loading...

ଜ୍ଞାନଦେବ ବେଉରା ରାଜ୍ୟ କଂଗ୍ରେସ ଓବିସି ବିଭାଗ ଅଧକ୍ଷ ଭାବେ ନିଯୁକ୍ତ

କଂଗ୍ରେସ ଦଳର ଖାଲିଥିବା ବିଭିନ୍ନ ବିଭାଗର ପଦବୀ ପୂରଣ ଏବଂ ବିଭିନ୍ନ ବିଭାଗର ପୁନଃଗଠନ ପାଇଁ ଏଆଇସିସିକୁ ସୁପାରିଶ

ଜ୍ଞାନଦେବ ବେଉରା ରାଜ୍ୟ କଂଗ୍ରେସ ଓବିସି ବିଭାଗ ଅଧକ୍ଷ ଭାବେ ନିଯୁକ୍ତ

ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଦଳକୁ ସୁଦୃଢ଼ କରିବାପାଇଁ କଂଗ୍ରେସ ଦଳର ଖାଲିଥିବା ବିଭିନ୍ନ ବିଭାଗର ପଦବୀ ପୂରଣ ଏବଂ ବିଭିନ୍ନ ବିଭାଗର ପୁନଃଗଠନ ପାଇଁ ଏଆଇସିସିକୁ ସୁପାରିଶ କରିବା ପରେ ଗତ କିଛି ଦିନ ତଳେ ରାଜ୍ୟ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ପୁର୍ନଗଠନ ଏବଂ ରାଜ୍ୟ ସେବାଦଳର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । 

ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ମୁଖପାତ୍ର ଶ୍ରୀ ଜ୍ଞାନଦେବ ବେଉରାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଓବିସି ବିଭାଗର ଅଧ୍ୟକ୍ଷ ଭାବେ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଦିଆଯାଇଥିବା ସୁପାରିଶକୁ ଗ୍ରହଣ କରି ଆଜି ଶ୍ରୀ ବେଉରାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଓବିସି ବିଭାଗର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଗଲା ବୋଲି ନିଖୁଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ଶ୍ରୀ ଭେନୁଗୋପାଳ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି । ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ, ଶ୍ରୀ ବେଉରା ବର୍ତମାନ ପିସିସି ମୁଖପାତ୍ର ଭାବେ କଂଗ୍ରେସ ଦଳ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget