ଭୁବନେଶ୍ୱର, ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ୟେଚ୍ଛାସେବୀମାନେ ମୂଲ୍ୟବୋଧର ବାହକ ହୋଇ ସମାଜରେ ପରିବର୍ତ୍ତନ ଆଣିବା ଉଚିତ । ଏହି ପ୍ରଦର୍ଶନ ପ୍ରଥମେ ନିଜଠାରେ ଓ ନିଜ ଶିକ୍ଷାନୁଷ୍ଠାନରେ ପ୍ରୟୋଗ କରିବା ଆବଶ୍ୟକ ବୋଲି ରାଜ୍ୟ ସ୍ତରୀୟ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟସ୍ଥିତ ଡକ୍ଟର ଏମ୍.ଏସ୍. ସ୍ଵାମୀନାଥନ୍ କଫରେନ୍ସ ହଲ୍ରେ ଆୟୋଜିତ ଏହି ଉତ୍ସବରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର ପୌରୋହିତ୍ୟ କରି କହିଥିଲେ ଯେ ମୂଲ୍ୟବୋଧଭିତ୍ତିକ ଶିକ୍ଷା ସହିତ ଶିକ୍ଷାନୁଷ୍ଠାନରେ ନିଶାନିବାରଣ, ରକ୍ତଦାନ ଶିବିର, ବୃକ୍ଷରୋପଣ, ସ୍ୱଚ୍ଛ ଭାରତ ଓ ଦକ୍ଷତା ବିକାଶ ଦିଗରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ କାର୍ଯ୍ୟକରିବା ଉଚିତ ।
ଶିକ୍ଷାନୁଷ୍ଠାନ ପରିସରରେ ବିଭିନ୍ନ ସମୟରେ ଡାକ୍ତର ତଥା ବିଶେଷଜ୍ଞ ମାନଙ୍କୁ ନେଇ ସମ୍ବେଦନଶୀଳତା ଶିବିର ଆୟୋଜନ କରିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । କେବଳ ଜଣେ ଉତ୍ତମ ଛାତ୍ର ନୁହେଁ, ଜଣେ ଉତ୍ତମ ଚରିତ୍ରର ମଣିଷ ହେବା ସହିତ ଅନ୍ୟକୁ ସେଭଳି ହେବା ପାଇଁ ପ୍ରବର୍ତ୍ତାଇବାରେ ଏହି ସ୍ୱେଚ୍ଛାସେବୀମାନେ ବ୍ରତୀ ହେବା ପାଇଁ ସେ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ଓଡ଼ିଶା ଏନ୍ଏସ୍ ଏସ୍ ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ପ୍ରତି ଶିକ୍ଷାନୁଷ୍ଠାନରେ କ୍ୟାମ୍ପସ୍ ଆମ୍ବାସାଡର ନିଯୁକ୍ତି ସହିତ ଏନ୍ଏସ୍ଏସ୍ ରାଜ୍ୟ ପୁରସ୍କାରଗୁଡ଼ିକ ଏହି ଦିବସରେ ପ୍ରଦାନ କରିବାର ପ୍ରସ୍ତାବ ରଖୁଥୁଲେ । ସେ ମଧ୍ୟ ଭାରତ ସରକାରଙ୍କ ବିଭିନ୍ନ ଯୁବ କଲ୍ୟାଣ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ଜାତୀୟ ଯୁବ ପ୍ରକଳ୍ପ ଆବାହକ ଶ୍ରୀ ମଧୁସୂଦନ ଦାସ ଯୋଗଦେଇ ଛାତ୍ର ଜୀବନରେ ଶୃଙ୍ଖଳା ଓ ରାଷ୍ଟ୍ରନିର୍ମାଣର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ଉତ୍ତମ ସଂଗୀତ ଓ ସ୍ଲୋଗାନ ମାଧ୍ୟମରେ କିପରି ଯୁକ୍ତାତ୍ମକ ଉର୍ଜା ଉଜୀବିତ କରିବାକୁ ହେବ ତାହାର ଏକ ପ୍ରୟୋଗାତ୍ମକ ଉଦାହରଣ ସେ ରଖୁଥିଲେ । ମୁଖ୍ୟ ଅତିଥି ଭାବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ଡକ୍ଟର ପନ୍ କୁମାର ଅଗ୍ରୱାଲ ଯୋଗଦେଇ ଉତ୍ତମ ଚରିତ୍ର ଗଠନରେ । ଏନ୍ଏସ୍ଏସ୍ ଉଲ୍ଲେଖନୀୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ୟେଚ୍ଛାସେବୀମାନଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ ସେମାନେ ପରିବର୍ତ୍ତନର କାରଣ ହୁଅନ୍ତୁ ଏବଂ ଏହି ପରିବର୍ତ୍ତନ ସମାଜ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ହେଉ । ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଏନ୍ଏସ୍ଏସ୍ ଶାଖା ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ରାଜ୍ୟ ଜାତୀୟ ସେବା ଯୋଜନା ଅଧୁକାରୀ ତଥା ଉପଶାସନ ସଚିବ ଡକ୍ଟର ରମେଶ ଚନ୍ଦ୍ର ବେହେରା ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଏଏଏସ୍ ଇ.ଟି.ଆଇର ପ୍ରଶିକ୍ଷକ ଡକ୍ଟର ନିରଦ ବରଣ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।
ଅପରାହ୍ନ ଅଧୁବେଶନରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ପ୍ରତିନିଧ୍ୟ କରିଥିବା କୃତୀ ସେଚ୍ଛାସେବୀମାନଙ୍କ ମଧ୍ୟରେ ପ୍ରବନ୍ଧ, ବସ୍ତୁତା, ସାଧାରଣ ଜ୍ଞାନ ଓ ଦେଶାତ୍ମବୋଧକ ସଂଗୀତ । ଆଦିର ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥୁଲା । ତତ୍ପରେ ଅନୁଷ୍ଠିତ ଉଦ୍ୟାପନୀ ଉତ୍ସବରେ କୃତୀ ସ୍ୱେଚ୍ଛାସେବୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉଦ୍ଯାପନୀ ଉତ୍ସବରେ ଇ.ଟି.ଆଇର ସଂଯୋଜକ ପ୍ରଫେସର ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର ଓ ଉତ୍କଳ ବିଶ୍ଵବିଦ୍ୟାଳୟ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ବ୍ରଜ ନାରାୟଣ ପାତ୍ର ଯୋଗଦେଇଥିଲେ । ୩୦ଟି ଜିଲ୍ଲାର ଜିଲ୍ଲା କାର୍ଯ୍ୟକ୍ରମ ଅଧୁକାରୀମାନେ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Post a Comment