ଭୁବନେଶ୍ୱର, ଶିକ୍ଷା ଓ ଅନୁସନ୍ଧାନ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ଦୁଇ ଦିନିଆ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ଆଲେଖ୍ୟ ଶୀର୍ଷକ ଥିଲା " ରିସେଟ ଆଡ୍ଭାସେସ୍ ଇନ୍ ମେକାନିକାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଟର।" ଏଥିରେ ୧୦ ୦ ରୁ ଉର୍ଦ୍ଧ ଏକାଡେମିକ୍, ରିସର୍ଚ୍ଚ ସ୍କଲାର୍ସ ଏବଂ ଶିଳ୍ପ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ । ଶନିବାର ଦିନ ଶେଷ ହୋଇଥିବା ଏହି ସମିଳନୀ ନୂତନ ସାମଗ୍ରୀ ଏବଂ ଏହାର ବ୍ୟବହାର ସହିତ ଥର୍ମାଲ୍ ଇଞ୍ଜିନିୟରିଂ, ଡିଜାଇନ୍ ଏବଂ ମାନୁଫାକ୍ଚରିଂ ଇଞ୍ଜିନିୟରିଂ, ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ ଏବଂ ରିକ୍ୟୁଆଲ ଏନଜି ରିସର୍ଚ୍ଚ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବା ଓ ଏକାଡେମୀ ଏବଂ ଶିଳ୍ପକୁ ଏକତ୍ରିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଏହି ସମ୍ମିଳନୀର କଭେନର୍ ଡ. ପ୍ରେମାନନ୍ଦ ପ୍ରଧାନ କହିଛନ୍ତି ।
ଆମେ ବିଶ୍ବର ବିଭିନ୍ନ ଦେଶରୁ ୧୫୬ ଟି ଗୁଣାତ୍ମକ ଗବେଷଣା ସନ୍ଦର୍ଭ ପାଇବା ସହିତ ସେଥିରୁ ୧୦୫ଟି କୁ ଉପସ୍ଥାପନା ଓ ଉତମ ପ୍ରକାଶନ ପାଇଁ ଗ୍ରହଣ କରିଛୁ ବୋଲି ଡ. ପ୍ରଧାନ କହିଛନ୍ତି । ଆମେରିକାର ଭର୍ଜିନିଆ ଟେର ପ୍ରଫେସର ଡେଭିସ୍ ସଟ୍ ସିଙ୍କ ମୁଖ୍ୟ ବକ୍ତାଭାବେ ଏହି ସମିଳନୀ ଯୋଗ ଦେବା ସହିତ ଲାର୍ଜ ୱେଲ ସଂଟରପ୍ରାଇଜେସ୍ ଟ୍ରାନ୍ସଫର୍ମେସନ୍ ଏବଂ ଶିଳ୍ପାୟନରେ ପୋଷ୍ଟ ପାଣ୍ଡାମିକ୍ ପରିସ୍ଥିତିରେ ଯୁବପିଢ଼ି କିପରି ନିଜର ଦକ୍ଷତା ବିକାଶ କରିପାରିବେ ସେ ବିଷୟରେ ଆଲୋକପାତ କରିଥିଲେ । ଆମେରିକାର ପିତ୍ସବର୍ଗ ୟୁନିଭସିଟିର ପ୍ରଫେସର ବୋପାୟା ବିଡାଣ୍ଡା ଅନିଶ୍ଚିତତା ଏବଂ ବିଭ୍ରାନ୍ତିକର ଅବସ୍ଥାରେ କର୍ପୋରେଟ୍ ସୁରତା କିପରି ବଜାୟ ରହିପାରିବ ସେ ନେଇ ଏହି ସମିଳନୀରେ ଆଲୋଚନା କରିଥିଲେ ।
ଏହି ସମିଳନୀର ଉଦ୍ଘାଟନୀ ଅଧିବେଶନରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ସୋଆ ପ୍ରୋ- ଭାଇସ୍ ଚ୍ୟାନସେଲର ପ୍ରଫେସର ପି.କେ. ନନ୍ଦ, ସୋଆର ମୁଖ୍ୟ ପରାମର୍ଶଦାତା ପ୍ରଫେସର ଆର. ପି. ମହାନ୍ତି ଓ ବ୍ଲ ଡୋମ୍ ଇଂଟେଲିଜେନ୍ସର ନିର୍ଦ୍ଦେଶକ ଡ. ଅମୀୟ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ ।ନରୱେର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ୟୁନିଭସିଟିର ପ୍ରଫେସର ଏ. ରୋଲ୍ଷ୍ଟାଡାସ୍, ଆର୍ୟଲାଣ୍ଡର ଆଇରିସ୍ ଏକାଡେମି ଅଫ୍ ଇଞ୍ଜିନିୟରିଂର ପ୍ରଫେସର ଜିମ୍ ବ୍ରାଉନ, ଭାବା ଆଟୋମିକ୍ ରିସର୍ଚ୍ଚ ସଂଟରର ଡ. ଦିବାନିକ ରାୟ, ଅରୁଣ୍ୟଚଳ ପ୍ରଦେଶ ନିର ନିର୍ଦ୍ଦେଶକ ଡ. ପିକେଶ୍ଵର ମହନ୍ତ, ଇସ୍ରୋର ଶ୍ରୀ ଶ୍ରୀଧର ପାଣିଗ୍ରାହୀ ଏବଂ ସିଏଆଇଆର ନ୍ୟାସନାଲ୍ ଏରୋସେସ୍ ଲାବୋରେଟୋରିସ୍ର ଡ. ପ୍ରଦୀପ କୁମାର ସାହୁ ଅନ୍ୟ ନିମଜ୍ଜିତ ବକ୍ତାମାନଙ୍କ ମଧ୍ୟରେ ଥିଲେ ।
Post a Comment