ଭୁବନେଶ୍ବର, ଆସୋସିଏସନ ଅଫ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ୩ ଦଫା ଦାବି ନେଇ ଗ୍ରାମ୍ୟବ୍ୟାଙ୍କ ମୁଖ୍ୟ କାର୍ଯ୍ୟଳୟ ସମ୍ମୁଖରେ ବିଶାଳ ୫୦୦ରୁ ଉର୍ଦ୍ଧ କର୍ମଚାରୀ ସାମିଲ ହୋଇ ଧାରଣା ଦିଆଯାଇଥିଲା। ଓଡିଶା ଗ୍ରାମ୍ୟବ୍ୟାଙ୍କର ଅଧକ୍ଷ, ମୋହନ ଏମ ଓ ଜେନେରାଲ ମ୍ୟାନେଜର ଜଗନ୍ନାଥ ପ୍ରସାଦ ନାୟକ ମନମୁଖୀ ଭାବରେ ସବୁ ନିୟମକୁ ଜଳାଞ୍ଜଳି ଦେଇ କାମ କରୁଛନ୍ତି । ଏହା ଦ୍ବାରା କର୍ମଚାରୀ ମାନଙ୍କ ଉପରେ ମାନସିକ ଚାପ ଓ ଅତ୍ୟାଚାର ଦିନକୁ ଦିନ ବଢି ଚାଲିଥିବାବେଳେ ବର୍ତ୍ତମାନ ଏହା ସବୁ ସୀମା ଅତିକ୍ରମ କରିସାରିଲାଣି । ସବୁଠୁ ଦୁଃଖର ବିଷୟ ଯେ ମୋହନ ଏମ କାର୍ଯ୍ୟଭାର ସମ୍ଭାଳିବା ପରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ବ୍ୟବସାୟୀକ ମାନଦଣ୍ଡ ଭୁଶୁଡିବାରେ ଲାଗିଛି ।
ଅଫିସରମାନଙ୍କୁ ପ୍ରୋବେସନ ସମୟରେ ଉପଯୁକ୍ତ ଟ୍ରେନିଂ ନଦେଇ ମ୍ୟାନେଜେର ଭାବେ ନିଯୁକ୍ତି ଦିଆଯାଉଛି ଏବଂ କାମରେ ଅବହେଳା ଦର୍ଶାଇ ସମ୍ପୃକ୍ତ ଅଫିସରଙ୍କୁ ପରେ ମାନସିକ ନିର୍ଯାତନା ଦେଉଛନ୍ତି । ପ୍ରତିବାଦ କଲେ ଉପଯୁକ୍ତ ସମୟ ନଦେଇ, ତତକ୍ଷଣାତ ବଦଳି କରିଦିଆଯାଉଛି, ନଚେତ ସସପେନସନର ଧମକ ଦିଆଯାଉଛି ବୋଲି କର୍ମଚାରମାନେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଅଧ୍ୟକ୍ଷ ଓ ଜେନେରାଲ ମ୍ୟାନେଜରଙ୍କ ଜୁଲମର ଶିକାର ହୋଇ ସଦ୍ୟ ଫୁଲନଖରା ଶାଖାର ଜଣେ ମହିଳା କର୍ମଚାରୀ ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି। ଦିବାକର ସିଂହ ନାମକ ଜଣେ ଅଫିସରଙ୍କୁ କରୋନାରେ ପୀଡିତ ହୋଇ ଚିକିତ୍ସିତ ହେବା ସମୟରେ(ଅବସରଦିନ) ସବୁଜାଣି ମଧ୍ୟ ଚାର୍ଜସିଟ କରାଗଲା । ଚାର୍ଜସିଟ ତାଙ୍କର ପୁଅ ହାତରେ ପିତାଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା, ଏହାପାଇ ଦିବାକର ସିଂହ ଚିନ୍ତିତ ଓ ମର୍ମାହତ ହୋଇ ମୃତ୍ୟୁ ବରଣ କରିଥିଲେ ।
ତାଙ୍କ ମାତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା, ଶେଷରେ ପୁଅ ମଧ୍ୟ ମୃତ୍ୟୁବରଣ କଲେ। ନିକଟରେ ଗଣେଶ ପାଇକରାୟ ନାମକ ଜଣେ ଯୁବ ଅଫିସର ନିର୍ଯାତନା ସହିନପାରି ସେପ୍ଟେମ୍ବର ୧୬ତାରିଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେ ପ୍ରଥମେ କଟକ ବଡ ମେଡିକାଲ ଓ ପରେ ଆପୋଲୋ ହସ୍ପିଟାଲରେ ଦୀର୍ଘ ଦିନ ଜୀବନ ସହ ସଂଘର୍ଷ କରି ଚିକିତ୍ସିତ ହୋଇ ଫେରିଛନ୍ତି । ବ୍ୟାଙ୍କ ଚଳାଇବାପାଇଁ ଆବଶ୍ୟକୀୟ ମୌଳିକ ସୁବିଧା ନଦେଇ, ଗ୍ରହକମାନଙ୍କୁ ଉପଯୁକ୍ତ ସେବା ଦେବାରୁ ବଞ୍ଚିତ କରାଇ, କର୍ମଚାରୀଙ୍କୁ ଗ୍ରାହକଙ୍କ ଅସନ୍ତୋଷର ଶିକାର ହେବାକୁ ବାଧ୍ୟ କରାଯାଉଛି ।
ବ୍ୟାଙ୍କକୁ ସୁଚାରୁରୂପେ ଚଳାଇବା ପାଇଁ ଇଛା ଶକ୍ତି ଏବଂ ଦକ୍ଷତାର ଅଭାବ, ଅଧିକାରୀ, କର୍ମଚାରୀ ଓ ଏହା ଉପେର ନିର୍ଭର କରୁଥିବା ତାଙ୍କର ପରିବାରବର୍ଗଙ୍କ ତଥା ବ୍ୟାଙ୍କ ଉପରେ ନିର୍ଭର କରୁଥିବା ଗ୍ରାହକଙ୍କ ମଙ୍ଗଳ ନିମନ୍ତେ, ବର୍ତ୍ତମାନର ଅଧକ୍ଷ ଓ ଜେନେରାଲ ମ୍ୟାନେଜେରଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂତନ ଲୋକଙ୍କୁ ନିଯୁକ୍ତି ଦେବାପାଇଁ ଦାବିକରାଯାଉଅଛି । ଏଥ୍ସହିତ ବ୍ୟାଙ୍କର ସ୍କୁଲ ୪ ଅଧିକାରୀଙ୍କୁ ବ୍ୟାଙ୍କର ଜେନେରାଲ ମ୍ୟାନେଜେର ନିଯୁକ୍ତି ଦେବାପାଇଁ ଦାବି କରାଯାଇଛି। ଏଓଜିବିଓର ସଭାପତି ଅସିତ କୁମାର ଖଣ୍ଡାଇ ଓ ସାଧାରଣ ସମ୍ପାଦକ ସତ୍ୟବ୍ରତ ନନ୍ଦଙ୍କ ନେତୃତରେ ଏହି ବନ୍ଦପାଳନ ଓ ଧାରଣା ଅନୁଷ୍ଠିତ ହୋଇଥିଲା।
Post a Comment