loading...

ଭିତ୍ତିଭୂମିର ପ୍ରତି କ୍ଷେତ୍ରରେ ବିକାଶ ପାଇଁ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ ପାଇଁ ଆଗେଇ ଆସିବାର ଆବଶ୍ୟକତା

୧୬୪ତମ ଏସ୍ ଏଲ୍ ବିସି ବୈଠକ ! ସାମାଜିକ ଭିତ୍ତିଭୂମିର ପ୍ରତି କ୍ଷେତ୍ରରେ ବିକାଶ ପାଇଁ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ ପାଇଁ ଆଗେଇ ଆସିବାର ଆବଶ୍ୟକତା ରହିଛି

ଭିତ୍ତିଭୂମିର ପ୍ରତି କ୍ଷେତ୍ରରେ ବିକାଶ ପାଇଁ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ ପାଇଁ ଆଗେଇ ଆସିବାର ଆବଶ୍ୟକତା

ଭୁବନେଶ୍ୱର, କୋଭିତ୍ ମହାମାରୀ ସଂକ୍ରମଣ ଯୋଗୁଁ ଜନସାଧାରଣଙ୍କ ଜୀବନ ଓ ଜୀବିକା କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ପଡ଼ିଥିଲା । କ୍ରମଶୀ ରାଜ୍ୟ ଆର୍ଥିକ ଅଭିବୃଦ୍ଧି ଆଡ଼କୁ ଗତି କରୁଛି । ସାମାଜିକ ଭିତ୍ତିଭୂମିର ପ୍ରତି କ୍ଷେତ୍ରରେ ବିକାଶ ପାଇଁ ବ୍ୟାଙ୍କ ଗୁଡ଼ିକ ରଣ ପ୍ରଦାନ ପାଇଁ ଆଗେଇ ଆସିବାର ଆବଶ୍ୟକତା ରହିଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଆଜି ୧୬୪ତମ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ପ୍ରାୟତଃ ଦୁଇ ବର୍ଷ ପରେ ବ୍ୟାଙ୍କଗୁଡ଼ିକ କାର୍ଯ୍ୟ ପ୍ରକ୍ରିୟାର ସମୀକ୍ଷା ପାଇଁ ସମସ୍ତଙ୍କ ଉପସ୍ଥିତିରେ ବୈଠକ ଡକାଯାଇଥିବାରୁ ଏସ୍‌ଏଲ୍‌ବିସି ଆବାହକଙ୍କୁ ମନ୍ତ୍ରୀ ଶ୍ରୀ ପୂଜାରୀ ଧନ୍ୟବାଦ ଜଣାଇଥିଲେ ଏବଂ କୋଭିଡ୍ ମାର୍ଗଦର୍ଶିକାର ଉପଯୁକ୍ତ ଅନୁପାଳନ ଓ ଟିକାକରଣ ପ୍ରକ୍ରିୟା ଯୋଗୁଁ ଓଡ଼ିଶା କୋଭିଡ୍ ସଂକ୍ରମଣ ପ୍ରତିହତ କରିବାରେ ଏକ ଅଗ୍ରଣୀ ରାଜ୍ୟ ବୋଲି ପ୍ରକାଶ କରିଥିଲେ । 

ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ସମୟ ଯୋଜନାକୁ ହିତାଧୁକାରୀମାନଙ୍କ ପାଖରେ ପହଞ୍ଚାଇ ଆର୍ଥିକ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ଅଭିବୃଦ୍ଧି ପାଇଁ ସର୍ବଦା ବ୍ୟାଙ୍କଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥା'ନ୍ତି । ରାଜ୍ୟରେ ପ୍ରତି ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ନଥିବାରୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ସମୁଦାୟ ଗ୍ରାମପଞ୍ଚାୟତର ଦୁଇ-ତୃତୀୟାଂଶ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖା ନାହିଁ । ଚଳିତ ଆର୍ଥିକ ବର୍ଷରେ ଏ ଦିଗରେ ମୁଖ୍ୟ ଶାଖା ବ୍ୟାଙ୍କ ଗୁଡ଼ିକ ତୁରନ୍ତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ।

ପବ୍ଲିକ୍‌ ସେକ୍ଟର ବ୍ୟାଙ୍କଗୁଡ଼ିକ ନଗଦ ଜମା ଅନୁପାତ ହ୍ରାସ ହେଉଥିବା ବିପୟ ଉପରେ ଅଧୁକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ଏବଂ ଏହା ଅନ୍ୟୁନ ୬୦ ପ୍ରତିଶତ ହେବା ଉଚିତ୍ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ସ୍ବୟଂ ସହାୟକ ଗୋଷ୍ଠୀ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ବାର୍ଷିକ ରଣ ଯୋଜନା କ୍ଷେତ୍ରରେ ଉତ୍ସାହଜନକ ଭାବେ ଲକ୍ଷ୍ୟ ହାସଲ କରିପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା କହିଥିଲେ ଯେ ଜନସାଧାରଣ ମହାମାରୀ ସହିତ ଯଥେଷ୍ଟ ସଂଘର୍ଷ କରିଛନ୍ତି । ବର୍ତ୍ତମାନ କିଛି ମାତ୍ରାରେ ଆର୍ଥିକ ମାନ୍ଦାବସ୍ଥା ସୁଧୁରି ଥିବାବେଳେ କୃପି, ଅଣୁ, କ୍ଷୁଦ୍ର ଓ  ମଧ୍ୟମ ଉଦ୍ୟୋଗ, ଶିଳ୍ପ କ୍ଷେତ୍ରରେ ରଣ ଯୋଗାଣ ଜାରି ରହିଛି କିନ୍ତୁ ନଗଦ ଜମା ଅନୁପାତ ହ୍ରାସ ପାଇବା ଉଦ୍‌ବେଗର ବିଷୟ । ଏ ଦିଗରେ ବ୍ୟାଙ୍କମାନେ ସମ୍ମିଳିତ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଥିଲେ । ଯେ ରାଜ୍ୟ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଶତପ୍ରତିଶତ ଅଭିବୃଦ୍ଧି ଜାରି ରହିଛି । ବ୍ୟାଙ୍କଗୁଡ଼ିକ ଅଣୁ, କ୍ଷୁଦ୍ର ଓ । ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ଅଗ୍ରାଧୂକାର ଦେଇ ରଣ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ସେ କହିଥିଲେ । କୃପି ଏବଂ କୃପକ ସଶକ୍ତିକରଣ ବିଭାଗର ଶାସନ ସଚିବ ଶ୍ରୀ ଏସ୍.କେ. ବଶିଷ୍ଠ କହିଥିଲେ ଯେ ବ୍ୟାଙ୍କମାନେ ବଳରାମ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କୃପି ଉଦ୍ୟୋଗ ଯୋଜନାରେ ହିତାଧୁକାରୀମାନଙ୍କୁ ତୁରନ୍ତ ରଣ ଯୋଗାଣ ଉପରେ ପ୍ରାଧାନ୍ୟ ଦେବା ଉଚିତ । ଅଣଧାନ କୃମି ସହ କୃପିର ବିବିକରଣ ଏବଂ ଉଦ୍ୟାନ କୃପି କାର୍ଯ୍ୟ ପାଇଁ କୃପକମାନଙ୍କୁ ବ୍ୟାଙ୍କଗୁଡ଼ିକ ମଧ୍ୟ ଋଣ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ ବିଭାଗୀୟ ନୋଡ଼ାଲ ଅଧୁକାରୀମାନଙ୍କୁ ବ୍ୟାଙ୍କଗୁଡ଼ିକ ହିତାଧୁକାରୀଙ୍କ ଆବେଦନ ସଂପର୍କିତ ତଥ୍ୟ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । 

ଆଜିର ଏହି ବୈଠକରେ ଯୋଗଦେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ ଚଳିତ ବର୍ଷ ସମସ୍ତ ବ୍ୟାଙ୍କ ୧,୧୦,୦୦୦ କୋଟି ଟଙ୍କାରୁ ଅଧୁକ ଋଣ ପ୍ରଦାନ କରି ବାର୍ଷିକ ରଣ ଯୋଜନା କ୍ଷେତ୍ରରେ ଥୁବା ଲକ୍ଷ୍ୟ ହାସଲ କରିବାକୁ କହିଲେ । ରାଜ୍ୟ ସରକାର କୃଷକ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଯୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଋଣ ପ୍ରଦାନକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି । ଜିଲ୍ଲାପାଳମାନଙ୍କ ସହିତ ସମନ୍ବୟ ରକ୍ଷା କରି ମୁଖ୍ୟ ବ୍ୟାଙ୍କ ଗୁଡ଼ିକ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ନଗଦ ଜମା ଅନୁପାତ ୬୧.୬୧ ପ୍ରତିଶତ ରହିଥିବାବେଳେ ବ୍ୟାଙ୍କଗୁଡ଼ିକ ଖୁବ୍ ଶୀଘ୍ର ଏହାକୁ ୬୫ରୁ ୭୦ ପ୍ରତିଶକୁ ବୃଦ୍ଧି କରିବା ଦିଗରେ କାର୍ଯ୍ୟକରିବାର ଆବଶ୍ୟକତା ରହିଛି । ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରରେ ଋଣ ଯୋଗଉଥିବା ସର୍ବୋତ୍କୃଷ୍ଟ ବ୍ୟାଙ୍କ ଶାଖାଗୁଡ଼ିକୁ ୨୦୨୦-୨୧ ବର୍ଷ ପାଇଁ ଚୟନ କରାଯାଇ ମୁଖ୍ୟମନ୍ତ୍ରୀ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯିବ । 

ବିଶେଷ କରି କୁପି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ କ୍ଷେତ୍ରରେ ଅଧୁକ ଋଣ ପ୍ରଦାନ କରିଥିବା ବ୍ୟାଙ୍କଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଶ୍ରୀ ଦେବ କହିଥିଲେ । ପ୍ରତି ସ୍ବୟଂ ସହାୟକ ଗୋଷ୍ଠୀକୁ ଗତ ଆର୍ଥିକ ବର୍ଷରେ ୨ ଲକ୍ଷ ୫ ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଥୁଲା । ଏହାକୁ ତିନି ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ନିମନ୍ତେ ଅର୍ଥ ସଚିବ ଶ୍ରୀ ଦେବ ପ୍ରସ୍ତାବ ଦେଇଥଲେ । କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗର ଶ୍ରୀ ଦେବାଶିଷ ପଣ୍ଡା ବୈଠକରେ ଯୋଗଦେଇ ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବାକୁ ଅଧୁକ ତ୍ବରାନ୍ବିତ କରିବା ପାଇଁ ପ୍ରତି ପାଞ୍ଚ କିଲୋମିଟର ବ୍ୟବଧାନରେ ବ୍ୟାକିଂ ପଏଣ୍ଟ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦେଇଥିଲେ । ଏଥିରେ ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ବ୍ୟାଙ୍କ ପ୍ରତିନିଧୁ ମିଳିତ ଭାବେ କାର୍ଯ୍ୟ କରିପାରିବେ । ଦେଶ ଡିଜିଟାଲ୍ ବ୍ୟାଙ୍କିକୁ ପ୍ରାଥମିକତା ଦେଉଥୁବାରୁ ସବୁ ରାଜ୍ୟରେ ଡିଜିଟାଲ୍ ବ୍ୟାକିଂ ବ୍ୟବସ୍ଥା ପ୍ରଚଳନ ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ । 

ଏହି ବୈଠକରେ ଏସ୍‌ଏବିସିର ସାଧାରଣ ପରିଚାଳକ ତଥା ଆବାହକ ଶ୍ରୀ ଅରୂପାନନ୍ଦ ଜେନା ସ୍ୱାଗତ ଭାଷଣ ଦେଇଥିବାବେଳେ ଏସ୍‌ଏବିସିର ଅଧ୍ୟକ୍ଷ ତଥା ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏ.କେ. ଗୋଏଲ୍, ଆର୍‌ବିଆଇର ଆଳିକ ନିର୍ଦ୍ଦେଶକ ଶ୍ରୀ ଏଚ୍.ଏନ୍. ପଣ୍ଡା, ନାବାର୍ଡର ମୁଖ୍ୟ ସାଧାରଣ ପରିଚାଳକ ଶ୍ରୀ ସି. ଉଦୟଭାସ୍କର, ଏଆଇର ମୁଖ୍ୟ ସାଧାରଣ ପରିଚାଳକ ଶ୍ରୀ ବିଦ୍ୟା କ୍ରିଷ୍ଣନ୍, ୟୁକୋ ବ୍ୟାଙ୍କ ଅଫ୍ ଇଣ୍ଡିଆର ଶ୍ରୀ ରମାକାନ୍ତ ପ୍ରଧାନ, ଇଣ୍ଡିଆନ୍ ବ୍ୟାଙ୍କର ସାଧାରଣ ପରିଚାଳକ ଶ୍ରୀ ଏସ୍.ଏସ୍. ରୟ, ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଂଜନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget