loading...

ରାଜଧାନୀରୁ ମାତ୍ର ୨୦ କିଲୋମିଟର ଦୂର କିନ୍ତୁ ବିକାଶ ବହୁ ଦୂରରେ । ଚାନ୍ଦୁଆ କାରୁକାର୍ଯ୍ୟ ଆଜି ଧ୍ବଂସାଭିମୁଖୀ

ରାଜଧାନୀରୁ ମାତ୍ର ୨୦ କିଲୋମିଟର ଦୂର । କିନ୍ତୁ ବିକାଶ ବହୁ ଦୂରରେ ବିଶ୍ବବିଖ୍ୟାତ ପିପିଲି ଚାନ୍ଦୁଆ କାରୁକାର୍ଯ୍ୟ ଆଜି ଧ୍ବଂସାଭିମୁଖୀ

ରାଜଧାନୀରୁ ମାତ୍ର ୨୦ କିଲୋମିଟର ଦୂର କିନ୍ତୁ ବିକାଶ ବହୁ ଦୂରରେ । ଚାନ୍ଦୁଆ କାରୁକାର୍ଯ୍ୟ ଆଜି ଧ୍ବଂସାଭିମୁଖୀ

ଭୁବନେଶ୍ବର, ପିପିଲି ଚାନ୍ଦୁଆ ବିଶ୍ୱବିଖ୍ୟାତ । ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଏବଂ ଅସହଯୋଗ କାରଣରୁ ବିଶ୍ବବିଖ୍ୟାତ ପିପିଲି ଚାନ୍ଦୁଆ କାରୁକାର୍ଯ୍ୟ ଆଜି ଧ୍ବଂସାଭିମୁଖୀ । ସେହିପରି ଏକଦା ରାଜଧାନୀ ଭୁବନେଶ୍ଵର ତଥା ଆଖପାଖ ଅଂଚଳକୁ ପନିପରିବା ଯୋଗାଇ ଆସୁଥିବା ପିପିଲି-ଡେଲାଙ୍ଗ ଅଂଚଳରେ ଜଳସେଚନ ଅଭାବରୁ ଆଜି ଚାଷ କାର୍ଯ୍ୟ ସଂପୂର୍ଣ୍ଣ ବାଧାପ୍ରାପ୍ତ । ଛାଷୀ ଭାଇଭଉଣୀମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିନାହିଁ । ରାଜ୍ୟର ଉପାନ୍ତ ଅଂଚଳରେ ଥିବା ରାସ୍ତାଘାଟରୁ ନିମ୍ନମାନର ରାସ୍ତାଘାଟ ପରିଲକ୍ଷିତ ହେଉଛି । ସାମାନ୍ୟ ବର୍ଷା ପାଣି କାରଣରୁ ଗମନାଗମନ ଓ ଯାତାୟତରେ ବହୁ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି ଅଂଚଳବାସୀ । 

ବାସଗୃହ, ପାନୀୟ ଜଳ, ରାସ୍ତାଘାଟ, ସ୍ବାସ୍ଥ୍ୟ ସେବା ଭଳି ମୌଳିକ ସୁବିଧା ପାଇବାକୁ ବଂଚିତ ହେଉଛନ୍ତି ଅଂଚଳବାସୀ ଫନୀ ବାତ୍ୟା ବିତିବାର ଦୀର୍ଘ ୨ ବର୍ଷରୁ ଉର୍ଦ୍ଦ ସମୟ ହୋଇଥିଲେ ସୁଦ୍ଧା ଅଂଚଳର ଗରୀବ ଲୋକଙ୍କ ସମସ୍ୟା ବର୍ତମାନ ମଧ୍ୟ ଆଖି ସମ୍ମୁଖରେ ଦୃଶ୍ୟମାନ ହେଉଛି । ରାଜଧାନୀରୁ ମାତ୍ର ୨୦ କିଲୋମିଟର ଦୂରରେ ଥିବା ସତ୍ତ୍ୱେ ପିପିଲି-ଡେଲାଙ୍ଗ ଅଂଚଳର ବିକାଶ ଆଜି ମଧ୍ୟ ବହୁ ଦୂରରେ ପରିଲକ୍ଷିତ ହେବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ଦାଣ୍ଡମୁକୁନ୍ଦପୁର ଅନ୍ତର୍ଗତ ହାଟସାହି ପଂଚାୟତର ବିଭିନ୍ନ ଗାଁ ବୁଲି ଦଳୀୟ ପ୍ରାର୍ଥୀ ଶ୍ରୀ ଆଶ୍ରୀତ ପଟ୍ଟନାୟକଙ୍କୁ ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।

ତିନି ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ନିର୍ବାଚିତ ହୋଇଥିବା ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳର ଗୁରୁତ୍ଵପୂର୍ପ ମନ୍ତ୍ରୀ ପଦରେ ଥିବା ସନ୍ଦେ ପିପିଲି-ଡେଲାଙ୍ଗ ଅଂଚଳର ସର୍ବାଙ୍ଗୀନ ବିକାଶ ନକରି ପାରିବା ଅତ୍ୟନ୍ତ ଲଜ୍ଜାଜନକ ଓ ଅପାରଗତାର ପରିଚୟ । ଉଭୟ ବିଜେଡି ଓ କଂଗ୍ରେସ ଦଳ ମିଳିମିଶି ଅଂଚଳବାସୀଙ୍କୁ କେବଳ ପ୍ରତାରଣା କରିଆସୁଛନ୍ତି । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଗ୍ରାମାଂଚଳର ବିକାଶ ପାଇଁ ସିଧାସଳଖ ପ୍ରତ୍ୟେକ ଗ୍ରାମ ପଂଚାୟତକୁ ଟଙ୍କା ଦେଉଛନ୍ତି । କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ନାମିତ କରି ରାଜ୍ୟବାସୀଙ୍କୁ ବୋକ ବନାଇବା ସହ ବିକାଶ ପାଇଁ ଆସୁଥିବା ଟଙ୍କାକୁ ଶାସକ ବିଜେଡିର କାର୍ଯ୍ୟକର୍ତ୍ତା ଏବଂ ନେତୃବୃନ୍ଦ ହଡପ୍ କରୁଛନ୍ତି । 

ଯୋଗ୍ୟ ଗରୀବ ହିତାଧୁକାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରୀବକଲ୍ୟାଣ ଯୋଜନାର ସୁଫଳ ଦେବାରେ ଅକ୍ଷମ ରାଜ୍ୟ ସରକାର ଦଳୀୟ ଆଧାରରେ ଅଯୋଗ୍ୟ ହିତାଧୁକାରୀ ଏବଂ ଧନୀ ଲୋକଙ୍କୁ ବଂଟନ କରୁଛନ୍ତି । ନିର୍ବାଚନ ସମୟରେ ମିଛ କଥା ଓ ପ୍ରତିଶୃତି ଦେଇ ସାଧାରଣ ଲୋକଙ୍କ ଭୋଟ ହାତେଇ ବାରମ୍ବାର ପ୍ରତାରଣ ଦେଇ ଆସୁଛନ୍ତି । ମାତ୍ର ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳିବାସୀ ଏଥର ପରିବର୍ତ୍ତନ ପାଇଁ ନିଷ୍ପତି ନେଇ ସାରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget