାମାନଙ୍କୁ କୃତଜ୍ଞତା ଜଣାଉଛି । ଅଜିର ଯୁବପିଢୀଙ୍କ ଭିତରେ ଆମ୍ ଜାଗରଣ ପାଇଁ ଚେଷ୍ଟା କରିବାକୁ ସେ ଆହ୍ବାନ ଦେଇଥିଲେ । ବିଶିଷ୍ଟ ଅତିଥି ପ୍ରଫେସର ସଂଘମିତ୍ରା ମିଶ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, କରୋନା ମହାମାରୀ ଆମକୁ ଏକ ବଡ଼ ଶିକ୍ଷା ଦେଲା, ସବୁର ଉପରେ ଜଣେ ଅଛନ୍ତି, ସେ ବିଶ୍ବକୁ ନିୟନ୍ତ୍ରଣ କରୁଛନ୍ତି । 

ଏହାକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାସ ସ୍ୱାଗତ ଭାଷଣ ଓ ଓମ୍ ପ୍ରକାଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରାବଣୀ ପର୍ବ ଅବସରରେ ଡଃ ମନୋଜ ଲେଙ୍କା, ବନବିହାରୀ ମହାନ୍ତି, ଇଂ ବିବେକାନନ୍ଦ ପାତ୍ର, ପ୍ରଭାତ କୁମାର ପାଣିଗ୍ରାହୀ, ନଳିନୀକାନ୍ତ ରାଉତ ଓ ଜଳଧର ପ୍ରଧାନଙ୍କ ଘରେ ଅଗ୍ନିହୋତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget