loading...

ଚିଟଫଣ୍ଡ ଠକେଇ ଅପରାଧି ସରକାର ! ଅସହାୟ ଜମାକାରୀ : କଂଗ୍ରେସ

ଚିଟଫଣ୍ଡ ଠକେଇ ମାମଲାରେ ରାଜ୍ୟବାସୀଙ୍କର ଦାବୀଥୁଲା ଅପରାଧୁ ଦଣ୍ଡ ପାଉ, ଜମାକାରୀ ଟଙ୍କା ପାଉ

ଚିଟଫଣ୍ଡ ଠକେଇ ଅପରାଧି ସରକାର ! ଅସହାୟ ଜମାକାରୀ : କଂଗ୍ରେସ

ଭୁବନେଶ୍ୱର, ଚିଟଫଣ୍ଡ ଠକେଇ ମାମଲାରେ ରାଜ୍ୟବାସୀଙ୍କର ଦାବୀଥୁଲା ଅପରାଧୁ ଦଣ୍ଡ ପାଉ, ଜମାକାରୀ ଟଙ୍କା ପାଉ । କିନ୍ତୁ ଦୁର୍ଭାଗ୍ୟକୁ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାର ପରସ୍ପର ହାତ ମିଳାଇ ଏହି ଉଭୟ ଲକ୍ଷରୁ ଓହରିଯାଇଛନ୍ତି । ଏହା ସ୍ପଷ୍ଟ ଭାବରେ ଅସାଧୁ କମ୍ପାନୀମାନଙ୍କ ସ୍ବାର୍ଥରେ ଓ କ୍ଷତିଗ୍ରସ୍ତ ଜମାକାରୀଙ୍କ ସ୍ବାର୍ଥ ବିରୋଧରେ ଉଭୟ ସରକାର ଥୁବାର ପ୍ରମାଣିତ କରୁଛି ବୋଲି ଆଜି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ପିସିସି ମିଡିଆ ବିଭାଗ ଅଧକ୍ଷ ଶ୍ରୀ ଗଣେଶ୍ଵର ବେହେରା ଅଭିଯୋଗ କରିଛନ୍ତି । 

ଶ୍ରୀ ବେହେରା ନଅଟି ସଂଗୀନ ଅଭିଯୋଗ ଆଣି ଦର୍ଶାଇଛନ୍ତି ଯେ: 

• ସରକାର ଜନ୍ମଦାତା ବିଜେପି ନେତୃତ୍ବାଧୁନ କେନ୍ଦ୍ର ସରକାରଙ୍କ ଦ୍ବାରା ସମବାୟ ସଂଶୋଧନ ଆଇନ -୨୦୦୧ ଓ ରାଜ୍ୟ ବିଜେଡ଼ି ସରକାରଙ୍କ ଦ୍ବାରା ସ୍ବୟଂ ସହାୟକ ସମବାୟ ଆଇନ- ୨୦୦୨ ପ୍ରଣୀତ କରି ଅସୁମାରୀ ଅସାଧୁ କମ୍ପାନୀଙ୍କୁ ଜନ୍ମଦେଲେ, ଅତଏବ ସରକାର ହେଲେ ଜନ୍ମଦାତା । 

• ସରକାରୀ ପ୍ରୋତ୍ସାହନକାରୀ ଏହି ଠକ କମ୍ପାନୀ ମାନଙ୍କ ସହଭାଗୀତାରେ ସାମିଲ ହେବା ଓ ସେମାନଙ୍କର ଆମ୍ବାସାଡ଼ର ସାଜିବା ଫଳରେ କମ୍ପାନୀ ମାନଙ୍କର ବିଶ୍ୱସନୀୟତା ବଢ଼ିଲା ଓ ତଦୁନଯାୟୀ ବ୍ୟବସାୟ ମଧ୍ୟ ବଢ଼ିଲା । ଏପରିକି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଶାସକ ଦଳର ମନ୍ତ୍ରୀ ବିଧାୟକ ମାନେ ମଧ୍ୟ ସାଧାରଣରେ କମ୍ପାନୀ ତରଫରୁ ଆୟୋଜିତ କାର୍ଯ୍ୟକ୍ରମର ଯୋଗଦେଇ ସେମାନଙ୍କୁ ପ୍ରଶଂସା ପତ୍ର ବାଟିଲେ । ଏହା ଫଳରେ କମ୍ପାନୀ ମାନେ ଆନୁଷ୍ଠାନିକ ପ୍ରୋତ୍ସାହନ ପାଇଲେ ଓ ଠକି ଚାଲିଲେ । 

• ସରକାର ପ୍ରମାଣନଷ୍ଟକାରୀ କ୍ରାଇମବ୍ରାଞ୍ଚ ଦ୍ବାରା ଉକ୍ତ କମ୍ପାନୀ ଗୁଡ଼ିକର ଅଫିସ ସିଲ କରାଯାଇ କମ୍ପ୍ୟୁଟର ମାନଙ୍କରେ ଗଚ୍ଛିତ ଥିବା ହାର୍ଡ଼ଡିସ୍କ ଜବତ କଲେ । କିନ୍ତୁ ତାହାକୁ ପୋଲିସର ମେଗା ହାର୍ଡ଼ଡିସ୍କରେ ଗଚ୍ଛିତ ରଖୁଲେ ନାହିଁ । ୨/୩ ମାସ ପରେ ଜବତ ହୋଇଥିବା ହାର୍ଡ଼ଡିସ୍କ ଗୁଡ଼ିକ ଅଯରେ ପଡ଼ି ନଷ୍ଟ ହୋଇଗଲା ଓ ତା’ସହିତ ନେଣଦେଣ ସଂକ୍ରାନ୍ତୀୟ ସମସ୍ତ ମୂଲ୍ୟବାନ ତଥ୍ୟ ମଧ୍ୟ ନଷ୍ଟ ହୋଇଗଲା । ଏହା ତଥ୍ୟ ପ୍ରମାଣ ନଷ୍ଟ କଲା । 

• ନିରର୍ଥକ ସଂପତି ଅଧଗ୍ରହଣ ସଂପତି ଜବତ ହେଲା, କିନ୍ତୁ ଜମାକାରୀ ଲାଭପାଇଲେ ନାହିଁ । ରାଜ୍ୟ ସରକାର ଠକ କମ୍ପାନୀ ମାନଙ୍କର ସ୍ଥାବର ସଂପତି ଯଥା: ଜମି ଓ କୋଠାବାଡ଼ି ଜବତ କଲେ, ସରକାରୀ ମାଲିକାନା ସାବ୍ୟସ୍ତ କଲେ, ସେମାନଙ୍କର ବ୍ୟାଙ୍କ ଜମା ସିଜ୍ କଲେ, କିନ୍ତୁ ଉପଲବ୍ଧ ଅର୍ଥ କ୍ଷତିଗ୍ରସ୍ତ ଜାମାକାରୀଙ୍କ ସ୍ବାର୍ଥରେ ଆସିଲା ନାହିଁ । 

• ଜମାକାରୀଙ୍କ ଉପରେ ଟିକସ ବୋଝ ପ୍ରାୟ ୩୦ ଲକ୍ଷ ଜମାକାରୀ ମାନ୍ୟବର ତଦନ୍ତ କମିଶନ ନିକଟରେ ଷ୍ଟାମ୍ପ ଫି ଦେଇ ସେମାନଙ୍କର ଆପତି ଅଭିଯୋଗ ଆଫିଡେଭିଟ ଜରୀଆରେ ଦାଖଲ କଲେ । ଏ ଦିଗରେ ସରକାର ପରୋକ୍ଷଭାବରେ କ୍ଷତିଗ୍ରସ୍ତଙ୍କ ଉପରେ ଟିକସ ଲଦି ପ୍ରାୟ ୫ କୋଟି ଟଙ୍କା ରାଜସ୍ୱ ବଢ଼ାଇଲେ । ସରକାର ଲାଭରେ ରହିଲେ, ଜମାକାରୀ କ୍ଷତିରେ ରହିଲେ । 

• କୋଟି ଅବମାନନା ଓଡ଼ିଶା ଜମାକାରୀ ସ୍ଵାର୍ଥ ସୁରକ୍ଷା ଆଇନ-୨୦୧୧ ବଳରେ ପ୍ରତିଷ୍ଠିତ ସ୍ବତନ୍ତ୍ର ବିଚାରଳୟ ଫେବୃଆରୀ ୨୬, ୨୦୨୧ ରେ ସି-ସୋର କମ୍ପାନୀର ସମ୍ପତି ନିଲାମ କରି ଉପଲବ୍ଧ ୬୩୫ କୋଟି ଟଙ୍କା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବାଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆଜି ସୁଦ୍ଧା ଜଣିଏ ହେଲେ ଜମାକାରୀଙ୍କୁ ଅର୍ଥ ପ୍ରଦାନ କରାଯାଇ ନାହିଁ । ଏହା ବିଚାରାଳୟର ଅବମାନନା ନୁହେଁତ ଆଉ କ’ଣ ? 

• ୩୦୦ କୋଟି କର୍ପସ ପାଣ୍ଠି ପ୍ରହଶନ । ୨୦୧୯ ମସିହାରେ ରାଜ୍ୟ ସରକାର ୩୦୦ କୋଟି ଟଙ୍କାର କର୍ପସ ପାଣ୍ଡିର ଘୋଷଣା କଲେ ଓ ଏହା ସ୍ବଳ୍ପ ଜମାକାରୀଙ୍କୁ ଦିଆଯିବ ବୋଲି ଡିଣ୍ଡିମ ପିଟିଲେ । ମାତ୍ର ଏହି ପାଣ୍ଠିରୁ ବର୍ତମାନ ସୁଦ୍ଧା କେତେ ଟଙ୍କା ଓ କେତେଜଣ ଜମାକାରୀକୁ ବଂଟାଯାଇଛି ବୋଲି ବିଧାନ ସଭାରେ । ଏକ ପ୍ରଶ୍ନର ଉତର ଦେଇ ଚଳିତ ସେପ୍ଟେମ୍ବର ୬,୨୦୨୧ ରେ ମାନ୍ୟବର ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ତଥ୍ୟ ସଂଗ୍ରହ କରାଯାଉଛି । ଜମାକାରୀଙ୍କ ପ୍ରତି ଏତାଦୃଶ ଚରମ ଉଦାସୀନତା ପ୍ରତାରଣା ବ୍ୟତୀତ କିଛି ନୁହେଁ । 

• ତଦନ୍ତର ଅପମୃତ୍ୟୁ ଚିଟଫଣ୍ଡ ଠକେଇ ମାମଲାରେ ଅତ୍ୟନ୍ତ ନିଷ୍ଠାର ସହ ତଦନ୍ତ କରୁଥିବା ନ୍ୟାୟମୂର୍ତ୍ତି ମଦନ ମୋହନ ଦାସ କମିଶନର ତଦନ୍ତ କାର୍ଯ୍ୟ ଅସମ୍ପୂର୍ଣ୍ଣ ଥୁବାବେଳେ ଓ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ ଆଫିଡେଭିଟର ତନଖୁ ଆରମ୍ଭ ହୋଇନଥିବା ସ୍ୱତ୍ତ୍ୱେ ସରକାର ଭୟଭୀତ ହୋଇ ଠକ କମ୍ପାନୀ ମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଫେବୃଆରୀ ୪, ୨୦୧୯ ରୁ କମିଶନଙ୍କ କାର୍ଯ୍ୟକାଳ ଅଧୁକ ସମୟ ପାଇଁ ବଢ଼ାଇବାକୁ ମନା କରିଦେଲ । ଫଳତଃ କମିଶନଙ୍କ ସହ ତଦନ୍ତର ଅପମୃତ୍ୟୁ ହେଲା । ଅପରାଧୁ ପ୍ରୋତ୍ସାହିତ ହେଲେ, ଜମାକାରୀଙ୍କ ସ୍ୱାର୍ଥ ବିଡ଼ମ୍ବିତ ହେଲା । ଏହା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର । 

• ୭ ବର୍ଷରେ ମାତ୍ର ୭୦୦୦ ରୁ କମ ଜମାକାରୀ ଉପକୃତ ବିଗତ ୭ ବର୍ଷ ମଧ୍ୟରେ ୧୦ କୋଟି ଟଙ୍କାରୁ କମ୍ ରାଶି ମାତ୍ର ୭ ହଜାରରୁ କମ୍ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପୈଠ କରାଯାଇଛି । ଅର୍ଥାତ କର୍ପସ ପାଣ୍ଡି ୩୦୦ କୋଟି ଓ ଠକ କମ୍ପାନୀର ନିଲାମ ସୂତ୍ରରୁ ଆୟ ହୋଇଥିବା ହଜାର କୋଟିରୁ ଉର୍ଦ୍ଧ ଟଙ୍କା ଥାଇ ମଧ୍ୟ ୧୦ କୋଟି ଟଙ୍କାବି ବଂଟାଯାଇ ପାରିଲା ନାହିଁ । ଏହା ଜମାକାରୀଙ୍କ ପ୍ରତି ସରକାରଙ୍କର ଦାୟୀତ୍ବବୋଧ ଓ ଦରଦ କେତେ ତାହା ପ୍ରମାଣ କରୁଛି । ଚିଟଫଣ୍ଡ ଠକେଇ ମାମଲାରେ ଏକ କମ୍ପାନୀ ମାନଙ୍କ ଠାରୁ ସରକାର ବଡ଼ ଅପରାଧି । ଜମାକାରୀଙ୍କୁ ଟଙ୍କା ଦିଅ ନତୁବା ଇସ୍ତଫା ଦିଅ ବୋଲି ପିସିସି ମିଡ଼ିଆ ବିଭାଗ ଅଧକ୍ଷ ଶ୍ରୀ ବେହେରା ଆହ୍ବାନ ଦେଇଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget