ଭୁବନେଶ୍ୱର, ଜାତୀୟ ସ୍ତରୀୟ ବିଶିଷ୍ଟ ଚିତ୍ରଶିଳ୍ପୀ, ସୁଲେଖକ, ଭିଜୁଆଲାଇଜର, ମେଣ୍ଟର, ରାଜ୍ୟର ଲୋକପ୍ରିୟ ଡ୍ରଇଂ ମାଷ୍ଟର ଭାବେ ସୁପରିଚିତ ବିଭୂତି କାନୁନ୍ଗୋ ଚାରୁକଳା ମହାବିଦ୍ୟାଳୟ, ଭୁବନେଶ୍ୱରର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡଃ ଦୀନନାଥ ପାଠୀଙ୍କ ପଞ୍ଚମ ବାର୍ଷିକୀ ଶ୍ରାଦୋତ୍ସବ ଆଜି ପ୍ରତ୍ୟୁଷରେ ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ପାଳନ ପୂର୍ବକ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବିଭୂତି କାନୁନ୍ଗୋ ଚାରୁକଳା ମହାବିଦ୍ୟାଳୟ ପରିସରସୁ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ କଣ୍ଡମଣି ବିଶ୍ବାଳ ସ୍ବାଗତ ଜଣେଇଥିବା ବେଳେ ବିଭାଗୀୟ ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ ରଂଜନ କୁମାର ଦାସ, ମହାବିଦ୍ୟାଳୟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମହାପାତ୍ର, ଖଲିକୋଟ ଚାରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଜୟନ୍ତ କୁମାର ଦାସ, ଅଧ୍ୟାପକ ଗଜେନ୍ଦ୍ର ପାଢୀ, ସୁବ୍ରତ ମଲ୍ଲିକ, ଚନ୍ଦ୍ରଶେଖର ସେଠୀ, ଅନ୍ତର୍ଯ୍ୟାମୀ ଦାସ, ପ୍ରଦୀପ କୁମାର ପାତ୍ର, ଚୌଧୁରୀ ଆଶୀଷ ଶରଣ, ମାନସ ରଞ୍ଜନ ଜେନା, ମିନାକ୍ଷୀ ପଟ୍ଟନାୟକ, ରାଜକୁମାର ସୁବୁଦ୍ଧି, ବିଜୁ ଜନତା ଦଳ ସାଂସ୍କୃତିକ ସମୟ ସାମୁଖ୍ୟ ପକ୍ଷରୁ ପ୍ରବୀର ମହାନ୍ତି, ରବି ନାରାୟଣ ନନ୍ଦ, ଦେବରାଜ ସେନାପତି, ସତ୍ୟବ୍ରତ ଜେନା, ମନୋରଞ୍ଜନ ବେହେରା, ଚିତ୍ରଶିଳ୍ପୀ ରାମହରି ଜେନା, ଅଞ୍ଜନ କୁମାର ସାହୁ, ପ୍ରତାପ ଜେନା, ଏ.କେ. ଧୀର, ଡଃ ପାଠୀଙ୍କ ପୁତ୍ର ସୌଭାଗ୍ୟ ପାଠୀ ଓ ମହାବିଦ୍ୟାଳୟ କର୍ମଚାରୀ ପୂର୍ବତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ପ୍ରତିମୂର୍ଭରେ ମାଲ୍ୟାର୍ପଣ କରିବା ସହ ଦୀପଦାନ କରିଥିଲେ ।
ବକ୍ତାମାନେ ନିଜ ବକ୍ତବ୍ୟରେ ଗଞ୍ଜାମ ଦିଗପହଣ୍ଡିରେ ଜନ୍ମ ନେଇଥିବା ଡ୍ରଇଂ ମାଷ୍ଟ୍ର ଭାବେ ସାରା ରାଜ୍ୟରେ ପରିଚିତ ଡଃ ପାଠୀ ଚିତ୍ରକଳାର ବିକାଶ, ଗବେଷଣା ପାଇଁ ସମଗ୍ର ଜୀବନ ଉତ୍ସର୍ଗ କରି ରାଜ୍ୟରେ ଚିତ୍ରକଳାର ଉତ୍କର୍ଷ ସାଧନ କରିପାରିଥିଲେ ବୋଲି ମତ ଦେଇଥିଲେ । ଏହି ଅବସରରେ ସ୍ୱର୍ଗତ ଡ ପାଠୀଙ୍କ ସୁପୁତ୍ର ସୌଭାଗ୍ୟ ପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment