ଭୁବନେଶ୍ୱର,ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୁତ ‘ ଭାରତ ବନ୍ଦ’ରେ ‘ଅଖୁଳ ଭାରତ ଛାତ୍ରସଂଘ’ ପକ୍ଷରୁ କୃଷକ ବିରୋଧ ତିନି କଳା କୃଷି ଆଇନ୍ ବାତିଲ, ଶିକ୍ଷା ସଂକୋଚନକାରୀ ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ, ଶ୍ରମିକ ବିରୋଧି ନୂତନ ଶ୍ରମ କୋର୍ଡ ରଦ୍ଦ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଭୁବନେଶ୍ବର, କଟକ, କଳାହାଣ୍ଡି, ରାୟଗଡ଼ା, ଭଦ୍ରକ, କେନ୍ଦୁଝର, ଯାଜପୁର ଓ ବାଲେଶ୍ବର ଆଦି ରାଜ୍ୟର ପ୍ରମୁଖ ସ୍ଥାନମାନଙ୍କରେ ପ୍ରତୀକାତ୍ମକ ଭାବେ ଦୋକାନ ଲଗାଇ “ଇଣ୍ଡିଆ ଅନ୍ ସେଲ୍ ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ ଭାରତ ସରକାର କିପରି ଶିକ୍ଷା, ଚାଷଜମି, ବନ୍ଦର, ବିମାନବନ୍ଦର, ରେଳ, ବ୍ୟାଙ୍କ, ଜାତୀୟ ରାଜପଥ ଆଦିକୁ ଅମ୍ବାନୀ - ଆଦାନୀ ଭଳି ମୁଷ୍ଟିମେୟ ପୁଞ୍ଜିପତିଙ୍କ ହାତରେ ବିକ୍ରି କରିବାର ଷଡ଼ଯନ୍ତ କରୁଛନ୍ତି, ତାହା ପ୍ରଦର୍ଶନ କରାଯାଇଥିଲା ।
ରାଜ୍ୟର ବିଭିନ୍ନ ସରକାରୀ ଉଦ୍ୟୋଗ ବିକ୍ରି ହେବା ପାଇଁ ସରକାରଙ୍କ ମୁଦ୍ରିକରଣ ତାଲିକାରେ ରହିଥିବା ବେଳେ ବିଶେଷକରି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଓ ପାରାଦ୍ବୀପ ବନ୍ଦର ବିକ୍ରି ହେବା ନିଷ୍ପତ୍ତି ବିରୁଦ୍ଧରେ ରାଜ୍ୟ ସରକାରଙ୍କର ନିରବତା ଅତ୍ୟନ୍ତ ନିନ୍ଦନୀୟ ଓ ଲଜାଜନକ । ଯେଉଁଭଳି ସରକାରୀ ଶିକ୍ଷାନୁଷ୍ଠାନକୁ ପର୍ଯ୍ୟାପ୍ତ ଶିକ୍ଷକ, ଭିତ୍ତିଭୂମି ଓ ଅର୍ଥ ନ ଯୋଗାଇ ସରକାରଙ୍କ ଦ୍ଵାରା ଧ୍ବଂସ କରାଗଲା ଓ ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ବାଟ ଫିଟାଗଲା, ଠିକ ସେହିଭଳି ଢଙ୍ଗରେ ସରକାରୀ ଉଦ୍ୟୋଗ କ୍ଷତିରେ ଥିବା ଦର୍ଶାଇ ଏହାକୁ ଶାଗମାଛ ଦରରେ ନିଜ କର୍ପୋରେଟ୍ ବନ୍ଧୁଙ୍କୁ ବିକ୍ରି କରିବାର ଷଡ଼ଯନ୍ତ୍ର ସରକାର ରଚିଛନ୍ତି ।
ଯାହାର ନାମ ମୁଦ୍ରୀକରଣ ରଖାଯାଇଛି, ମାତ୍ର ପ୍ରକୃତରେ ଏହା ରାଷ୍ଟ୍ରାୟତ ଉଦ୍ୟୋଗର ପୁଞ୍ଜିପତିକରଣ ଯୋଜନା ବୋଲି ସଂଘର ସଭାପତି ସଂଘମିତ୍ରା ଜେନା କହିଛନ୍ତି । ମୋଦି ସରକାର ନିଜର ଛାତ୍ର, ଯୁବ, ମହିଳା, ସଂଖ୍ୟାଲଘୁ, ଦଳିତ, କୃଷକ, ଶ୍ରମିକ ତଥା ସର୍ବୋପରି ଜନବିରୋଧ ନୀତି ପ୍ରତ୍ୟାହାର ନ କଲେଏହି ଆନ୍ଦୋଳନ ତୀବ୍ରତର ରୂପ ନେବ ବୋଲି ସଂଘ ଚେତାବନୀ ଦେଇଛି ।
Post a Comment