loading...

ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟ ପାଇଁ ୬୭୫୮ ଗୃହ ନିର୍ମାଣ ନିମନ୍ତେ ୩୧୭ କୋଟି ଟଙ୍କା ମଞ୍ଜୁର

ନିଆଳି ଗ୍ରାମପଞ୍ଚାୟତ ସଦର ମହକୁମା ମିଶନ ଶକ୍ତି ଗୃହରେ ସିଲେଇ ମେସିନ୍ ଚାଲିବାର ଶବ୍ଦ ତୃଣମୂଳ ସ୍ତରରେ ଗୋଟିଏ ଛାତ ତଳେ ମହିଳା କୈନ୍ଦ୍ରିକ ଉଦ୍ୟୋଗୀ

ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟ ପାଇଁ ୬୭୫୮ ଗୃହ ନିର୍ମାଣ ନିମନ୍ତେ ୩୧୭ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର, ନିଆଳି ଗ୍ରାମପଞ୍ଚାୟତ ସଦର ମହକୁମା ମିଶନ ଶକ୍ତି ଗୃହରେ ସିଲେଇ ମେସିନ୍ ଚାଲିବାର ଶବ୍ଦ ତୃଣମୂଳ ସ୍ତରରେ ଗୋଟିଏ ଛାତ ତଳେ ମହିଳା କୈନ୍ଦ୍ରିକ ଉଦ୍ୟୋଗୀ ସୃଷ୍ଟିର ସଂକେତ ବହନ କରୁଛି । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଗୃହ ଏକ ଉତ୍ସର୍ଗୀକୃତ କାର୍ଯ୍ୟ ସ୍ଥଳରେ ପରିଣତ ହୋଇଛି । ସାରା ରାଜ୍ୟର ଗ୍ରାମ ପଞ୍ଚାୟତଗୁଡ଼ିକରେ ମିଶନ ଶକ୍ତି ଗୃହଗୁଡ଼ିକ ଏବେ ପାଲଟିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ସଭା, ପ୍ରଶିକ୍ଷଣ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ଏସ୍ଏଜି ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଆଦିର କେନ୍ଦ୍ରସ୍ଥଳୀ । ସଦସ୍ୟମାନେ ଏବେ ଏହି ଗୃହକୁ ସେମାନଙ୍କ କାର୍ଯ୍ୟକ୍ରମ ସଂପର୍କିତ ସଭାସମିତି ଓ ମାନସମନ୍ଥନ ପାଇଁ ଆସୁଛନ୍ତି । 

ତା’ସହିତ ଏହି ଭିତ୍ତିଭୂମିକୁ ମଧ୍ୟ ସେମାନେ ଏକ ଉତ୍ପାଦନ କେନ୍ଦ୍ର ଭାବେ ବ୍ୟବହାର କରୁଛନ୍ତି । କେଭିଡ୍ -୧୯ ମହାମାରୀ ସମୟରେ ସିଲେଇ ଆଦିରେ ଅଭିଜ୍ଞତା ଥିବା ଏସ୍‌ଜି ସଦସ୍ୟମାନେ ଏହି ଗୃହଗୁଡ଼ିକୁ ମାସ୍କ ଉତ୍ପାଦନ କେନ୍ଦ୍ର ଭାବେ ବ୍ୟବହାର କରିବା ସହ ମାସ୍କ ପ୍ରମୁତି କରି ଲୋକମାନଙ୍କୁ ଯୋଗାଇ ଦେଇଥିଲେ । ସ୍ଥାନୀୟ ବ୍ୟବସାୟୀମାନେ ବିଭିନ୍ନ ଉତ୍ପାଦ ସଂପର୍କରେ ଏଠାକୁ ଆସି ପଚାରି ବୁଝିଥାନ୍ତି । ସେମାନଙ୍କ ଆବଶ୍ୟକତା ଅନୁସାରେ ଆମେ ନିର୍ଦ୍ଦିଷ୍ଟ ଏଏକ୍ତି ଉତ୍ପାଦକ ଗୋଷ୍ଠୀ ସହ ଯୋଗାଯୋଗ କରି ବ୍ୟବସାୟ ସଂପର୍କିତ ଆବଶ୍ୟକତାକୁ ସହଜରେ ସଂପାଦିତ କରାଇ ଦେଇଥାଉ । ଏବେ ଗ୍ରାମ ପଞ୍ଚାୟତଗୁଡ଼ିକରେ ଏହି ଗୃହଗୁଡ଼ିକ ପାଲଟିଛି ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନୂତନ ପରିଚୟ ।”-ଏ କଥା କୁହନ୍ତି କଟକ ଜିଲ୍ଲା ନିଆଳି ଗ୍ରାମ ପଞ୍ଚାୟତର ବିଶ୍ଵକଲ୍ୟାଣୀ ସ୍ଵୟଂ ସହାୟକ ଗୋଷ୍ଠୀର ସଂପାଦିକା ସୌଦାମିନୀ ମଲ୍ଲିକ । 

ଗୋଟିଏ ବର୍ଷତଳେ ନିର୍ମାଣ ହୋଇଥିବା ନିଆଳି ଗ୍ରାମପଞ୍ଚାୟତର ଏହି ଗୃହର ପରିଚାଳନା ଦାୟିତ୍ଵ ବିଶ୍ଵକଲ୍ୟାଣୀ ସ୍ଵୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି । । ରାଜ୍ୟ ସରକାର ରାଜ୍ୟର ସହରାଞ୍ଚଳର ପ୍ରତି ୱାର୍ଡରେ ଏବଂ ପ୍ରତି ଗ୍ରାମପଞ୍ଚାୟତରେ ମିଶନ । ଶକ୍ତି ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏସ୍ଏଚ୍ଚିମାନଙ୍କ ନିମନ୍ତେ ଏହି ଉତ୍ସର୍ଗୀକୃତ ଭିତ୍ତିଭୂମି ନିର୍ମାଣ ସେମାନଙ୍କ ବିଭିନ୍ନ ଦଳଗତ କାର୍ଯ୍ୟକଳାପ, କୌଶଳ ବିକାଶ, ବଜାର ସଂଯୋଗୀକରଣ ଏବଂ ସର୍ବୋପରି ସେମାନଙ୍କ ନିଜସ୍ ବ୍ୟବହାର ପାଇଁ ଏକ ନିର୍ଭରଯୋଗ୍ୟ ସ୍ଥାନରେ ପରିଣତ ହୋଇଛି ।
ବର୍ତ୍ତମାନ ସୁଦ୍ଧା ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୬୭୫୮ଟି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩୧୭ କୋଟି ଟଙ୍କା ମଂଜୁର ହୋଇସାରିଛି । ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳର । ୱାର୍ଡରେ ଏହି ଗୃହ ନିର୍ମାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ।

୫ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମପଞ୍ଚାୟତ / ୱାର୍ଡ ସ୍ତରରେ ନିର୍ମିତ ହେବାକୁ ଥିବା ପ୍ରତି ଗୃହରେ ସମ୍ମିଳନୀ କକ୍ଷ, ବିକ୍ରୟ କେନ୍ଦ୍ର, ଶୌଚାଳୟ ଏବଂ ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଛି । ଗୃହ ନିର୍ମାଣ ହେବା ପରେ ଚିହ୍ନଟ ହୋଇଥିବା ନୋଡାଲ ଏସ୍‌ଏଜିମାନଙ୍କୁ ଏହାର ପରିଚାଳନା ଭାର ଦିଆଯାଉଛି । ସ୍ଥାନୀୟ ଅଞ୍ଚଳର ସମସ୍ତ ଏସ୍ଏଜି ଏହି ଗୃହକୁ ଆସିବା ସହ ମିଶନ ଶକ୍ତି ସଂପର୍କିତ କାର୍ଯ୍ୟ ପାଇଁ ବ୍ୟବହାର ମଧ୍ୟ କରିପାରିବେ । ଏ ଯାବତ୍ ନିର୍ମାଣ ହୋଇସାରିଥିବା ପାଖାପାଖୁ ୧୦୦୦ଟି ମିଶନ ଶକ୍ତି ଗୃହ ଏସ୍‌ଏଚ୍ଚିମାନଙ୍କ ବିଭିନ୍ନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ମହିଳାମାନଙ୍କ ସାମୂହିକ ଏବଂ ଦଳଗତ କାର୍ଯ୍ୟକ୍ରମ ଦିଗରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଉଭୟ ସହର ଓ ଗ୍ରାମାଞ୍ଚଳର ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ନିମନ୍ତେ ଏକ ପ୍ରମୁଖ ଉପାଦାନରେ ରୂପାନ୍ତରିତ ହୋଇଛି ।

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ର ଝରଣୀ ଗ୍ରାମ ପଞ୍ଚାୟତରେ ‘ଅଗ୍ରଗତି ଏସ୍ ଏଜି’ । ଦ୍ଵାରା ମାତ୍ର ୬ ମାସ ମଧ୍ୟରେ ୫ ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି ଗୃହ ନିର୍ମାଣ ଶେଷ ହୋଇଥିଲା । ଏହି ମିଶନ ଶକ୍ତି ଗୃହର ପରିଚାଳନା ଦାୟିତ୍ବ ‘ପ୍ରଗତି ଏସ୍ଏଜି’କୁ ହସ୍ତାନ୍ତର କରାଯାଇଛି । ଏସ୍ଏଜିମାନଙ୍କ ବହୁବିଧ କାର୍ଯ୍ୟକ୍ରମ ତଥା ନିୟମିତ ପ୍ରଶିକ୍ଷଣ ନିମନ୍ତେ ବିଭିନ୍ନ ଏସ୍ ଏକ୍ତି ଏବଂ ଗ୍ରାମ ପଞ୍ଚାୟତ ସ୍ତରର ସଂଘମାନେ ଏହି ଗୃହକୁ ବ୍ୟବହାର କରୁଛନ୍ତି । ଏତଦ୍‌ବ୍ୟତୀତ ଧାନସଂଗ୍ରହ  ନିମନ୍ତେ ଚାଷୀମାନଙ୍କ ଅନ୍‌ଲାଇନ୍ ଫଜୀକରଣ ଏବଂ ଅନ୍ୟାନ୍ୟ ଧାନସଂଗ୍ରହ ସଂପର୍କିତ କାର୍ଯ୍ୟକ୍ରମ ମଧ୍ୟ ଏହି ଗୃହରେ କରାଯାଉଛି । 

ପଞ୍ଚାୟତସ୍ତରରେ ଏସ୍‌ଏଚ୍ଚିମାନଙ୍କ ପାଇଁ ଏହି ଭଳି ଭିତ୍ତିଭୂମି ନିର୍ମାଣ ଓଡ଼ିଶାରେ ଏସ୍ ଏକ୍ତି ଆନ୍ଦୋଳନକୁ ଆହୁରି କ୍ରିୟାଶୀଳ କରିପାରିଛି । ଯଥାର୍ଥରେ ଓମ୍ ମହାଲକ୍ଷ୍ମୀ ଏସ୍‌ଏଚ୍ଚିର ସଦସ୍ୟା କୁନିଲତା ସାମଲ କୁହନ୍ତି, “ନିଜ ଗାଁ ଭିତରେ ଆମମାନଙ୍କ ପାଇଁ ଏକ ସ୍ଥାନ ଯେଉଁଠି ଆମେ ବସିପାରୁଛୁ, ଦେଖା ହୋଇ ପାରୁଛୁ, ବ୍ୟବସାୟ ସମ୍ବନ୍ଧୀୟ ଯୋଜନା ଓ ରୂପରେଖ ପ୍ରସ୍ତୁତ କରିପାରୁଛୁ । ଏହା ନିଶ୍ଚିତ ଭାବେ ଅତ୍ୟନ୍ତ ଭଲ ଏବଂ ସ୍ବାଗତଯୋଗ୍ୟ ପଦକ୍ଷେପ । 


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget