loading...

ଷ୍ଟାର୍ଟ ଅଫ୍ ଇକୋସିଷ୍ଟମରେ ଅଧୁକରୁ ଅଧୁକ ଯୁବକଯୁବତୀ ସାମିଲ ପାଇଁ ପରାମର୍ଶ ଦେଲେ ସୁବ୍ରତ ବାଗଚୀ

ଏସ୍‌ଟିପିଆଇ ଭୁବନେଶ୍ୱର ପରିଦର୍ଶନ କଲେ ସୁବ୍ରତ ବାଗଚୀ ! ଷ୍ଟାର୍ଟ ଅଫ୍ ଇକୋସିଷ୍ଟମରେ ଅଧୁକରୁ ଅଧୁକ ଯୁବକଯୁବତୀ ସାମିଲ ପାଇଁ ପରାମର୍ଶ

ଷ୍ଟାର୍ଟ ଅଫ୍ ଇକୋସିଷ୍ଟମରେ ଅଧୁକରୁ ଅଧୁକ ଯୁବକଯୁବତୀ ସାମିଲ ପାଇଁ ପରାମର୍ଶ ଦେଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର, ଦକ୍ଷତା ବିକାଶ ପ୍ରାକରଣ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଚୀ ଭୁବନେଶ୍ୱରସ୍ଥିତ ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ) ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ସେ ବାର ଜଣ ଓଡିଆ ଷ୍ଟାର୍ଟ ଅପଙ୍କ ସହ ଆଲୋଚନା କରିଥିଲେ । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧ୍ୟାକରଣ ଅଧ୍ୟକ୍ଷ ଶ୍ରୀ ବାଗଚୀ ଏହି ଅବସରରେ କହିଥିଲେ ଯେ ଏସ୍‌ଟିପିଆଇ ଷ୍ଟାର୍ଟ ଅଫ୍ ଇକୋ ସିଷ୍ଟମକୁ ପ୍ରୋତ୍ସାହନ କରୁଛି ଏବଂ ଓଡିଆ ଷ୍ଟାର୍ଟ ଅଫ୍ ମାନଙ୍କ ଦ୍ଵାରା ଉଦୀୟମାନ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବିଶ୍ୱସ୍ତରୀୟ ସଫ୍ଟୱେର ଉତ୍ପାଦ ପ୍ରସ୍ତୁତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି । 

ସେ ବାର ଜଣ ଷ୍ଟାର୍ଟ ଅଫ୍ ଙ୍କ ସହ ନିଜର ଉଦ୍ୟୋଗ ଯାତ୍ରା ବିଷୟରେ ଆଲୋଚନା କରି ଏହି ଷ୍ଟାର୍ଟ ଅପ୍ ଇକୋସିଷ୍ଟମରେ ଯେପରି ଅଧୁକରୁ ଅଧ୍ୟକ ଯୁବକଯୁବତୀ ସାମିଲ ହେବେ ସେଥିନିମନ୍ତେ ପରାମର୍ଶ ଦେଇଥିଲେ । ସେଠାରେ ସେ ଏପିକେ-ମାକ୍ ଟେକ୍ନୋଲୋଜି, ଥକ୍ ର ଇନୋଭେଟିଭ ସଲୁସନ୍ସ, ଏଫ୍ ଏକ୍ସ ୟୁଏଭି ଟେକ୍ନୋଲୋଜି, କାର୍ବୋନୌଟ, ଇସା, ଦ୍ବିବି୭, ପ୍ରାଇମ୍, ଡାରନ୍ ଏନର୍ଜି ଏବଂ ଥଙ୍କୁ ବ୍ୟାଙ୍କର ଏକାଡେମୀ ଷ୍ଟାର୍ଟ ଅପ୍ରର ବିଭିନ୍ନ ଉତ୍ପାଦ ବୁଲି ଦେଖିଥିଲେ । ସୂଚନା ଥାଉ କି ରାଜ୍ୟ ସରକାରଙ୍କ ଷ୍ଟାର୍ଟ ଅପ୍ ଓଡିଶା ଏହି ଉଦୀୟମାନ ଯୁବ ଷ୍ଟାର୍ଟ ଅପ୍ ମାନଙ୍କୁ ଏସ୍‌ଟିପିଆଇର ଇନ୍‌କ୍ୟୁବେସନ ସେଣ୍ଟରଠାରେ ନିଜର ଉତ୍ପାଦ ପ୍ରସ୍ତୁତ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି । 

ଏହି ଇଲେକ୍ଟପ୍ରିନିୟର ପାର୍କରେ କୃଷି ଏବଂ ମତ୍ସ୍ୟ ଚାଷ, ସୌର ଉତ୍ପାଦ, ୟୁଏଭି, ଇଲୁମିନେଟେଡ ଟାଇଲ, ଟ୍ରାଇ ମୋଡ୍ ଡ୍ରୋନ୍, ସ୍ୱୟଂଚାଳିତ ୟୁଭିସି ବିଶୋଧନ ରୋବୋଟ୍ ଓ ଔଷଧ ବିତରଣ ଯନ୍ତ, ଅତ୍ୟାଧୁନିକ ଆଇଓଟି ପର୍ଯ୍ୟବସିତ ପାନୀୟ ଯନ୍ତ୍ର, ଭିୱାନ ଟାଇଲ ଭଳି ଉତ୍ପାଦ ଆମ ଓଡ଼ିଆ ଯୁବ ଷ୍ଟାର୍ଟ ଅପ୍ରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି । ଏହି ଗସ୍ତରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ପିନାକୀ ପଟ୍ଟନାୟକ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget