କଟକ, ଆଜି କଟକ ରାଜ୍ୟ ଛାତ୍ର କଂଗ୍ରେସ କଟକ ବୋର୍ଡ଼ ସ୍କୁଲ ସମ୍ମୁଖରେ ହାଇସ୍କୁଲ ପରୀକ୍ଷାର୍ଥଙ୍କ ପ୍ରଶ୍ନପତ୍ର ଅଦଳବଦଳ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଥିଲେ ଯେ ନବୀନ ସରକାର ଛାତ୍ରମାନଙ୍କର ଭବିଷ୍ୟତ ସହ ଖେଳଖେଳୁଛନ୍ତି । ବୋର୍ଡ ସ୍କୁଲରେ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କୁ ରେଗୁଲାର ପ୍ରଶ୍ନପତ୍ର ଦିଆଯାଇ ବିଭ୍ରାନ୍ତ କରାଯିବା ଘଟଣା ଅତି ଦୁଃଖଦାୟକ । ପରୀକ୍ଷା ହଲରେ ପରିଚାଳକ ଛାତ୍ରଛାତ୍ରୀଙ୍କ ସହ ଯେଉଁ ଆଚରଣ କରିଛନ୍ତି ତା ଅକ୍ଷମଣିୟ ।
ପୂର୍ବରୁ ମୂଲ୍ୟାୟନ ନେଇ ରାଜ୍ୟସରକାରଙ୍କୁ ବହୁ ଛାତ୍ରଛାତ୍ରୀ ତିରସ୍କାର କରିଛନ୍ତି । ଏବେ ପୁଣି ପରୀକ୍ଷାର୍ଥୀମାନଙ୍କୁ ଭୁଲ ପ୍ରଶ୍ନପତ୍ର ଦେବା ସହ ପରୀକ୍ଷା ଦେବାପାଇଁ ଆବଶ୍ୟକିୟ ସମୟ ମଧ୍ୟ ଠିକ ଭାବରେ ଦେଇନଥିଲେ । କେବଳ ବେପରୁଆ ଭାବେ ଏବଂ ଦାୟୀତ୍ବହୀନ ଭାବେ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବୋର୍ଡ କର୍ତ୍ତୃପକ୍ଷଙ୍କୁ ପୌଜଦାରୀ ମକୋଦମାରେ ଗିରଫ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପ୍ରତି ସରକାର ନ୍ୟାୟ ପ୍ରଦାନ କରୁଛୁ ।
Post a Comment