loading...

ଓଡିଶା ପ୍ରଦେଶ ଯୁବ କଂଗ୍ରେସର ରାଜ୍ୟସ୍ତରୀୟ ଆଦିବାସୀ ଯୁବ ସର୍ବୋଦୟ ସଂକଳ୍ପ ପ୍ରଶିକ୍ଷଣ ଶିବିର

ଓଡିଶା ପ୍ରଦେଶ ଯୁବ କଂଗ୍ରେସର ରାଜ୍ୟସ୍ତରୀୟ ଆଦିବାସୀ ଯୁବ ସର୍ବୋଦୟ ସଂକଳ୍ପ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ଏବଂ ପ୍ରଦେଶ ଯୁବ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଓଡିଶା ପ୍ରଦେଶ ଯୁବ କଂଗ୍ରେସର ରାଜ୍ୟସ୍ତରୀୟ ଆଦିବାସୀ ଯୁବ ସର୍ବୋଦୟ ସଂକଳ୍ପ ପ୍ରଶିକ୍ଷଣ ଶିବିର

ରାଉରକେଲା, ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡ.ସୁତିରଞ୍ଜନ ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସେପ୍ଟେମ୍ବର ୨୩ ତାରିଖ ଠାରୁ ସୁନ୍ଦରଗଡ ଜିଲ୍ଲାର କଲୁଙ୍ଗାଠାରେ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ଯୁବ ସର୍ବୋଦୟ ସଂକଳ୍ପ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ ଆଦିବାସୀ ଯୁବକମାନଙ୍କ ଭୂମିକାକୁ ନେଇ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଦିବାସୀ ଯୁବକ, ଯୁବତୀମାନେ ଯୋଗ ଦେଇ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ଦେଇଥିଲେ ଅଖିଳ ଭାରତୀୟ କଂଗ୍ରେସ କମିଟିର ପ୍ରଶିକ୍ଷଣ ପ୍ରଭାରୀ ସଚ୍ଚିନ ରାଓ, ଅଖିଳ ଭାରତୀୟ ଯୁବ କଂଗ୍ରେସର ପ୍ରଶିକ୍ଷଣ ପ୍ରଭାରୀ ସୀତାରାମ ଲାସା ଏବଂ ଯୁବ କଂଗ୍ରେସର ପ୍ରଶିକ୍ଷଣ ଟିମ୍ ସଦସ୍ୟମାନେ ଆଦିବାସୀମାନଙ୍କ ଭୂମିକା, ହକ୍ ଏବଂ ବିଭିନ୍ନ ସମସ୍ୟାକୁ ନେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । 

ପ୍ରଥମ ଦିବସରେ ପ୍ରଶିକ୍ଷଣ ଦେଇଥିଲେ ସଚ୍ଚିନ ରାଓ ଯାହା ଆଦିବାସୀମାନଙ୍କ ଭୂମିକା ଓ ହକ୍ ଉପରେ ପର୍ଯ୍ୟବେଷିତ ଥିଲା । ଦ୍ବିତୀୟ ଦିବସରେ ଅଖିଳ ଭାରତୀୟ ଯୁବ କଂଗ୍ରେସ ପ୍ରଭାରୀ କ୍ରିଷ୍ଣା ଆଲାବାରୁ ପହଞ୍ଚି ଆଦିବାସୀ ଯୁବକ-ଯୁବତୀଙ୍କୁ ଶିକ୍ଷାର ପ୍ରସାର, କଂଗ୍ରେସର ଭୂମିକା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ତୃତୀୟ ଦିବସରେ ଅଖିଳ ଭାରତୀୟ ଯୁବ କଂଗ୍ରେସର ସଭାପତି ବି.ଭି. ଶ୍ରୀନିବାସ ପହଞ୍ଚି ପ୍ରଶିକ୍ଷଣ ଶିବିରରେ ଆଦିବାସୀ ଯୁବକ, ଯୁବତୀମାନଙ୍କୁ ଉତ୍ସାହିତ କରିବା ସହିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଆଦିବାସୀ ତଥ୍ୟ ଉପସ୍ଥାପନ କରିଥିଲେ । ପ୍ରତ୍ୟେକ ଦିନ ପ୍ରଶିକ୍ଷଣ  ଶିବିର ସହ ଶ୍ରମଦାନ, ସାଂସ୍କୃତିକ କାର୍ଯ୍ୟ ଆୟୋଜିତ ହୋଇଥିଲା । ଉଦ୍‌ଯାପନୀ ଦିବସରେ ପ୍ରଶିକ୍ଷଣ ଶିବିରକୁ ଆସିଥିବା ଆଦିବାସୀ ଯୁବକ ଯୁବତୀମାନଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା । 

ପରେ ଓଡିଶା ପ୍ରଦେଶ ଯୁବ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସର ସମସ୍ତ ପଦାଧିକାରୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି, ଜିଲ୍ଲା ଯୁବ କଂଗ୍ରେସ ପଦାଧିକାରୀ, ବିଧାନସଭା ଯୁବ କଂଗ୍ରେସ ସଭାପତିମାନେ ଯୋଗଦାନ କରିଥିଲେ। ଯୁବ କଂଗ୍ରେସର ଆଗାମୀ କାର୍ଯ୍ୟପନ୍ଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୁବ ମାରଣ ନୀତି ବେରୋଜଗାରୀ, ମହଙ୍ଗା ମାଡ଼ରେ ଥିବା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରବୃଦ୍ଧି ସମସ୍ୟାକୁ ନେଇ ରାଜ୍ୟବ୍ୟାପି କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରାଯାଇଛି । 

ଏହି କାର୍ଯ୍ୟକାରିଣି ବୈଠକରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସମ୍ପାଦକ ବିଶ୍ୱରଞ୍ଜନ ମହାନ୍ତି, ଅଖିଳ ଭାରତୀୟ ଯୁବ କଂଗ୍ରେସର ପ୍ରଭାରୀ କ୍ରିଷ୍ଣୁଆ ଆଲ୍ଲାବରୁ, ଅଖିଳ ଭାରତୀୟ ଯୁବ କଂଗ୍ରେସର ସଭାପତି ବି.ଭି. ଶ୍ରୀନିବାସ, ଓଡିଶା ଯୁବ କଂଗ୍ରେସ ପ୍ରଭାରୀ ପ୍ରତିଭା ରଘୁବଂଶୀ, ସହ-ପ୍ରଭାରୀ ରିୟାଜୁଲ ଅନସାରୀ, ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀ, ବିଧାୟକ ରାଜନ ଏକ୍‌ ଏବଂ ବହୁ ପ୍ରମୁଖ ନେତୃବୃନ୍ଦ ଯୋଗ ଦାନ କରିଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget