ଭୁବନେଶ୍ୱର, ମୋଦି ସରକାରଙ୍କର ମିଛ ବିକ୍ରୀ ପରେ ଏବେ ଦେଶର ସଂପତି ବିକ୍ରୀ ପର୍ବ ଆରମ୍ଭ ହେଲା । ଦେଶର ବିକାଶ ନାଁରେ ଗୁଡ଼ାଏ ମିଛ କହି ବିଗତ ୭ବର୍ଷ ଭିତରେ କେବଳ ବିନାସର ପ୍ରକ୍ରିୟା ସୃଷ୍ଟି ହୋଇଛି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ, ମୁଖପାତ୍ର ରଜନୀ ମହାନ୍ତି ଓ ପ୍ରଶାନ୍ତ ଶତପଥଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ଜରିଆରେ କେନ୍ଦ୍ର ସରକାରଙ୍କ ଆସେଟ ମନିଟାଇଜେସନ ପାଇପଲାଇନ ନାମରେ ରାଷ୍ଟ୍ରୀୟ ସଂପତି ବିକ୍ରୀକୁ କଡା ନିନ୍ଦା ଓ ସମାଲୋଚନା କରିଥିଲେ । ଏହି ଦୀର୍ଘ ବର୍ଷ ଭିତରେ କେନ୍ଦ୍ର ସରକାରଙ୍କ ବ୍ୟତୀତ ରାଜ୍ୟ ସୃଷ୍ଟି କରିଥିବା ସଂପତି ବିକ୍ରୀ ପାଇଁ ମୋଦି ସରକାର ଆସେଟ ମନିଟାଇଜେସନ ପାଇପଲାଇନ ଘୋଷଣା ନିଷତି କରିଛନ୍ତି ।
ଏଥିରେ ସମୁଦ୍ର ପଥ, ବନ୍ଦର, ବିମାନ ବନ୍ଦର, ଜାତୀୟ ରାଜପଥ, ବିଦ୍ୟୁତ ସରବରାହ ବ୍ୟବସ୍ଥା, ପାନ୍ଦିକା, ପାନ୍ଥନିବାସ ଓ ଅନେକ ସରକାରୀ ଉଦ୍ୟୋଗ ଓ ମୂଲ୍ୟବାନ ଜମି ରହିଛି । ଓଡ଼ିଶାର ଗର୍ବ ଓ ଗୌରବ ତଥା ଓଡ଼ିଶାର ଅବଦାନରେ ତିଆରି ପାରଦ୍ଵୀପ ବନ୍ଦର, ବିଜୁ ପଟ୍ଟନାୟକ ଆର୍ତଜାତୀୟ ବିମାନ ବନ୍ଦର ଏବଂ ଅନେକ ପର୍ଯ୍ୟଟନସ୍ଥଳୀ ଏହି ସଂପତି ବିକ୍ରୀ ପ୍ରକ୍ରିୟାର ଅନ୍ତର୍ଭୁକ୍ତ । ଏ ବାବଦରେ କେନ୍ଦ୍ର ସରକାର ୬ ଲକ୍ଷ କୋଟି ଟଙ୍କା ଆସନ୍ତା ୪ ବର୍ଷରେ ପାଇବା ପାଇଁ ଲକ୍ଷ ଧାର୍ଯ୍ୟ କରିଛନ୍ତି । ଅର୍ଥାତ ବର୍ଷକୁ ମୋଦି ସରକାର ମାତ୍ର ଦେଢ଼ ଲକ୍ଷ କୋଟି ଟଙ୍କା ପାଇଁ ଭାରତୀୟ ରେଳପଥର ୪୦୦ ଷ୍ଟେସନ, ୯୦ ଯାତ୍ରୀବାହୀ ଟ୍ରେନ, ୧୫ଟି ରେଳ ଷ୍ଟାଡିୟମ, ୭୪୧ କି.ମି. କୋଙ୍କଣ ରେଲୱେ, ୧୪୦୦ କି.ମି. ରେଳ ଟ୍ରାକ, ୨୬୭୦୦ ଜାତୀୟ ରାଜମାର୍ଗ (ସଡ଼କପଥ), ୨୫ଟି ବିମାନ ବନ୍ଦର ଏବଂ ତସଂଲଗ୍ନ ସଂପତି, ବିଦ୍ୟୁତ ବିତରଣ ପାଇଁ ଥିବା ୨୮୬୦୦ ସର୍କିଟ କି.ମି., ୪୦୦ କେଭି ଏବଂ ତାଠାରୁ ଅଧୁକ କ୍ଷମତା ଥିବା ପାୱାର ଗ୍ରୀଡ଼, ୧୬୦ଟି କୋଇଲା ଖଣି, ବିଏସଏନଏଲ ଏବଂ ବିବିଏନଏଲ ର ୨ଲକ୍ଷ ୮୬ ହଜାର କିଲୋମିଟର ଅପ୍ଟିକାଲ ଫାଇବର ଏବଂ ଗ୍ରାମାଂଚଳ ପାଇଁ ଉଦ୍ଦିଷ୍ଟ ଥିବା ଭାରତ ନେଟୱାର୍କର ବ୍ରଡବ୍ୟାଣ୍ଡ ସେବା ଓ ତା ସହିତ ହଜାର ହଜାର ମୋବାଇଲ ଟାୱାର ଏବଂ ଦେଶର ସମସ୍ତ ବଡ଼ ବଡ଼ ବନ୍ଦର, ପର୍ଯ୍ୟାଗାର ଇତ୍ୟାଦି ବହୁମୂଲ୍ୟ ସଂପତିକୁ ବିକ୍ରୀ କରିବାକୁ ବସିଛନ୍ତି ।
ଯେତେବେଳେକି ଖୋଦ କେନ୍ଦ୍ର ଅର୍ଥ ମନ୍ତ୍ରୀ ମାସକୁ ଜିଏଷ୍ଟି ବାବଦରେ ୧ ଲକ୍ଷ କୋଟି ଟଙ୍କା ଆଦାୟ ହେଉଥିବାର ଦାବି କରନ୍ତି ସେ ସମୟରେ ମାତ୍ର ଦେଢ଼ ମାସର ଜିଏଷ୍ଟି ଆଦାୟ ସହିତ ବର୍ଷକରୁ ସଂପତି ବିକ୍ରୀ ବାବଦରେ ଆସିବାକୁ ଥିବା ଟଙ୍କା ସମାନ ଅଟେ । ତେଣୁ ମୋଦି ସରକାରଙ୍କ ଏ ସଂପତି ବିକ୍ରୀ ନିଷ୍ପତିକୁ କଂଗ୍ରେସ ଦଳ ତରଫରୁ ଦୃଢ଼ ନିନ୍ଦା କରାଯିବା ସହିତ ଏ ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରିବାପାଇଁ ଦାବି କରାଯାଉଛି । ଏହାପୂର୍ବରୁ କଂଗ୍ରେସ ସରକାର ସମୟରେ ଯେଉଁ ପ୍ରାଇଭେଟାଇଜେସନ’ ବା ଘରୋଇକରଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା ତାହା ଥୁଲା ଆର୍ଥିକ ଅବସ୍ଥାକୁ ଅଧୁକ ଚଳଚଳ କରିବା ନିମନ୍ତେ ବି.ଓ.ଟି (ବିଲ୍, ଅପରେଟ, ଟ୍ରାନସଫର) । ବି.ଓ.ଓ. (ବିଲ୍, ଅପରେଟ, ଓନ) ପ୍ରଚଳନ ଥିଲା । ଅର୍ଥାତ ସଂପତି ଦେଶ ତଥା ସରକାରଙ୍କର ପୂର୍ଣ ଅକାରରେ ରହିବ ଏବଂ ତାସହିତ ପୁଞ୍ଜି ଲଗାଣରେ କିଛି ସେବା ବ୍ୟବସ୍ଥା (ସର୍ଭିସ ସେକ୍ଟର) ବଢ଼ାଇବା ପାଇଁ ବାହାର ଫୁଜିର ସାହାଯ୍ୟ ନିଆ ଯାଇଥିଲା ।
ଯେପରି ପାରଦ୍ବୀପ ବନ୍ଦରରେ କ୍ୟାପ୍ତିଭ ବର୍ଥ ସାରକାରଖାନା ପି.ପି.ଏଲ, ଓଲ ତିଆରି କରିବାକୁ ଅନୁମତି ପ୍ରାପ୍ତ ହୋଇଥିଲେ । ଅଧୂକନ୍ତୁ ତୈଳ ବିଶୋଧନାଗାର ମଧ୍ୟ ଅଏଲ ଜେଟି ତିଆରି କଲା । ତେବେ ଏ ସବୁର ଆୟ ପାରାଦୀପ ପୋର୍ଟ ଟ୍ରଷ୍ଟ ହାତରେ ରହି ଆସିଛି । ଏବେ ଯେଉଁ ଯୋଜନା ମୋଦି ସରକାର କଲେ ତାହା ପୁରାପୁରି ଲୋକଙ୍କ ଅର୍ଥରେ ନିର୍ମିତ ସଂପତିକୁ ବେପାରୀଙ୍କ ହାତକୁ ଟେକ ଦେବାର ପୂର୍ଣ୍ଣ ମସୁଧା । ମୋଦି ସରକାର ୨୦୧୬ ମସିହାରେ ନୋଟବନ୍ଦି ନାମରେ ସୃଷ୍ଟି କରିଥିବା ଅର୍ଥନୈତିକ ମାନ୍ଦାବସ୍ତାରୁ ମୁକୁଳିବାର କୌଣସି ଉପାୟ କଲେ ନାହିଁ । ଉପରମୁହାଁ ହୋଇଥିବା ଅଭିବୃଦ୍ଧି ହାର ୨୦୧୬ରୁ ତ୍ରୈମାସିକ ଓ ବାର୍ଷିକ ହାରରେ କମିବାରେ ଲାଗିଛି । ମୋଦି ସରକାରଙ୍କ ଅପରିଣାମଦର୍ଶୀତା ପାଇଁ ବିମୁଦ୍ରାୟନ ପରଠାରୁ ବିପର୍ଯ୍ୟୟ ଆରମ୍ଭ ହେଲା । ସଂପତି ବିକ୍ରୀ ପ୍ରକ୍ରିୟା ମାନସିକ ବିକୃତି, ଦେବାଳିଆ ପଣ ଓ ହତାଶାର ସଂକେତ । ଏହା ଆଦୌ ସୁସ୍ର ଅର୍ଥନୈତିକ ନିଷ୍ପତି ନୁହେଁ ।
ପ୍ରଥମେ Under Utlised Assets ବା ଅବ୍ୟବହୃତ ସଂପତି କଥା କହି ଦେଶର ସମସ୍ତ Well Utilised ବା ମୂଲ୍ୟବାନ ସଂପତି ବିକ୍ରୀ ହେବାର ବ୍ୟବସ୍ଥା କରାଯାଇଛି । Creating Infrastrcuture Investment Trust (INVIT) ନାମରେ ଗୁଡ଼ିଏ ଅର୍ଥ ଅବ୍ୟବହୃତ ଅବସ୍ଥାରେ ଅଛି । ଦେଶର ବୈଦେଶିକ ମୁଦ୍ରା, ପେନସନ ଫଣ୍ଡ, କେନ୍ଦ୍ରସରକାର ପରିଚାଳିତ ବୀମା ଫଣ୍ଡ, ରଜର୍ଭ ବ୍ୟାଙ୍କ ଓ ବିଭିନ୍ନ ବ୍ୟାଙ୍କରେ ଅବ୍ୟବୃତ ପାଣ୍ଡି ରହିଛି । ସବୁଠାରୁ ବଡ଼ କଥା ହେଉଛି ଦେଶର ଏ ସଂପତି ଲୋକଙ୍କ ଠାରୁ ଆଦାୟ ପ୍ରଭୃତ ଅର୍ଥ କର (ବ୍ୟାକ୍ସ ସେସ୍) ରେ ତିଆରି ହୋଇଚାଲିଥିଲା । ପେଟ୍ରୋଲ ଡିଜେଲ ଉପରୁ ବାର୍ଷିକ ରୋଡ ସେସ୍ ବାବଦରେ ୪ ଲକ୍ଷ କୋଟି ଟଙ୍କାରୁ ଅଧୁକ ଆଦାୟ ହେଉଛି । ରାଷ୍ଟ୍ରୀୟ ସଂପତି ସୃଷ୍ଟି ସର୍ବଦା ଗ୍ରହଣୀୟ କିନ୍ତୁ ରାଷ୍ଟ୍ରୀୟ ସଂପତି ବିକ୍ରୀ ସବୁବେଳେ ବର୍ଜନୀୟ । ସମଗ୍ର ଦେଶର ବହୁ ମୂଲ୍ୟ ସଂପତିକୁ ଶାଗମାଛ ମୂଲରେ ବିକିବା ପାଇଁ ମୋଦି ସରକାରଙ୍କ ନିଷ୍ପତି ତାଙ୍କର ବୌଦ୍ଧିକ ଦେବାଳିଆ ପଣକୁ ସାବ୍ୟସ୍ତ କରୁଛି ।
କଂଗ୍ରେସର ଦାବି- କେନ୍ଦ୍ର ସରକାର ନେଇଥିବା ସମସ୍ତ ସଂପତି ବିକ୍ରୀ ତାଲିକା ଓ ଏ ସଂପର୍କରେ ରାଜ୍ୟ ମାନଙ୍କ ସହିତ କରିଥିବା ଆଲୋଚନାକୁ ଶ୍ୱେତପତ୍ର ମାଧ୍ୟମରେ ଦେଶବାସୀଙ୍କ ସମ୍ମୁଖରେ ପ୍ରକାଶ କରନ୍ତୁ ।
Post a Comment