loading...

ଅରିନ୍ଦମ ଦାସ ଓ ସୀତାରାମ ମୁର୍ମ ପାଇଁ ବିଜେପି ଭୁବନେଶ୍ବର ଯୁବ ମୋର୍ଚ୍ଚାର ଶ୍ରଦ୍ଧାଞ୍ଜଳି

ରିପୋର୍ଟର ଅରିନ୍ଦମ ଦାସ ଓ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କ ଅମର ଆତ୍ମାର ସଦଗତି ପାଇଁ ଆଜି ଭୁବନେଶ୍ଵର ରାମ ମନ୍ଦିର ସମ୍ମୁଖରେ ଏକ ଶ୍ରଦ୍ଧାଞ୍ଜଳି ସଭା

ଅରିନ୍ଦମ ଦାସ ଓ ସୀତାରାମ ମୁର୍ମ ପାଇଁ ବିଜେପି ଭୁବନେଶ୍ବର ଯୁବ ମୋର୍ଚ୍ଚାର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ଭୁବନେଶ୍ଵର ସାଂଗଠନିକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ଓଟିଭି ର ଚିଫ ରିପୋର୍ଟର ଅରିନ୍ଦମ ଦାସ ଓ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କ ଅମର ଆତ୍ମାର ସଦଗତି ପାଇଁ ଆଜି ଭୁବନେଶ୍ଵର । ରାମ ମନ୍ଦିର ସମ୍ମୁଖରେ ଏକ ଶ୍ରଦ୍ଧାଞ୍ଜଳି ସଭା ଯାଇଥିଲା । ଏହି ଘଟଣା ସମଗ୍ର ଓଡ଼ିଶାରେ ଦୁଃଖର ଛାୟା ଖେଳେଇ ଦେଇଛି ।ଗଜରାଜ ଉଦ୍ଧାର ବେଳେ ମୁଣ୍ଡୁଳି ରେ ଓଡ୍ରାଫ୍ ବୋଟ୍ ଓଲଟି ଓଟିଭି ଚିପ୍ ରିପୋର୍ଟ ଅରିନ୍ଦମ ଦାସ ଓ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କ ଅକାଳ ବିୟୋଗ ଘଟିଥିଲା। ସ୍ବର୍ଗତଃ ଅରିନ୍ଦମ ଦାସ ଓ ସୀତାରାମ ମୁର୍ମୁଙ୍କ ପାଇଁ ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଥିଲା । 

ଦିବଂଗତ ସ୍ବର୍ଗତ ଅରିନ୍ଦମ ଦାସ ଓ ସୀତାରାମ ମୁର୍ମୁଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ତାଙ୍କର ଆତ୍ମାର ସତଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା ସହ ଦୀପ ପ୍ରଜ୍ଜଳନ କରାଯାଇଥିଲା । ସୂଚନା ମୁତାବିକ, ଶୁକ୍ରାବର ସକାଳୁ ଆଠଗଡ଼ ବନାଅଞ୍ଚଳ ହାତୀପଲ ନଦୀ ପାର୍ ସମୟରେ ୭ଟି ହାତୀ ଭାସିଯାଇଥିଲେ । କିନ୍ତୁ ଛୁଆ ହାତୀଟି ମୁଣ୍ଡୁଳି ବ୍ରିଜ୍‌ ନିକଟରେ ଦୀର୍ଘଘଣ୍ଟା ଧରି ଫଶି ଯାଇଥିବା ହାତୀଟିକୁ । ଉଦ୍ଧାର କରିବାକୁ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ଓଡ୍ରାଫ୍ ଟିମ୍ ରବର୍ ବୋଟ୍ରେ ୫ ଜଣ ଓଡ୍ରାଫ୍ କର୍ମଚାରୀଙ୍କ ସହ ଓଟିଭିର ପ୍ରତିନିଧେ ଯାଇଥିଲେ। ମହାନୀର ପ୍ରଖର ସ୍ରୋତରେ ରବ୍ ବୋଟି ଭାରସାମ୍ୟ ହରାଇ ଓଲଟିପଡିଥିବା ଫଳରେ ବୋଟ୍ ଥିବା ୭ ଜଣ ନଦୀ ପାଣିରେ ବୁଡିଯାଇଥିଲେ । 

ଏହି ଘଟଣାରେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଓ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ହୋଇଥିଲା । ଏହି ଶୋକସଭାରେ ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁସିଂ, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଶେଖର ଛୋଟରାୟ, ଜିଲ୍ଲା ସମ୍ପାଦକ ତାପସ ଦଳାଇ, ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ବିଜେପି ନେତା ଇଦିଶ ଭୁଇଁଆ, ସଂଗ୍ରାମ ନାୟକ, ସୁନୀଲ ସାହୁ,ପ୍ରସାନ୍ତ ନାୟକ, ସୁଭମ ମହାପାତ୍ର, ଟିକିନା ନାୟକ, ପିଉସ ସାହୁ, ଦେବାଶିଷ ମଲ୍ଲିକ, ଆଶିଷ କୁମାର ସିଂହା, ଶୁଭକାନ୍ତ ସାହୁ, ସମ୍ବିତ ମହାପାତ୍ର, ବବିତା ଜେନା, ସବିତା ପଟ୍ଟନାୟକ, ରଜନୀ ବାଳା ଦାସ ପ୍ରମୁଖ ଯୋଗଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget