loading...

ନୈତିକତା ଦୃଷ୍ଟିରୁ ଆଇନମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା ତଦନ୍ତରେ ଶାସକ ବିଜେଡିର ହସ୍ତକ୍ଷେପ ଏବଂ ଘଟଣାକୁ ଚାପି ଦେଇ ଘଟଣାରେ ଅନ୍ୟତମ ଅଭିଯୁକ୍ତ ପ୍ରଭାବଶାଳୀ ମନ୍ତ୍ରୀ

ନୈତିକତା ଦୃଷ୍ଟିରୁ ଆଇନମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ

ଭୂବନେଶ୍ୱର, ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା ତଦନ୍ତରେ ଶାସକ ବିଜେଡିର ହସ୍ତକ୍ଷେପ ଏବଂ ଘଟଣାକୁ ଚାପି ଦେଇ ଘଟଣାରେ ଅନ୍ୟତମ ଅଭିଯୁକ୍ତ ପ୍ରଭାବଶାଳୀ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଣ୍ଟ ଘୋଡାଇବାରେ ମୁଖ୍ୟମନ୍ତ୍ରୀ ଯଥାସମ୍ଭବ ପ୍ରଚେଷ୍ଟା କରିଛନ୍ତି । ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ ୧୩ ଜଣଙ୍କ ନାଁରେ ଅଭିଯୋଗ ହୋଇବାବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଛାଡି ଅନ୍ୟ ୧୨ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଥୁଲା । ପଦର ଅପବ୍ୟବହାର କରିବା ସହ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରି ମନ୍ତ୍ରୀ ପ୍ରତାପ ଜେନା ନିଜ ନାଁ ଚାର୍ଜସିଙ୍କୁ ବାଦ୍ କରାଇଲେ । ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି ।

ଆଜି ମାଷ୍ଟର କ୍ୟାଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭରେ ଜିଲ୍ଲା ସଭାପତି ଶ୍ରୀ ସିଂଙ୍କ ସମେତ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଝୁଟିଆ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଆର୍ଘତା ଅପରାଜିତା ବଡଜେନା, ଜିଲ୍ଲା ସଧାରଣ ସଂପାଦକ ହିମାଂଶୁ ଛୋଟରାୟ, ଦିଲୀପ ବେହେରା, ଅଭିଷେକ ଆଚାର୍ଯ୍ୟ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମୀରଂଜନ ମୁଦୁଲି, ମହିଳା ମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ରାମଚନ୍ଦ୍ର ରଣସିଂହ, ଅମର ଜ୍ୟୋତି କଗଦେବ, ଅରୁଣ ପୁରୋହିତ, ଜିତେନ୍ଦ୍ର ମହାନ୍ତି, ବିଜୟ ରାଉତଙ୍କ ସମେତ ସୁନୀଲ ପ୍ରଧାନ, ମନୋକ ପଣ୍ଡି ମକବାଟ, ଅଭିଳାଷ ଦାସ, ଶିବାଶିଷ ମହାନ୍ତି, ସୁନୀଲ ସ୍ବାଇଁ, ଆଶୁତୋଷ ବେହେରା, ଦେବବ୍ରତ ଦାସ, ସିଦ୍ଧିକ ଖାନ୍, ସୁଜିତ ସାହୁ, ସୁନୀଲ ସାହୁ, ଶୁଭମ ମହାପାତ୍ର, ସମ୍ବିତ ମହାପାତ୍ର, ସଂଜୟ ବାରିକ, ଇଦ୍ରିଶ ଭୂୟାଁ, ସୁବାସିନୀ ପୃଷ୍ଟି, ତୃପ୍ତିମୟୀ ମକଦ୍ଦମ, ରଜନୀବାଳା ଦାସ, ମାନସୀ ରାୟ, ଶତରୂପା ମିଶ୍ର, ପ୍ରତୀକ୍ଷା ମହାପାତ୍ର, ଲିସା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସ ବହୁ ଚଞ୍ଚକତା କରି ୧୩ ନମ୍ବର ମୁଦାଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଚାର୍ଜସିରୁ କାଢି ଦେଇଥୁବାବେଳେ ଆଜି ପୁଣି ଥରେ ତାଙ୍କ ନାଁକୁ ଚାର୍ଜସିଟ୍ ରେ ଯୋଡିବା ପାଇଁ ମାନ୍ୟବର ସାଲେପୁର ଜେଏମ୍ଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜିର କୋର୍ଟଙ୍କ ଏହି ନିର୍ଦ୍ଦେଶ ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ ଏବଂ ଶାସକ ବିଜେଡିର ଅସଲ ମୁଖା ଖୋଲି ଦେଇଛି ବୋଲି ଶ୍ରୀ ସିଂ କହିଛନ୍ତି । ପଦର ଅପବ୍ୟବହାର କରି ମନ୍ତ୍ରୀ ଶ୍ରୀ ଜେନା ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବାର ଆଜି ମାନ୍ୟବର ଜେଏମ୍‌ଏଫସି କୋର୍ଟଙ୍କ ନିର୍ଦ୍ଦେଶ ପରେ ସୟ ପ୍ରମାଣିତ ହୋଇଛି । ତେଣୁ ନୈତିକତା ଦୃଷ୍ଟିରୁ ଆଇନମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ଶ୍ରୀ ସିଂ ଦାବୀ କରିଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget