ଭୁବନେଶ୍ୱର, ଏକାମ୍ର ହାଟଠାରେ ଆସନ୍ତା ଅକ୍ଟୋବର ୨ ତାରିଖରୁ ଏକାମ୍ର ସଂସ୍କୃତି ସନ୍ଧ୍ୟା ଲୋକାର୍ପିତ ହେବାକୁ ଯାଉଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ ପର୍ଯ୍ୟଟନ ବିଭାଗର ମିଳିତ ସହଭାଗିତାରେ ରାଜ୍ୟର ପାରମ୍ପରିକ ଖାଦ୍ୟପେୟ, କଳାସଂସ୍କୃତି, ହସ୍ତତନ୍ତ ଓ ବୟନଶିଳ୍ପର ପ୍ରକୃଷ୍ଟତାକୁ ଦେଶ ତଥା ଦେଶ ବାହାରୁ ଆସୁଥିବା ଆଗନ୍ତୁକଙ୍କ ନିକଟରେ ସଫଳ ଭାବେ ପ୍ରତିପାଦନ କରି ଓଡ଼ିଶାର ଗାରିମା ବଜାୟ ରଖିବା ଲାଗି ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଅଛି।
ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଆଜି ସଂସ୍କୃତି ଭବନ ଠାରେ ଶାସନ ସଚିବ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ (ଭା.ପ୍ର.ସେ) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଅଧ୍ୟକ୍ଷତାରେ ଏବଂ ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ (ଭା.ପ୍ର.ସେ)ଙ୍କ ସମେତ ଅନ୍ୟ ସହଯୋଗୀ ବିଭାଗଙ୍କ ଅଧିକାରୀଙ୍କ ଉପସ୍ଥିତିରେ ଏକ ଉଚ୍ଚପଦାଧିକାରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ବିଭାଗକୁ ବିଭିନ୍ନ କାର୍ଯ୍ୟର ଦାୟିତ୍ୱ ବଣ୍ଟନ କରାଯିବା ସହ ସମ୍ପ୍ରତି କୋଭିଡ-୧୯ ନିୟମାବଳୀ ଅନୁପାଳନ ସହ ଏକାମ୍ର ସଂସ୍କୃତି ସନ୍ଧ୍ୟା ଆୟୋଜନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଅକ୍ଟୋବର ୨ ତାରିଖରେ ସନ୍ଧ୍ୟା ୬ ଘଟିକାରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହେବ। ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅକ୍ଟୋବର ୧ ତାରିଖରେ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମର ଆନୁଷ୍ଠାନିକ logo ଉନ୍ମୋଚନ ହେବ ଏବଂ ସେହି ଅବସରରେ ଅନ୍ୟାନ୍ୟ ପ୍ରସ୍ତୁତି ବାବଦରେ ଘୋଷଣା କରାଯିବ। ଅନ୍ୟାମାନଙ୍କ ମଧ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ସମ୍ପାଦକ ପ୍ରବୋଧ ରଥ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ
ଅଧିକାରୀ ଡକ୍ଟର ସଂଗୀତା ଗୋସାଇଁ, ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ ରୀନା ମହାପାତ୍ର, ଅତିରିକ୍ତ ଡିସିପି ପି.କେ ରାଉତ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ କୁମାର ଜେନା, ଅତିରିକ୍ତ ନିର୍ଦ୍ଦେଶକ SIDAC ଏସ .କେ ମହାନ୍ତି, ୟୁନିସେଫର ରୁଦ୍ର ପ୍ରସନ୍ନ ରଥ, ବିପୁଲ ମାଲବ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ରାଜ୍ୟ ପ୍ରକଳ୍ପ ସଂଯୋଜକ, ଶ୍ରୀ ବାସୁଦେବ ମାଲବିଶୋଇ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତ ବିଭାଗର ଅଧିକାରୀଙ୍କ ସହଯୋଗ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ
Post a Comment