loading...

୩୦ଟି ଜିଲ୍ଲାର ୧୬୧ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ କେନ୍ଦ୍ରୀୟ ଯୋଜନା ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଅଭିଯାନରେ ୩୯୫.୪୨ କୋଟି ଟଙ୍କା ଦେଇଛନ୍ତି

ଓଡ଼ିଶାରେ ଥିବା ୧୬୧ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ରୁସାରୁ ମିଳିଛି ୩୯୫.୪୨ କୋଟି ଟଙ୍କା - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ବର, ରାଜ୍ୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ ଦେବା ସହ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସରକାର ବର୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ କେନ୍ଦ୍ରୀୟ ଯୋଜନା ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଅଭିଯାନରେ ୩୯୫.୪୨ କୋଟି ଟଙ୍କା ଦେଇଛନ୍ତି ବୋଲି ସଂସଦରେ ଏ ସମ୍ପର୍କିତ ପ୍ରଶ୍ନର ଲିଖୁତ ଉତରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୁଷା ଅଭିଯାନ ଅନ୍ତର୍ଗତ ଓଡ଼ିଶାରେ ମହାବିଦ୍ୟାଳୟ ଗୁଡ଼ିକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ତଥା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଭିତିଭୂମିର ବିକାଶ, ଡିଗ୍ରୀ କଲେଜକୁ ଆଦର୍ଶ ଡ଼ିଗ୍ରୀ କଲେଜ ଭାବରେ ବିକଶିତ, ନୂତନ ମଡ଼େଲ ଡିଗ୍ରୀ କଲେଜ୍ ସ୍ଥାପନା ଏବଂ ରାଜ୍ୟ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ବଢ଼ାଇବା ପାଇଁ କେନ୍ଦ୍ରୀୟ ଅଂଶର ୩୯୫.୪୨ କୋଟି ଓଡ଼ିଶାକୁ ଦିଆଯାଇଛି । 

ଓଡ଼ିଶାର ୩୦ଟି ଜିଲ୍ଲାରେ ୧୬୧ଟି ଶିକ୍ଷାନୁଷ୍ଠାନକୁ ଏହି ଅର୍ଥ ପ୍ରଦାନ କରାଯାଇଛି । ରୁସା ଅଧୀନରେ ଅନୁଗୁଳର ୫ ଶିକ୍ଷାନୁଷ୍ଠାନ, ବଲାଙ୍ଗୀରରେ ୪ଟି, ବାଲେଶ୍ବରରେ ୧୪, ବରଗଡ଼ରେ ୫, ବୌଦ୍ଧରେ ୨, ଭଦ୍ରକରେ ୪, କଟକରେ ୧୧, ଦେବଗଡ଼ରେ ୨, ଢେଙ୍କାନାଳ ୬, ଗଜପତି ୪, ଗଞ୍ଜାମ ୧୦, ଜଗତସିଂହପୁର ୪, ଯାଜପୁରରେ ୭, ଜୟପୁରରେ ଗୋଟିଏ, ଝାରସୁଗୁଡ଼ାରେ ୪, କଳାହାଣ୍ଡିରେ ୫, କନ୍ଧମାଳରେ ୪, କେନ୍ଦ୍ରାପଡ଼ାରେ ୫, କେନ୍ଦୁଝରରେ ୫, ଖୋର୍ଦ୍ଧାରେ ୧୬, କୋରାପୁଟରେ ୪, ମାଲକାନଗିରିରେ ୨, ମୟୂରଭଞ୍ଜରେ ୮, ନବରଙ୍ଗପୁରରେ ଗୋଟିଏ, ନୟାଗଡ଼ରେ ୪, ନୂଆପଡ଼ାରେ ୩, ପୁରୀରେ ୫, ରାୟଗଡ଼ାରେ ୩, ସମ୍ବଲପୁରରେ ୬, । ସୋନପୁରରେ ୨, ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୫ଟି ଶିକ୍ଷାନୁଷ୍ଠନକୁ ରୁସା ଯୋଜନାରେ କେନ୍ଦ୍ରୀୟ ଅନୁଦାନ ଦିଆଯାଇଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget