loading...

ଆଇ.ଆଇ.ଟି ହାଇଦ୍ରାବାଦର ଜାଲି ରିପୋର୍ଟ ମାମଲାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ : କଂଗ୍ରେସ

ଆଇ.ଆଇ.ଟି ହାଇଦ୍ରାବାଦର ଜାଲି ରିପୋର୍ଟ ମାମଲା ! ମେଗା ପାଇପ ଜଳ ପ୍ରକଳ୍ପ ବନ୍ଦ କରାଯିବା ସହ ଠିକାଦାର ସଂସ୍ଥାକୁ ବ୍ଲାକ ଲିଷ୍ଟ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ

ଆଇ.ଆଇ.ଟି ହାଇଦ୍ରାବାଦର ଜାଲି ରିପୋର୍ଟ ମାମଲାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ : କଂଗ୍ରେସ

ଭୁବନେଶ୍ୱର, କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା ନଦୀରେ ନିର୍ମାଣଧୀନ ମେଗା ପାଇପ ଜଳ ପ୍ରକଳ୍ପରେ ଆଇ.ଆଇ.ଟି ହାଇଦ୍ରାବାଦର ଜାଲି ରିପୋର୍ଟ ଦେଖାଇ ସରକାର ପ୍ରକଳ୍ପ ସଂଜୁର କରିଛନ୍ତି । ଜାଲ ରିପୋର୍ଟ ସଂପର୍କରେ ପ୍ରଥମେ ପ୍ରଦେଶ କଂଗ୍ରେସ ଖୁଲାସା କରିଥିଲା । ଏବେ ଆରଟିଆଇ ତଥ୍ୟ ରାଜ୍ୟ ସରକାରଙ୍କୁ ଜାଲିଆତିକୁ ସ୍ପଷ୍ଟ ଦିବାଲୋକରେ ଧରା ପକେଇ ଦେଇଛି । ଖରସ୍ରୋତା ନଦୀ ଉପରେ ଭଦ୍ରକ ଜିଲ୍ଲା ପାଇଁ ହେଉଥିବା ୧ ହଜାର କୋଟି ଟଙ୍କାର ସଂପୂର୍ଣ୍ଣ ମେଗାପାଇପ ଜଳ ପ୍ରକଳ୍ପଟି ଏକ ଘୋଟାଲା ବୋଲି ଆଇଆଇଟି ହାଇଦ୍ରାବାଦ କର୍ତ୍ତପକ୍ଷ ଦେଇଥିବା ତଥ୍ୟରୁ ପ୍ରମାଣିତ ବୋଲି କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ କହିଛନ୍ତି । ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକଳ୍ପ ସଂଜୁରୀ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆଇଆଇଟି ହାଇଦ୍ରାବାଦର ଜାଲି ରିପୋର୍ଟ ରାଜ୍ୟ ଇତିହାସର ସବୁଠାରୁ କଳଙ୍କିତ ଘଟଣା ବୋଲି କୁହାଯାଇଛି ।

ପରିବେଶ ସଂଜୁରୀ ପାଇଁ ଜାଲ ରିପୋର୍ଟ ପ୍ରଦାନ କରିବା ଏକ ଧତୈବ୍ୟ ଅପରାଧ ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ ଆରଡବ୍ଲଏସ୍‌ଏସ୍‌ର ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ ମକଦମା ରୁଜୁ କରାଯିବା ପାଇଁ କଂଗ୍ରେସ ଦାବି କରୁଛି । ଯେହେତୁ ଜାଲ ରିପୋର୍ଟ ବଳରେ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି ତେଣୁ ଧରାପଡ଼ିବା ପରେ ସଂପୂର୍ଣ୍ଣ ପ୍ରକଳ୍ପ ବେଆଇନ ଏବଂ ଅବୈଧ ତେଣୁ ତୁରନ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ସତ୍ୟପ୍ରକାଶ ନାୟକ ଦାବି କରିଛନ୍ତି । ଏଭଳି ଏକ ବିରାଟ ଘୋଟାଲା ସଂଭବ ହେବା ପଛରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଭୂମିକାକୁ ଏଡ଼ାଯାଇ ନପାରେ ଯେଉଁଥିପାଇଁ ପ୍ରତାପ ଦେବଙ୍କ ସହ ଅନ୍ୟ ବିଜେଡ଼ି ନେତା ମୁହଁ ଖୋଲୁ ନାହାଁନ୍ତି ବୋଲି ସତ୍ୟ ପ୍ରକାଶ ନାୟକ କହିଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଏହି ଘୋଟାଲାରେ କୌଣସି ଭୂମିକା ନାହିଁ ତେବେ କାଳ ବିଳମ୍ବ ନକରି ଜାଲ ରିପୋର୍ଟ ମାମଲାରେ କ୍ରାଇମବ୍ରା ତଦନ୍ତ ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଶ୍ରୀ ନାୟକ ଦାବି କରିଛନ୍ତି ।

ଏହା ବ୍ୟତୀତ ଏହି ଜାଲ ସାର୍ଟିଫିକେଟ ଆସିଲା କେଉଁଠୁ କିଏ ଏହି ଜାଲ ସାର୍ଟିଫିକେଟ ପ୍ରସ୍ତୁତ କରିଛି ଏହାର ତଦନ୍ତ ସରିବା ଯାଏ ଗ୍ରାମୀଣ ଜଳ ଯୋଗାଣ ବିଭାଗର ମୁଖ୍ୟମନ୍ତ୍ରୀଙ୍କୁ ନିଲମ୍ବନ କରାଯାଉ ଏବଂ ସଂପୃକ୍ତ ଠିକାଦାର ସଂସ୍ଥାକୁ ରାଜ୍ୟରେ ବ୍ଲାକଲିଷ୍ଟ କରାଯାଉ ବୋଲି ସତ୍ୟ ପ୍ରକାଶ ନାୟକ ଦାବି କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର, ପ୍ରଶାନ୍ତ ଶତପଥ, ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget