ଭୁବନେଶ୍ୱର, ରାଜ୍ୟ ସରକାର ଖାଉଟିମାନଙ୍କ ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରୁଥିବାବେଳେ ନୂତନ ଖାଉଟି ସୁରକ୍ଷା ଆଇନ -୨୦୧୯ରେ ଥୁବା ମଧ୍ୟସ୍ଥତା କେନ୍ଦ୍ର ଖାଉଟି ବିବାଦର ସମାଧାନ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା କରିବ ଓ ଏହା ଏକ ସମୟୋଚିତ ପଦକ୍ଷେପ । ଏହି ଅଭିନବ ବ୍ୟବସ୍ଥା ଦ୍ୱାରା ଖାଉଟି ବିବାଦର ଆଶୁ ସମାଧାନ ହୋଇପାରିବ । ଉଭୟ ପକ୍ଷର ସହମତି ଭିତ୍ତିରେ ମଧ୍ୟସ୍ଥତା କେନ୍ଦ୍ର ମାଧ୍ୟମରେ ସ୍ଵ ଖର୍ଚ୍ଚରେ ଏବଂ ସ୍ବଳ୍ପ ସମୟ ମଧ୍ୟରେ ଖାଉଟି ବିବାଦର ସମାଧାନ ହୋଇପାରିବ । ରାଜ୍ୟର ଦରିଦ୍ରରୁ ଦରିଦ୍ରତମ ଖାଉଟି ଯେପରି ଖାଉଟି ସୁରକ୍ଷା ଆଇନ ଦ୍ବାରା ଉପକୃତ ହୋଇପାରିବେ ସେଠୁ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗ୍ଦର୍ଶନରେ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।
ସଚେତନ ଖାଉଟି ହିଁ ସୁରକ୍ଷିତ ଖାଉଟି ହୋଇଥୁରୁ ଖାଉଟିମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଦିଗରେ ପ୍ରଥମେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (ଷ୍ଟେଟ୍ ଇଷ୍ଟିଚ୍ୟୁଟ୍ ଅଫ୍ କଜ୍ୟୁମର ଆୱାରନେସ୍ (ସିକ)) ପ୍ରତିଷ୍ଠା କରିବା କ୍ଷେତ୍ରରେ ଓଡ଼ିଶା ଭାରତବର୍ଷରେ ଅନ୍ୟତମ ରାଜ୍ୟ । ସଚେତନ ଖାଉଟି ଅସାଧୁ ବ୍ୟବସାୟୀ ଦ୍ୱାରା ହେଉଥୁବା କୌଣସି ଠକେଇ ଓ ଶୋପଣରୁ ନିଜକୁ ସୁରକ୍ଷିତ ରଖୁପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି । ଆଜି ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଓଡ଼ିଶା, କଟକ ଆନୁକୂଲ୍ୟରେ ଭଛୁଆଲ ମାଧ୍ୟମରେ ଆୟୋଜିତ ଦୁଇଦିନିଆ କର୍ମଶାଳାକୁ ମୁଖ୍ୟ ଅତିଥୀ ଭାବେ ଉଦ୍ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଲେ ଯେ ସଂପ୍ରତି ଇ-କମର୍ସ, ଅନ୍ଲାଇନ୍ ବ୍ୟବସାୟର ବହୁଳ ପ୍ରଚଳନ ଯୋଗୁଁ ଅନେକ ନୂତନ ପ୍ରକାରର ଖାଉଟି ବିବାଦ ଉପୁଜୁଛି ।
ସମୟର ଆବଶ୍ୟକତା ଅନୁଯାୟୀ ନୂତନ ଖାଉଟି ଆଇନର ବିଭିନ୍ନ ପ୍ରାବଧାନ ଯୋଗୁଁ ଖାଉଟି ବିବାଦର ସମାଧାନର ପଛାକୁ ଅଧୁକ ବ୍ୟାପକ କରାଯାଇଛି । ଏଥୁରେ ପ୍ରଥମଥର ପାଇଁ ମଧ୍ୟସ୍ଥତା କେନ୍ଦ୍ର ଜରିଆରେ ଖାଉଟି ବିବାଦର ସମାଧାନ କରାଯିବାକୁ ସ୍ବୀକୃତି ପ୍ରଦାନ କରାଯାଇଛି । ଏଣୁ ନିମନ୍ତେ ରାଜ୍ୟ ସରକାରମାନେ ପ୍ରତି ଜିଲ୍ଲା ଖାଉଟି ବିବାଦ । ପ୍ରତିକାର ମଂଚ ନିମନ୍ତେ ଗୋଟିଏ ଲେଖାଏଁ ଖାଉଟି ମଧ୍ୟସ୍ଥତା କେନ୍ଦ୍ର ଓ ରାଜ୍ୟ ଖାଉଟି ବିବାଦ ପ୍ରତିକାର କମିଶନ ନିମନ୍ତେ ଗୋଟିଏ ମଧ୍ୟସ୍ଥତା କେନ୍ଦ୍ର ପ୍ରତିଷ୍ଠା କରିପାରିବେ ।
ମଧ୍ୟସ୍ଥତା କେନ୍ଦ୍ରରେ ମଧ୍ୟସ୍ଥିମାନେ ଯେପରି ଉତ୍ସର୍ଗୀକୃତ ମନୋଭାବ ନେଇ ବିବାଦର ସମାଧାନ କରିବେ ସେ ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ବାରୋପ କରିଥିଲେ । କର୍ମଶାଳାରେ ଯୋଗଦେଇ ଜମ୍ମୁ ଓ କାଶ୍ମୀରର ଉଚ୍ଚ ନ୍ୟାୟାଳୟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୀତା ମିତ୍ତଲ କହିଲେ ଯେ ସଂପ୍ରତି ସମାଜରେ ଉପଭୋକ୍ତାବାଦର ଅହେତୁକ ବୃଦ୍ଧି ଫଳରେ ଅନେକ ପ୍ରକାରର ଖାଉଟି ବିବାଦ ଉପୁଜୁଛି, ଯାହାର ଶୀଘ୍ର ସମାଧାନ ହେବା ଆବଶ୍ୟକ ।
ମଧ୍ୟସ୍ଥତା କେନ୍ଦ୍ରଗୁଡ଼ିକ ଶୀଘ୍ର ସମାଧାନ ଦିଗରେ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ଏବଂ ଏଥୁ ନିମନ୍ତେ ଦକ୍ଷ ମଧ୍ୟସ୍ଥଙ୍କ ନିୟୋଜନର ଆବଶ୍ୟକତା ରହିଛି ବୋଲି ସେ କହିଲେ । ଓଡ଼ିଶା ରାଜ୍ୟ ଉପଭୋକ୍ତା ବିବାଦ ପ୍ରତିକାର କମିଶନର ସଭାପତି ଜଷ୍ଟିସ୍ ଡ. ଡି.ପି. ଚୌଧୁରୀ ମଧ୍ୟସ୍ଥତା କେନ୍ଦ୍ରକୁ ଏକ ବିକଳ୍ପ ବ୍ୟବସ୍ଥା ଭାବରେ ଅଭିହିତ କରିବା ସହିତ ମଧ୍ୟସ୍ଥିମାନଙ୍କର ପ୍ରଶିକ୍ଷଣ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଥିଲେ ।
କଟକସ୍ଥିତ ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ ଓଡ଼ିଶାର କୁଳପତି ପ୍ରଫେସର ଡ. ବେଦ କୁମାରୀ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ଖାଉଟି ବିବାଦ ସମାଧାନ ଦିଗରେ ମଧ୍ୟସ୍ଥତା କେନ୍ଦ୍ରର ଗୁରୁତ୍ବ ରହିଛି ବୋଲି କହିବା ସହିତ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଖାଉଟି ସଚେତନତା ସୃଷ୍ଟି ନିମନ୍ତେ ନୂତନ ଖାଉଟି ସୁରକ୍ଷା ଆଇନ -୨୦୧୯ର ବିଭିନ୍ନ ଦିଗ ଉପରେ ନିୟମିତ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ବୋଲି କହିଥିଲେ । କର୍ମଶାଳାରେ ପ୍ରଫେସର ବେଜନ ମିଶ୍ର, ଡ. ମୟଙ୍କ ସମେତ ବହୁ ଅଧ୍ୟାପକ, ବୁଦ୍ଧିଜୀବୀ, ଖାଉଟି ସଂଚର କର୍ମକର୍ତ୍ତା ଓ ସଦସ୍ୟସଦସ୍ୟାମାନେ ଯୋଗଦେଇଥିଲେ ।
Post a Comment