ଭୁବନେଶ୍ୱର, ବର୍ଷୀୟାନ ଓଡ଼ିଶୀ ସଂକୀର୍ତ୍ତନ କଳାକାର, ଓସ୍ତପଡ଼ା ସଂକୀର୍ତ୍ତନ ମଣ୍ଡଳୀର ମୁଖ୍ୟ ସଂକୀର୍ତ୍ତନ ପ୍ରଚାରକ, ଧର୍ମପ୍ରାଣ ବ୍ୟକ୍ତିତ୍ବ ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କ ପରଲୋକର ଚତୁର୍ଦ୍ଦଶ ଦିବସ ମୋକ୍ଷ ସଂକୀର୍ତ୍ତନ ଓ ଶ୍ରଦ୍ଧାଞ୍ଜଳି ସଭା ଆଜି ମଧାହ୍ନରେ ଶ୍ରୀ ଶ୍ରୀ ଲକ୍ଷେଶ୍ୱର ଆଞ୍ଚଳିକ ଓଡ଼ିଶୀ ସଂକୀର୍ତ୍ତନ ମହାମଣ୍ଡଳୀ, ଶ୍ରୀ ଶ୍ରୀ ଡାଲଖାଇ ଓଡ଼ିଶୀ ସଂକୀର୍ତ୍ତନ ମହାମଣ୍ଡଳୀ ଓ ଖୋର୍ଦ୍ଧା ଜିଲ୍ଲା ସଂକୀର୍ତ୍ତନ ମହାସଂଘ ଆନୁକୁଲ୍ୟରେ ଭୁବନେଶ୍ୱର ଉପକଣ୍ଠ ଇଞ୍ଜଣା ରାଧାକୃଷ୍ଣ ମଣ୍ଡପରେ ଆୟୋଜିତ ହୋଇଯାଇଛି ।
ମହନ୍ତ ନଳିନୀ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକ । ସଭାରେ ଅଧୁକାରୀ ବିଷ୍ଣୁ ଚରଣ ପରିଡ଼ା, ଉପଦେଷ୍ଟା ପବିତ୍ର ମୋହନ ସ୍ୱାଇଁ, ଆଶୁତୋଷ ସାମନ୍ତରାୟ, ଜଗଦାନନ୍ଦ ରାଉତରାୟ, ଅର୍ଜୁନ ପରିଡ଼ା, କାଙ୍ଗାଳୀ ପରିଡ଼ା, ପ୍ରମୋଦ ବାରିକ, ଡାଲଖାଇ ମହନ୍ତ ଲିଙ୍ଗରାଜ ସାହୁ, ସଂକୀର୍ତ୍ତନ ଗୁରୁ । ବିଦ୍ୟାଧର ସ୍ୱାଇଁ, ଦୁର୍ଗାଚରଣ ପରିଡ଼ା, କୃଷ୍ଣ ବେହେରା, ଲୋକନାଥ ବେହେରା, ବାବନ ପରିଡ଼ା, ଇଞ୍ଜଣା ଗ୍ରାମ କମିଟି ସଭାପତି ବିକ୍ରମ ପ୍ରଧାନ, ପୂର୍ବତନ ସଭାପତି ଉଦ୍ଧବ ସାମଲ, ପ୍ରମୋଦ ପ୍ରଧାନ, ଯାଦବ ମୁରବୀ ହରିହର ବେହେରା,
ଗୁଣନିଧ ବେହେରା ପ୍ରମୁଖ ସ୍ୱର୍ଗତ ବିଷ୍ଣୁଚରଣ ଦାସଙ୍କ ସଂକୀର୍ତ୍ତନ ସୁରକ୍ଷା, ବିକାଶ ନିମନ୍ତେ ସାମଗ୍ରୀକ ଜୀବନର ତ୍ୟାଗ ଓ ସଂକଳ୍ପ ବିଷୟରେ ଆଲୋକପାତ କରିଥିଲେ ।
ଏହି ଅବସରରେ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ଓଡ଼ିଶୀ ସଂକୀର୍ତ୍ତନ ପରିବେଷଣ ହୋଇଥିଲା । ରତ୍ନାକର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସମୁହ ହରିବୋଲ୍ ଦେଇ ସଂକୀର୍ତ୍ତନ ସମାପନ ହୋଇଥିଲା ।
Post a Comment