loading...

ବଳଙ୍ଗ ଥାନା ବିସ୍ତୋରଣ ପ୍ରସଙ୍ଗ ! ଭୋଟରଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରି ଶାସକ ବିଜେଡି

ପିପିଲି ଉପ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ଦିନକୁ ଦିନ ଏହି ଅଂଚଳରେ ହିଂସା ଓ ଅଶାନ୍ତ ବାତାବରଣ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି

ବଳଙ୍ଗ ଥାନା ବିସ୍ତୋରଣ ପ୍ରସଙ୍ଗ ! ଭୋଟରଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରି ଶାସକ ବିଜେଡି

ଭୁବନେଶ୍ବର,ପିପିଲି ଉପ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ଦିନକୁ ଦିନ ଏହି ଅଂଚଳରେ ହିଂସା ଓ ଅଶାନ୍ତ ବାତାବରଣ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ଗତ କିଛି ଦିନ ମଧ୍ୟରେ ଘଟିଯାଇଥିବା ଘଟଣାମାନରୁ ଏହି ଅଂଚଳର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଏହା ସ୍ପଷ୍ଟ ପ୍ରମାଣିତ କରୁଛି । ଯେଉଁ ଅଂଚଳରେ ନିଜେ ରକ୍ଷକ ସୁରକ୍ଷିତ ନାହାନ୍ତି, ସେ ଅଂଚଳବାସୀ କେତେ ସୁରକ୍ଷିତ ବୋଲି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ପ୍ରଶ୍ନ କରିଛନ୍ତି । ଗତ କାଲି ରାତିରେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀ ସୀମାରେ ଥିବା ବଳଙ୍ଗା ଥାନା ବିସ୍ପୋରଣ ସାଧାରଣ ଜନତାଙ୍କ ମନରେ ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ବହୁ ଅଂଚଳ ବଳଙ୍ଗା ଥାନା ଅଧୁନରେ ଆସୁଛି । 

ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ସବୁଠୁ ଅଧୁକ ଗୁରୁତ୍ବପୂର୍ଣ୍ଣ ଦାୟୀତ୍ଵ । ପ୍ରଥମେ ସାତଶଙ୍ଖସ୍ଥିତ ବିଜେପି ନିର୍ବାଚନ କାର୍ଯ୍ୟାଳୟରେ ବୋମାମାଡ ଏବଂ ପରେ ବଳଙ୍ଗା ଥାନା ବିସ୍ପୋରଣ ଆଦୌ ଅକସ୍ମାତ ନୁହେଁ ବରଂ ଏହା ଏକ ସୁପାରିକଳ୍ପିତ ଓ ଏହା ନିଶ୍ଚିତ ଭାବରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ନଗ୍ନ ରୂପକୁ ପଦାରେ ପକାଇ ଦେଇଛି । ବଳଙ୍ଗା ଥାନାରେ କେତେ ଦିନ ହେଲା ବାଣ ଥିଲା ଏବଂ କାହିଁକି ଓ କାହା ପ୍ରରୋଚନାରେ ନିଷ୍କ୍ରିୟ କରାଯାଇନଥିଲା ? ଏହି ଘଟଣାର ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି ବୋଲି ଡ.ସମ୍ବିତ ପାତ୍ର କହିଛନ୍ତି ।

ଚଳିତ ପିପିଲି-ଡେଲାଙ୍ଗ ଉପନିର୍ବାଚନରେ ବିଜେଡି ଗୁଣ୍ଡା ଓ କାର୍ଯ୍ୟକର୍ତାଙ୍କ ଜରିଆରେ ଶାସକ ବିଜେଡି ନେତାମାନେ ବିଜେପି ନେତା ଓ କାର୍ଯ୍ୟକର୍ତାଙ୍କୁ ପ୍ରଚାର କାର୍ଯ୍ୟରେ ବାଧା ଦେବା, ଧମକ ଦେବା, ଆକ୍ରମଣ କରିବା ଭଳି ଅଗଣତାନ୍ତ୍ରିକ ପନ୍ଥା ଆପାଣାଇଛନ୍ତି । ପିପିଲି ଅଂଚଳରେ ଗ୍ୟାଙ୍ଗଷ୍ଟାର ଦୀର୍ଘ ବର୍ଷ ଧରି ଜାରୀ ରହିଛି । ଭୋଟରଙ୍କ ମନରେ ଅଶାନ୍ତ ଓ ଭୟର ବାତାବରଣ ସୃଷ୍ଟି କରି ଶାସକ ବିଜେଡି ନିର୍ବାଚନକୁ ପ୍ରଭାବିତ କରିବାର ପ୍ରୟାସ ଜାରୀ ରଖିଛି । ସ୍ଥାନୀୟ ପୋଲିସ ଏବଂ ସରକାରୀ କର୍ମଚାରୀଙ୍କ ସହାୟତାରେ ଭୋଟରମାନଙ୍କୁ ଅର୍ଥ ଦେଇ ପ୍ରଭାବିତ କରାଯାଉଛି । ବର୍ତମାନ ନିର୍ବାଚନ ପ୍ରଚାର ସମାପ୍ତ ହୋଇଥିଲେ ସୁଦ୍ଧା ଉଭୟ ପୋଲିସ ଓ ପ୍ରଶାସନ ସହାୟତାରେ ଶାସକ ବିଜେଡି ନେତାମାନେ ପ୍ରଚାର କାର୍ଯ୍ୟ ଜାରୀ ରଖିଛନ୍ତି । 

ମତଦାନ ଦିନ ବୁଥ ଭିତରେ ପଶି ଗଣ୍ଡଗୋଳ ଭିଆଇ ବିଜେପି ଏଜେଟଙ୍କୁ ଅପହରଣ ଓ ଅର୍ଥ ବଳରେ ପ୍ରଭାବିତ କରିବା ସହ ଜୋର ଜବରଦସ୍ତ ଭୋଟ୍ ହାତେଇବାର ଶାସକ ବିଜେଡି ଯୋଜନା କରିଛି । ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରୀଙ୍କୁ ଭେଟି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ଜଣାଇଛୁ ବୋଲି ଡ. ପାତ୍ର କହିଛନ୍ତି । ଏଥୁ ସହ ସମସ୍ତ ବୁଥରେ ଅବାଧ, ମୁକ୍ତ ନିର୍ବାଚନ ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରାଯିବା ସହ ସିସି ଟିଭି ଓ ୱେବ୍ । କାଷ କରିବା ପାଇଁ ବିଜେପି ତରଫରୁ ଦାବୀ କରାଯାଇଛି ବୋଲି ଡ.ପାତ୍ର କହିଛନ୍ତି ।

ଡ.ସମ୍ବିତ୍ ପାତ୍ରଙ୍କ ସମେତ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝା, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ୍ ଓ ଉର୍ମିଳା ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାସ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ମିଡିଆ ବିଭାଗ ସହ ସଂଯୋଜକ ସୁଜିତ୍ କୁମାର ଦାସ୍ ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ କାମାକ୍ଷା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget